ETV Bharat / bharat

ଭାରତ ବିରୋଧରେ ନୂଆ ମୋର୍ଚ୍ଚା ଖୋଲିଲେ ନେପାଳ ସରକାର

author img

By

Published : Aug 7, 2020, 8:14 PM IST

ଉତ୍ତରାଖଣ୍ଡରେ ଭାରତ-ନେପାଳ ସୀମା ନିକଟରେ ଥିବା ଜମିରେ 360 ଡିଗ୍ରୀ ସିସିଟିଭି କ୍ୟାମେରା ଲଗାଇଛନ୍ତି ନେପାଳ ସରକାର। ଏହା ବ୍ୟତୀତ ସେ କାର ବିହାରର ଏକ ବିବାଦୀୟ ସ୍ଥାନରେ ହେଲିପ୍ୟାଡ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି।

ଭାରତ ବିରୋଧରେ ନୂଆ ମୋର୍ଚ୍ଚା ଖୋଲିଲେ ନେପାଳ ସରକାର
ଭାରତ ବିରୋଧରେ ନୂଆ ମୋର୍ଚ୍ଚା ଖୋଲିଲେ ନେପାଳ ସରକାର

କାଠମାଣ୍ଡୁ: ଚୀନର ପ୍ରଭାବରେ ନେପାଳ ଲଗାତାର ଭାରତ ବିରୋଧୀ କାର୍ଯ୍ୟକଳାପ ଜାରି ରଖିଛି । ଏହି କ୍ରମରେ କେ.ପି ଶର୍ମା ଓଲିଙ୍କ ନେତୃତ୍ବାଧୀନ ନେପାଳ ସରକାର ଭାରତ ବିରୋଧରେ ନୂଆ ମୋର୍ଚ୍ଚା ଖୋଲିଛନ୍ତି । ଉତ୍ତରାଖଣ୍ଡରେ ଭାରତ-ନେପାଳ ସୀମା ନିକଟରେ ଥିବା ଜମିରେ 360 ଡିଗ୍ରୀ ସିସିଟିଭି କ୍ୟାମେରା ଲଗାଇଛନ୍ତି ନେପାଳ ସରକାର। ଏହା ବ୍ୟତୀତ ସେ କାର ବିହାରର ଏକ ବିବାଦୀୟ ସ୍ଥାନରେ ହେଲିପ୍ୟାଡ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି।

ସରକାରୀ ସୂତ୍ର ଅନୁଯାୟୀ, ନେପାଳ ସରକାର ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାର ବାଲମିକି ଟାଇଗର ରିଜର୍ଭ (ବିଟିଆର) ନିକଟରେ ଏକ ହେଲିପ୍ୟାଡ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହା ବ୍ୟତୀତ ସେ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲା ନିକଟରେ ସିସିଟିଭି କ୍ୟାମେରା ଲଗାଇବା ଆରମ୍ଭ କରିଛନ୍ତି। ଏହାପୂର୍ବରୁ ନେପାଳ ଉତ୍ତରାଖଣ୍ଡର କିଛି ଅଂଶକୁ ନିଜର ନୂତନ ରାଜନୈତିକ ମାନଚିତ୍ରରେ ଅନ୍ତର୍ଭୁକ୍ତ କରି ଭାରତ ପ୍ରତି ଆକ୍ରମଣାତ୍ମକ ମନୋଭାବ ଆପଣାଇଥିଲା । ଓଲି ସରକାର ନେପାଳ ସଂସଦରେ ଏହି ନୂତନ ମାନଚିତ୍ରକୁ ଅନୁମୋଦନ ମଧ୍ୟ କରିଥିଲେ। ଏହି ମାନଚିତ୍ରରେ ନେପାଳ କଳାପାଣି, ଲିପୁଲେଖ ଏବଂ ଲିମ୍ପିୟାଧୁରାକୁ ନିଜର ବୋଲି ଦର୍ଶାଇଛି ।

ତେବେ ଏନେଇ ନେପାଳର ଜଣେ ସୂତ୍ର କହିଛନ୍ତି, ଭାରତ ବିରୋଧରେ ଓଲିଙ୍କ ଏଭଳି ଶତ୍ରୁତା ମନୋଭାବ ଯୋଗୁଁ ତାଙ୍କୁ ନିଜ ଦଳରେ ହିଁ ବିରୋଧର ସାମ୍ନା କରିବାକୁ ପଡିଛି । ଓଲି ପ୍ରଧାନମନ୍ତ୍ରୀ ଭାବରେ ରହିବାକୁ ଚାହୁଁଥିବା ବେଳେ ତାଙ୍କ ଦଳ ନେପାଳ କମ୍ୟୁନିଷ୍ଟ ପାର୍ଟିର ଅନେକ ସଦସ୍ୟ ତାଙ୍କୁ ଇସ୍ତଫା ଦେବାକୁ ଚାପ ପକାଉଛନ୍ତି ।

ସେପଟେ ଓଲି ଦାବି କରିଛନ୍ତି ଯେ, ତାଙ୍କ ବିରୋଧୀଙ୍କୁ ଭାରତ ସମର୍ଥନ କରୁଛି। ତେବେ ପ୍ରଧାନମନ୍ତ୍ରୀ ଓଲିଙ୍କର କିଛି ରାଜନୈତିକ ଅଭିଳାଷ ରହିଛି । ଯେଉଁଥିପାଇଁ ସେ ଚୀନର ସି ଜିନପିଙ୍ଗ ସରକାରଙ୍କ ସମ୍ପୂର୍ଣ୍ଣ ସମର୍ଥନ ହାସଲ କରୁଛନ୍ତି। ତେବେ ଓଲିଙ୍କର ରାଜନୈତିକ ଅଭିଳାଷ କେବଳ ନେପାଳ ଏବଂ ଭାରତର ଦ୍ବିପାକ୍ଷିକ ସମ୍ପର୍କକୁ ଖରାପ କରିନାହିଁ, ବରଂ ଚୀନର ସମର୍ଥନ କରି ଆମେରିକାର ମଧ୍ୟ ଦୃଷ୍ଟି ଆକର୍ଷଣ କରିଛି । ବର୍ତ୍ତମାନ ସମୟରେ ଆମେରିକା ଏବଂ ଚୀନ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଛି। ଏହି ସମୟରେ ଚୀନକୁ ସମର୍ଥନ ଦେବାର ଅର୍ଥ ଆମେରିକାର ବିରୋଧୀ ପାଲଟିବା ।

ନେପାଳର 65 ପ୍ରତିଶତ ଆମଦାନୀ ଏହାର ଐତିହାସିକ ଭାଗୀଦାରୀ ରହିଥିବା ଭାରତରୁ ଆସୁଥିବାବେଳେ 13 ପ୍ରତିଶତ ଚୀନରୁ ଆସୁଛି | ନେପାଳରେ ଚାକିରିର ଅଭାବ ଯୋଗୁଁ ହଜାର ହଜାର ନେପାଳୀ ଭାରତରେ ନିଯୁକ୍ତି ପାଇଛନ୍ତି। ତେବେ ନେପାଳର ରାଜନୈତିକ ସଙ୍କଟ ମଧ୍ୟରେ ଓଲି ଚୀନର କଥା ମାନି ଭାରତ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.