ଲକ୍ଷ୍ନୌ:ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧମକ ଦେଇଥିବା ଅମରପାଲଙ୍କୁ ହଜରତଗଞ୍ଜ ପୋଲିସ ଗିରଫ କରି ଜେଲକୁ ପଠାଇଛି । ହଜରତଗଞ୍ଜ ଏସଏଚଓ ଅଞ୍ଜନୀ କୁମାର ପାଣ୍ଡେ ସୂଚନା ଦେଇଛନ୍ତି ଯେ, ଗତ 23 ତାରିଖରେ ଏଟା ନିବାସୀ ଅମରପାଲ 112 ଡାଏଲ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଥିଲା ।
ସୂଚନା ଅନୁଯାୟୀ, ବୁଧବାର ଅମରପାଲ ହ୍ବାଟ୍ସଆପ ନମ୍ବର ଜରିଆରେ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଥିଲେ । ଏନେଇ ସୂଚନା ପାଇବା ପରେ ହଜରତଗଞ୍ଜ ପୋଲିସ ତଦନ୍ତ କରି ଅଭିଯୁକ୍ତ ଅମରପାଲକୁ ଗିରଫ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