ETV Bharat / bharat

ଇତିହାସରେ ବିଷ କିପରି ରାଜନୈତିକ ଓ ସାମାଜିକ ଜୀବନକୁ ଦୋହଲାଇ ଦେଇଛି ଜାଣନ୍ତୁ...

author img

By

Published : Sep 16, 2020, 6:29 AM IST

ରାଜନୀତି ଏବଂ ଅର୍ଥଲୋଭ ଏପରି ଗୋଟେ ବ୍ୟାଧି ଯିଏକି କୌଣସି ସମ୍ପର୍କର ମାନେ ବୁଝେନା । ପ୍ରତ୍ୟେକ ମୂହୁର୍ତ୍ତରେ ମନ ଭିତରେ ଚାଲିଥାଏ ଷଡଯନ୍ତ୍ର । ତେବେ ସେଭଳି କିଛି ଘଟଣା ଘଟିଯାଇଛି ଅତୀତରେ ଜାଣିବା ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଇତିହାସରେ ବିଷ କିପରି ରାଜନୈତିକ ଓ ସାମାଜିକ ଜୀବନକୁ ଦୋହଲାଇ ଦେଇଛି ଜାଣନ୍ତୁ...
ଇତିହାସରେ ବିଷ କିପରି ରାଜନୈତିକ ଓ ସାମାଜିକ ଜୀବନକୁ ଦୋହଲାଇ ଦେଇଛି ଜାଣନ୍ତୁ...

ହାଇଦ୍ରାବାଦ: 399 ଖ୍ରୀଷ୍ଟପୂର୍ବ ଅପରାଧ ତଥା ଯୁବକ ମାନଙ୍କ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହେବା ପରେ ଗ୍ରୀକ ଦାର୍ଶନିକ ସକ୍ରେଟିସଙ୍କୁ ହେମଲକ ନାମକ ଏକ ଭୟଙ୍କର ବିଷ ଦେଇ ହତ୍ୟା କରାଯାଇଥିଲା ।

ଖ୍ରୀଷ୍ଟପୂର୍ବ 60ରେ ପୋନଟସର ରାଜା ମିଥ୍ରିଡେଟସ ଷଷ୍ଠ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀମାନେ ତାଙ୍କୁ ବିଷ ଦେଇଦେବେ ବୋଲି ଭୟ କରୁଥିଲେ। ସେଥିପାଇଁ ସେ ଆବିଷ୍କାର କଲେ ଯେ, ଯଦି ସେ ପ୍ରତିଦିନ ଅଳ୍ପ ପରିମାଣର ବିଷାକ୍ତ ପଦାର୍ଥ ଗ୍ରହଣ କରନ୍ତି, ତେବେ ସେ ବିଷ ପ୍ରତି ପ୍ରତିରୋଧକ ଶକ୍ତି ବଢାଇପାରିବେ। ଏହି ପ୍ରକ୍ରିୟାକୁ ମିଥ୍ରିଡାଟିଜିମ ଭାବରେ ଜଣାଯାଏ ।

1590 ମସିହା ଲୁକ୍ରେଜିଆ ବୋର୍ଗିଆ, ଯାହାର ଅନ୍ୟକୁ ବିଷ ଦେବା ଏକ ପ୍ରକାର ଅଭ୍ୟାସ ହୋଇଯାଇଥିଲା । ସିଏ ତାଙ୍କ ପରିବାରର ଗୋଟିଏ ସ୍ବତନ୍ତ୍ର ବିଷ ଯାହାକୁ କାନ୍ତାରେଲା ନାମରେ ଜଣାଯାଏ । ସେ ତାହାକୁ ବ୍ୟବହାର ତାଙ୍କ ଦ୍ୱିତୀୟ ସ୍ୱାମୀଙ୍କୁ ବିଷ ଦେଇ ହତ୍ୟା କରିଥିବା ଶୁଣିବାକୁ ମିଳେ।

1682 ମସିହାରେ ଫ୍ରେଞ୍ଚ କିଙ୍ଗ ଲୁଇ XIV କୋର୍ଟର ବିଶିଷ୍ଟ ସଦସ୍ୟମାନଙ୍କର ରହସ୍ୟମୟ ମୃତ୍ୟୁ ଘଟଣାର ପାଞ୍ଚ ବର୍ଷର ଅନୁସନ୍ଧାନରେ 36 ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଯେଉଁ ଘଟଣାରେ ଶତ୍ରୁ ତଥା ପ୍ରତିଦ୍ୱନ୍ଦୀଙ୍କୁ ବିଷ ଦେଇ ହତ୍ୟା କରାଯାଇଥିଲା। ଲୁଇଙ୍କ ଜଣେ ମାଲିକାଣୀଙ୍କ ସମେତ ଅନେକ ଲୋକ ଏଥିରେ ସମ୍ପୃକ୍ତ ଥିଲେ । ଯାହା l'affaire des poisons ଭାବରେ ଜଣାଯାଏ । ଏଥିରେ 36 ଜଣଙ୍କୁ ଶେଷରେ ମୃତ୍ୟୁ ଦଣ୍ଡରେ ଦଣ୍ଡିତ ମଧ୍ୟ କରାଯାଇଥିଲା ।

