ଅମରାବତୀ: ଚଳିତ ବର୍ଷ ଆଇପିଏଲ ମ୍ୟାଚରେ ବେଟିଂ କରୁଥିବା 13ଜଣଙ୍କୁ ଗିରଫ କରିଛି ପୋଲିସ ।
କାଡାପା ଜିଲ୍ଲାରେ ଅନଲାଇନରେ ଆଇପିଏଲ ମ୍ୟାଚ ବେଟିଂ କରୁଥିବା 13ଜଣଙ୍କୁ ଗିରଫ କରାଯାଇଛି । ଘଟଣାସ୍ଥଳରୁ ପୋଲିସ ନଗଦ 8କୋଟି 35ଲକ୍ଷ ଟଙ୍କା, 20କିଲୋଗ୍ରାମ ଗଞ୍ଜେଇ ଓ 8ଟି ମୋବାଇଲ ଫୋନ ଜବତ କରିଛି । ଗିରଫ 13ଜଣଙ୍କ ମଧ୍ୟରୁ ହାଇଦ୍ରାବାଦର ଅଗ୍ରଣୀ କ୍ରିକେଟ ବେଟିଂ କରୁଥିବା ଶେଖ ମହମ୍ମଦ ଗିରଫ ହୋଇଛି ।
ଏ କ୍ରିକେଟ ବେଟିଂ ସମଗ୍ର ଜିଲ୍ଲାରେ ଚାଲିଥିବା କହିଛନ୍ତି ଜିଲ୍ଲା ଏସପି ଅନବୁରଜନ । ସେ ଆହୁରି କହିଛନ୍ତି ଡାଇମଣ୍ଡ ଆପ ଦ୍ବାରା ବେଟିଂର ସବୁ ଟଙ୍କା ପଠାଯାଉଛି । ଘଟଣାର ଅଧିକ ତଦନ୍ତ ପାଇଁ ରାୟାଚୋଟି, ପ୍ରୋଡାଟୁର ଓ କାଡାପା ଛକ ନିକଟରେ ସ୍ବତନ୍ତ୍ର ପୋଲିସ ବ୍ୟବସ୍ଥା କରାଯାଇଛି । ମୁଖ୍ୟ ଆସାମୀକୁ ଖୋଜା ଚାଲିଥିବା କହିଛନ୍ତି ଏସପି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