ଢ଼ାକା: ପାକିସ୍ତାନରେ କେବଳ ଭାରତ ବିରୁଦ୍ଧରେ ନୁହେଁ ବରଂ ବାଂଲାଦେଶ ଏବଂ ଅନ୍ୟାନ୍ୟ ପଡୋଶୀ ଦେଶ ବିରୋଧରେ ଷଡ଼ଯନ୍ତ୍ର ରଚାଯାଉଛି । ଏଭଳି ମନ୍ତବ୍ୟ ଦେଇଛନ୍ତି ବାଂଲାଦେଶ ମୁଖ୍ୟମନ୍ତ୍ରୀ ଶେଖ ହସିନା । ପାକିସ୍ତାନୀ ଏବଂ ପାକିସ୍ତାନକୁ ଯିଏ ସହଯୋଗ କରୁଛନ୍ତି ସେମାନଙ୍କୁ ତୀବ୍ର ନିନ୍ଦା କରିଛନ୍ତି ଶେଖ ହସିନା ।
ପାକ-ପ୍ରେମୀ ଏବଂ ପାକିସ୍ତାନର ଶକ୍ତିଶାଳୀ ବ୍ୟକ୍ତିଙ୍କୁ ବ୍ୟବହାର କରି ଯେଉଁ ଲୋକେ ବାଂଲାଦେଶକୁ ପାକିସ୍ତାନ ସହ ମିଶେଇବାକୁ ଚାହାଁନ୍ତି ସେମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି ଶେଖ ହସିନା । ଶେଖ୍ ହସିନାଙ୍କ କହିବା କଥା ହେଲା, ବହୁତ ପରିଶ୍ରମ ପରେ ବାଂଲାଦେଶ ସ୍ବାଧୀନତା ପାଇଥିଲା । ସେହି ସ୍ବାଧୀନତାକୁ ଶେଷ କରିବାକୁ ଏବେ ବହୁ ଲୋକେ ଲାଗିପଡିଛନ୍ତି ।
ପିଏମ ଶେଖ ହସିନା 49 ତମ ବିଜୟ ଦିବସ ଅବସରରେ ଶାସିତ ଅବାମୀ ଲିଗ (ଏଏଲ) ଦ୍ବାରା ଆୟୋଜିତ ଏକ ଆଲୋଚନା ସଭାରେ ଯୋଗ ଦେଇଥିଲେ । ସେଥିରେ ସେ କହିଛନ୍ତି, ପାକିସ୍ତାନକୁ ସହଯୋଗ କରୁଥିବା ବ୍ୟକ୍ତି ଏବେ ବି ପାକିସ୍ତାନକୁ ପ୍ରେମ କରୁଛନ୍ତି । ସେମାନେ ବାଂଲାଦେଶର ସ୍ବାଧୀନତା ଏବଂ ଦେଶକୁ ଅସଫଳ କରିବାକୁ ଚାହୁଁଛନ୍ତି । ହେଲେ ଆମେ ସେହିଭଳି ବ୍ୟକ୍ତିଙ୍କୁ କେବେବି ସଫଳ ହେବାକୁ ଦେବୁ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।