1700 ଦଶକ ପରେ ପତ୍ନୀ ଏବଂ ବଂଶଧରମାନେ ସେମାନଙ୍କର ସ୍ୱାମୀ ଏବଂ ପିତାଙ୍କୁ ବିଷ ଦେଇ ମାରିଥିଲେ । ସେ ଯେଉଁ ବିଷ ବ୍ୟବହାର କରିଥିଲେ ତାହାକୁ ଆର୍ସେନିକ ପାଉଡ୍ରେ ଡି ସକ୍ସେସନ ବୋଲି କୁହାଯାଇଥାଏ ।

1836 ଲଣ୍ଡନର ରସାୟନ ବିଜ୍ଞାନୀ ଜେମ୍ସ ମାର୍ଶ, ଟିସୁ ନମୁନାରେ ଆର୍ସେନିକର ଉପସ୍ଥିତି ଜାଣିବା ପାଇଁ ପ୍ରଥମ ନିର୍ଭରଯୋଗ୍ୟ ପ୍ରକ୍ରିୟା ବିକାଶ କରିଥିଲେ । ଫରେନସିକ ଟକ୍ସିକୋଲୋଜିରେ ଏହି ମାର୍ଶ ପରୀକ୍ଷା ପରବର୍ତ୍ତୀ 100 ବର୍ଷରେ ବ୍ୟବହୃତ ହୋଇଥିଲା ।

1878 ଇଂଲଣ୍ଡର ଖବରକାଗଜ ବ୍ୟବସାୟ ଏହାର ପ୍ରଥମ ବିଷାକ୍ତ ଗଣମାଧ୍ୟମର ଉତ୍ତେଜନା ଆରମ୍ଭ କଲା ଯେତେବେଳେ, ମରି ଆନ କଟନ ଜିଏ (ଏକେ ବ୍ଲାକ ୱିଡୋ ବାବେ ଜଣାଶୁଣା) ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ମାସେ ଧରି, ଦୈନିକ ପ୍ରଥମ ପୃଷ୍ଠାରେ ସେ କିପରି ତାଙ୍କ ଚାରିଜଣ ସ୍ୱାମୀ ଏବଂ ଜଣେ ସାବତ ପୁଅକୁ ବିଷ ଦେଇଥଲେ, ତେଣୁ ସେ ଜୀବନ ବୀମା ଦେୟ ସଂଗ୍ରହ କରିପାରିବେ ଏବଂ ଅନ୍ୟ 17 ଜଣଙ୍କୁ ବିଷ ଦେଇଥିବାର ସନ୍ଦେହ କରାଯାଇଥିଲା ।

1916 ମସିହାରେ, ରାଜା ନିକୋଲାସ ଦ୍ୱିତୀୟ ଜ୍ୱାଇଁଙ୍କ ସମେତ ରୁଷୀୟ ସୈନିକମାନେ ରାଜକୀୟ ତଥା ତାଙ୍କ ପତ୍ନୀ ସରିନା ଆଲେକ୍ସଜାଣ୍ଡାରର ପ୍ରଭାବଶାଳୀ ରହସ୍ୟ ଏବଂ ପରାମର୍ଶଦାତା ଗ୍ରିଗୋରୀ ରସପୁତିନଙ୍କୁ ବିଷ ଦେବା ପାଇଁ ଚେଷ୍ଟା କରିଥିଲେ। ତାଙ୍କୁ ପ୍ରଥମେ ସିଆନାଇଡ ଲଗା କେକ ଓ ମଦ ଦେଇଥିଲେ । ଏହା କିଛି କାମ ନକରିବାରୁ ତାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା ।

1953 ମସିହାରେ ଇଟାଲୀ ପାଇଁ ୟୁଏସର ରାଷ୍ଟ୍ରଦୂତ ନିଯୁକ୍ତି ଥିବା କ୍ଲେର ବୁଥ ଲୁକ, ଲେଖକ ଓ ଓ୍ବିଡୋ ଟାଇମ ଇନକ ପ୍ରତିଷ୍ଠାତା ହେନେରୀ ଲୁକ ଗଭୀର ଭାବେ ଆର୍ସେନିକ ବିଷାକ୍ତ ଯୋଗୁଁ ଗୁରୁତର ହୋଇପଡିଥିଲେ । ପ୍ରଥମେ ସିଆଇଏ ବିଶ୍ବାସ କରୁଥିଲା ଯେ, ଏହା ଏକ ସୋଭିଏତ ଷଡଯନ୍ତ୍ର । କିନ୍ତୁ ତା’ପରେ ଆବିଷ୍କାର ହେଲା ଯେ ତାଙ୍କ ଛାତର ପେଣ୍ଟିରେ ବିଷ ଥିଲା ।

