ETV Bharat / bharat

ହରିଣ ଛୁଆ ହତ୍ୟା କରି ଫଟୋ ଭାଇରାଲ ଘଟଣା: ଅଭିଯୁକ୍ତ ଗିରଫ

author img

By

Published : Mar 18, 2020, 12:37 PM IST

ଝାଡଖଣ୍ଡ ରାମଗଡ ଜିଲ୍ଲାର ଏକ ଜଙ୍ଗଲରେ ଦୁଇଟି ହରିଣ ଛୁଆଙ୍କୁ ହତ୍ୟା କରି ଫଟୋ ଭାଇରାଲ କରିବା ଘଟଣାରେ ଜଣେ 30 ବର୍ଷୀୟ ଯୁବକଙ୍କୁ ଗିରଫ କରିଛି ପୋଲିସ ।

killing two fawns photo viral
ହରିଣ ଛୁଆ ଭାଇରାଲ ଫଟୋ ଘଟଣା

ରାଞ୍ଚି: ହରିଣ ଛୁଆଙ୍କୁ ହତ୍ୟା କରି ଫଟୋ ଭାଇରାଲ କରିବା ଘଟଣାରେ ଜଣେ ଯୁବକ ଗିରଫ । ଝାଡଖଣ୍ଡ ରାମଗଡ ଜିଲ୍ଲାର ଏକ ଜଙ୍ଗଲରେ ଦୁଇଟି ହରିଣ ଛୁଆଙ୍କୁ ହତ୍ୟା କରି ଫଟୋ ଭାଇରାଲ କରିବା ଘଟଣାରେ ଜଣେ 30 ବର୍ଷୀୟ ଯୁବକଙ୍କୁ ଗିରଫ କରିଛି ପୋଲିସ । ଗିରଫ ଯୁବକ ଜଣଙ୍କ ମଣ୍ଟୁ ଟୁଡୁ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ନିକଟରେ ହରିଣ ଛୁଆକୁ ମାରି ଅଭିଯୁକ୍ତ ମଣ୍ଟୁ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ କରିଥିଲା । ଭାଇରାଲ ଫଟୋ ଆଧାରରେ ବନ ବିଭାଗ ଅଧିକାରୀ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ପରେ ପୋଲିସ ହରିଣକୁ ମାରିଥିବା ଅଭିଯୁକ୍ତ ଜଣଙ୍କ ରାଉତା ଗ୍ରାମର ମଣ୍ଟୁ ଟୁଡୁ ବୋଲି ଜାଣିବାକୁ ପାଇଥିଲେ । ତେବେ ଗତ ମଙ୍ଗଳବାର ଅଭିଯୁକ୍ତ ମଣ୍ଟୁକୁ ପୋଲିସ ଗିରଫ କରିଛି ।

ଡିଭିଜନାଲ ଫରେଷ୍ଟ ଅଫିସର ବିଜୟ ଶଙ୍କର ଦୁବେଙ୍କ ସୂଚନା ଅନୁଯାୟୀ, ବହୁ ପଚରା ଉଚରା ପରେ ଅଭିଯୁକ୍ତ ମଣ୍ଟୁ ଗତ ସୋମବାର ଦୁଇ ହରିଣ ଛୁଆଙ୍କୁ ହତ୍ୟା କରିଥିବା ସ୍ବୀକାର କରିବା ସହ ସେ ହରିଣ ଛୁଆଙ୍କୁ ରାନ୍ଧି ଖାଇବା ପୂର୍ବରୁ ଏହି ଫଟୋ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ କରିଥିବା କହିଛି । ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.