ETV Bharat / bharat

ତିହାର ଜେଲ ଯିବେନି ଚିଦାମ୍ବରମ - cbi custody

ସିବିଆଇ ହେପାଜତ ବିରୁଦ୍ଧରେ ଚିଦାମ୍ବରମଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ତାଙ୍କୁ ତିହାର ଜେଲ ନ ପଠାଇବା ପାଇଁ ଆଦେଶ ଦେଇଛନ୍ତି । ଏହା ସହିତ କୋର୍ଟ ଚିଦାମ୍ବରମଙ୍କୁ ଅଗ୍ରୀମ ଜାମିନ ପରିବର୍ତ୍ତେ ନିୟମିତ ଜାମିନ ପାଇଁ ତଳକୋର୍ଟରେ ଆବେଦନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଫାଇଲ ଫଟୋ
author img

By

Published : Sep 2, 2019, 4:47 PM IST

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସୋମବାର ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଆଶ୍ବସ୍ତି ମିଳିଛି । ସିବିଆଇ ହେପାଜତ ବିରୁଦ୍ଧରେ ଚିଦାମ୍ବରମଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ତାଙ୍କୁ ତିହାର ଜେଲ ନପଠାଇବାର ଆଦେଶ ଦେଇଛନ୍ତି । ଏହା ସହିତ କୋର୍ଟ ଚିଦାମ୍ବରମଙ୍କୁ ଅଗ୍ରୀମ ଜାମିନ ପରିବର୍ତ୍ତେ ନିୟମିତ ଜାମିନ ପାଇଁ ତଳକୋର୍ଟରେ ଆବେଦନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ସିବିଆଇ ହେପାଜତରେ ଥିବା ଚିଦାମ୍ବରମ ତିହାର ଜେଲ ଯିବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ । ତାଙ୍କୁ ୭୪ ବର୍ଷ ବୟସ ହୋଇଥିବାରୁ ତାଙ୍କୁ ଜେଲ ପରିବର୍ତ୍ତେ ଗୃହବନ୍ଦୀ କରି ରଖାଯାଉ ବୋଲି ତାଙ୍କ ଓକିଲ ସୁପ୍ରିମକୋର୍ଟରେ କହିଥିଲେ । ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଚିଦାମ୍ବରମ ଆଜି ସିବିଆଇ ମାମଲାରେ ନିମ୍ନ ଅଦାଲତରେ ଜାମିନ ଯାଚିକା ଦାଖଲ କରିବେ।

ସିବିଆଇ କୋର୍ଟକୁ ଆଜି ହିଁ ତାଙ୍କ ଜାମିନ ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ କହିଛନ୍ତି । ଯଦି କୋର୍ଟ ସିବିଆଇ ହେପାଜତର ମିଆଦ ବୃଦ୍ଧି କରୁଛନ୍ତି ତାହେଲେ ଚିଦାମ୍ବରମଙ୍କୁ ଜେଲ ଯିବାକୁ ପଡିବ ନାହିଁ । ଆଉ ଯଦି କୋର୍ଟ ତାଙ୍କ ହେପାଜତ ମିଆଦ ନ ବଢାନ୍ତି ତାହେଲେ ଚିଦାମ୍ବରମଙ୍କ ଯାମିନ ଆବେଦନର ଶୁଣାଣି ମଙ୍ଗଳବାର ସୁପ୍ରିମକୋର୍ଟରେ ହେବ ।

ସୂଚନାଯୋଗ୍ୟ ଯେ, ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ 20 ଅଗଷ୍ଟରେ ଦିଲ୍ଲୀ ହାଇକୋର୍ଟରୁ ଚିଦାମ୍ବରମଙ୍କ ଆଗୁଆ ଜାମିନ ଖାରଜ ହେବା ପରେ ଅଗଷ୍ଟ ୨୧ରେ ପି. ଚିଦାମ୍ବରମଙ୍କୁ ଗିରଫ କରିଥିଲା ସିବିଆଇ। ଏହି ବରିଷ୍ଠ କଂଗ୍ରେସ ନେତା ୧୧ ଦିନରୁ ସିବିଆଇ ହେପାଜତରେ ଅଛନ୍ତି।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.