2004 ୟୁକ୍ରେନ ବିରୋଧୀଦଳର ନେତା ତଥା ଋଷର ସମାଲୋଚକ ଭିକ୍ଟର ୟୁକ୍ରେନର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପାଇଁ ପ୍ରଚାର ମଝିରେ ଅସୁସ୍ଥ ହୋଇପଡିଥିଲେ। କିଛି ସପ୍ତାହ ପରେ ଯେତେବେଳେ ସେ ସର୍ବସାଧାରଣ ଜୀବନକୁ ଫେରି ଆସନ୍ତି, ସେତେବେଳେ ତାଙ୍କ ଚେହେରା କ୍ଷତବିକ୍ଷତ ଏବଂ ବିକୃତ, ଡାଇଅକ୍ସିନ ବିଷାକ୍ତ ହେବାର ଲକ୍ଷଣ ଦେଖାଯାଇଥିଲା ।

2006 ପୂର୍ବତନ କେଜିବି ଏଜେଣ୍ଟ ତଥା କ୍ରେମଲିନ ସମାଲୋଚକ ଆଲେକ୍ସଜାଣ୍ଡାର ଲିଟଭିନେଙ୍କୋ ଲଣ୍ଡନର ଏକ ହୋଟେଲରେ ଚା ’ପରିବେଷଣ କରିବା ପରେ ବିକିରଣ ବିଷରେ ମୃତ୍ୟୁ ବରଣ କରିଥିଲେ ଯେଉଁଥିରେ ପୋଲୋନିୟମ 210ର ଆଇସୋଟୋପ ରହିଥିଲା।

2017 ଉତ୍ତର କୋରିଆ ନେତା କିମ ଜୋଙ୍ଗ-ଉନଙ୍କ ସାବତ ଭାଇ କିମ ଜୋଙ୍ଗ-ନାମଙ୍କୁ ଦୁଇ ମହିଳା ହତ୍ୟା କରିଥିଲେ । ଯେଉଁମାନେ କ୍ବାଲାଲାମପୁର ବିମାନ ବନ୍ଦରରେ ତାଙ୍କ ନିକଟକୁ ଯାଇ ସ୍ନାୟୁ ଏଜେଣ୍ଟ VX କୁ ତାଙ୍କ ମୁହଁରେ ଶୁଙ୍ଘାଇ ଦେଇଥିଲେ ।

2017 କ୍ରୋଏସିଆ ସେନା ଏବଂ କ୍ରୋଏସିଆ ପ୍ରତିରକ୍ଷା ପରିଷଦର ଅବସରପ୍ରାପ୍ତ ଜେନେରାଲ ସ୍ଲୋବୋଡାନ ପ୍ରଲଜକ ଯୁଦ୍ଧ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆବେଦନ ପରେ ଏହି ରାୟ ଶୁଣାଯିବା ପରେ ପ୍ରଲଜକ ଠିଆ ହୋଇ କୋର୍ଟ ପରିସରରେ ଲୁଚେଇ ଆଣିଥିବା ଏକ ବୋତଲ ସିଆନାଇଡ ପିଇଦେଇଥିଲେ। କିଛି ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଥିଲା।

2018ରେ ପୂର୍ବତନ ଋଷର ଗୁପ୍ତଚର ସରଗେଇ ସ୍କ୍ରିପାଲ ଏବଂ ତାଙ୍କ ଝିଅ ୟୁଲିଆ ଇଂଲଣ୍ଡର ସାଲିସବୋରୀର ଏକ ପାର୍କ ବେଞ୍ଚରେ ଚେତାଶୂନ୍ୟ ଅବସ୍ଥାରେ ପଡିଥିଲେ । ଡାକ୍ତରମାନେ ଆବିଷ୍କାର କରିଥିଲେଯେ, ସୋଭିଏତ ମିଲେଟ୍ରୀ ଦ୍ବାରା ବିକଶିତ ହୋଇଥିବା ଅସ୍ତ୍ରଶସ୍ତ୍ର ଗ୍ରେଡର ଗୋଟିଏ ସ୍ନାୟୁ ଏଜେଣ୍ଟ ଯାହାର ନାଁ ହେଲା ନୋଭିଚୋକଙ୍କ ଦ୍ବାରା ବିଷ ଦିଆଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.