ETV Bharat / bharat

ଋଷିକେଶ AIIMSରେ ଆସିଲା ଆଧୁନିକ ଅଲଟ୍ରାସାଉଣ୍ଡ ମେସିନ୍‌, ଆଇସିୟୁ ରୋଗୀଙ୍କ ପାଇଁ ଲାଭଦାୟକ

author img

By

Published : May 5, 2019, 6:41 AM IST

Updated : May 5, 2019, 6:49 AM IST

ବିନା ଯାଞ୍ଚରେ ପଏଣ୍ଟ ଅଫ୍‌ କେୟାର ଅଲଟ୍ରାସାଉଣ୍ଡ(ପୋକସ) ବ୍ୟବହାରରେ ମନୁଷ୍ୟ ଶରୀରର ଅର୍ନ୍ତଭାଗରେ ହୋଇଥିବା ସମସ୍ତ ରୋଗ ସମ୍ବନ୍ଧରେ ଜାଣି ହୁଏ । ଏହାର ବ୍ୟବହାର ବିଦେଶରେ ପୂର୍ବରୁ ହୋଇ ଆସୁଛି । ତେବେ ଋଷିକେଶସ୍ଥିତ ଏମ୍ସର ଆଇସିୟୁରେ ଏହି ଅଲଟ୍ରାସାଉଣ୍ଡର ଶୁଭାରମ୍ଭ ହୋଇଯାଇଛି ।

ଫଟୋ ସୌଜନ୍ଯ: ସୋସିଆଲ ମିଡିଆ

ଡେରାଡୁନ୍‌: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା(ଏମ୍ସ) ଋଷିକେଶରେ ଆଇସିୟୁ ରୋଗୀଙ୍କୁ ପଏଣ୍ଟ ଅଫ୍‌ କେୟାର ଅଲଟ୍ରାସାଉଣ୍ଡ(ପୋକସ)ର ସୁବିଧା ମିଳିଲା । ଏହା ଦ୍ବାରା ବିନା ଯାଞ୍ଚରେ ପଏଣ୍ଟ ଅଫ୍‌ କେୟାର ଅଲଟ୍ରାସାଉଣ୍ଡ(ପୋକସ) ବ୍ୟବହାରରେ ମନୁଷ୍ୟ ଶରୀରର ଅର୍ନ୍ତଭାଗରେ ହୋଇଥିବା ସମସ୍ତ ରୋଗ ସମ୍ବନ୍ଧରେ ଜାଣି ହୁଏ । ଏହାର ବ୍ୟବହାର ଦ୍ବାରା ଆଇସିୟୁରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ଲାଭ ମିଳିବ । ତେବେ ଏହାର ସୂଚନା ଏମ୍ସରେ ଅନୁଷ୍ଠିତ ଏକ କର୍ମଶାଳାରେ ସଂସ୍ଥାର ଡାକ୍ତର ପ୍ରବୀଣ ଅଗ୍ରଓ୍ବାଲ ଦେଇଛନ୍ତି ।

ଶନିବାର ପଏଣ୍ଟ ଅଫ୍‌ କେୟାର ଅଲଟ୍ରାସାଉଣ୍ଡର ଟେକ୍ନୋଲୋଜି ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଦିଲ୍ଲୀ ସଂସ୍ଥାର ଅଧ୍ୟାପକ ଓ ଡାକ୍ତର ଉପସ୍ଥିତ ଥିଲେ ।

ଆଇସିୟୁରେ ଥିବା ରୋଗୀଙ୍କ ସ୍ବାସ୍ଥ୍ୟ ବହୁତ ଜଟିଳ ଥାଏ । ସେମାନଙ୍କୁ ଅଲଟ୍ରାସାଉଣ୍ଡ ବିଭାଗକୁ ନେଇ ସେମାନଙ୍କର ଶରୀର ଯାଞ୍ଚ କରିବା ଏତେଟା ସମ୍ଭବପର ହୋଇନଥାଏ । କିନ୍ତୁ ପୋକସ ଟେକ୍ନୋଲୋଜି ବ୍ୟବହାର ଦ୍ବାରା ମେସିନ୍‌କୁ ରୋଗୀଙ୍କ ପାଖକୁ ଆଣି ହୁଏ । ଫଳରେ ତୁରନ୍ତ ଶରୀରର ଅର୍ନ୍ତଭାଗ ଯାଞ୍ଚ କରି ହୁଏ। ଏହା ପରେ ଅତି ଶୀଘ୍ର ଚିକିତ୍ସା ମଧ୍ୟ ଆରମ୍ଭ ହୋଇପାରେ ।

Last Updated : May 5, 2019, 6:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.