ETV Bharat / bharat

ଶନିବାର ‘ଅଟଳ ଟନେଲ’ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି - ପ୍ରଧାନମନ୍ତ୍ରୀ ମୋଦି

ରୋହତାଙ୍ଗରେ ଅଟଳ ଟନେଲର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 2000ରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ବରେ କେନ୍ଦ୍ର ସରକାର ଏହି ଟନେଲ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିକ ପଢନ୍ତୁ...

ଶନିବାର ଅଟଳ ଟନେଲର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

author img

By

Published : Oct 2, 2020, 4:44 PM IST

Updated : Oct 2, 2020, 4:53 PM IST

ସିମଲା: ହିମାଚଳପ୍ରଦେଶର ରୋହତାଙ୍ଗରେ ଅଟଳ ଟନେଲର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସୁଡଙ୍ଗ ଯୋଗୁଁ ମନାଲୀରୁ ଲେହର ଦୂରତା 46 କିଲୋମିଟର କମ ହୋଇଯିବ । ଫଳରେ ଯାତ୍ରୀଙ୍କୁ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ 4ରୁ 5 ଘଣ୍ଟା କମ ସମୟ ଲାଗିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଲାହୋଜ ସ୍ପିତିରେ ଏକ ଜନସଭାକୁ ସମ୍ବୋଧିତ କରିବେ ।

ଅଟଳ ଟନେଲର ଉଦଘାଟନ ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ରୋହତାଙ୍ଗରେ ପ୍ରସ୍ତୁତି ପର୍ଯ୍ୟାୟର ସମୀକ୍ଷା କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ଶନିବାର ଦିନ 10ଟାରେ ଏହି ଟନେଲ ଉଦଘାଟନ କରିବେ ମୋଦି ।

ଦୁନିଆର ସବୁଠୁ ବଡ ରାଜପଥ ଟନେଲ

ଅଟଳ ଟନେଲ ହେଉଛି ବିଶ୍ବର ସର୍ବବୃହତ ରାଜପଥ ଟନେଲ। 9.02 କିଲୋମିଟର ଲମ୍ବା ଟନେଲ ମନାଲୀକୁ ଲାହୋଜ ସ୍ପିତି ଉପତ୍ୟକା ସହିତ ସଂଯୁକ୍ତ ରଖିବ। ହିମାଳୟର ପିର ପଞ୍ଜଲ ପର୍ବତ ମାଳା ଉପରେ ନିର୍ମିତ ଏହି ଟନେଲ ସମୁଦ୍ର ପତ୍ତନଠାରୁ 10 ହଜାର ଫୁଟ ଉଚ୍ଚରେ ଅବସ୍ଥିତ | ପ୍ରଧାନମନ୍ତ୍ରୀ ମୋଦି ଏହି ଟନେଲକୁ ସମ୍ପୂର୍ଣ୍ଣ ପରିଦର୍ଶନ କରିବେ ।

ଶନିବାର ‘ଅଟଳ ଟନେଲ’ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ରଣନୈତିକ ଗୁରୁତ୍ବପୂର୍ଣ୍ଣ ଟନେଲ

ଡବଲ ଲେନ ଟନେଲ 3300 କୋଟି ବ୍ୟୟରେ ନିର୍ମିତ | ପ୍ରତିରକ୍ଷା ଦୃଷ୍ଟିକୋଣରୁ ଏହା ମଧ୍ୟ ଦେଶ ପାଇଁ ଗୁରୁତ୍ବପୂର୍ଣ୍ଣ | ଏହି ଟନଲରେ ପ୍ରତି 150 ମିଟରରେ ଟେଲିଫୋନ ଏବଂ 60 ମିଟରରେ ୱାଟର ହାଇଡ୍ରାଣ୍ଟ ଯୋଗାଇ ଦିଆଯାଇଛି। ଆହୁରି ମଧ୍ୟ, ପ୍ରତି 500 ମିଟରରୁ ଏଥିରୁ ବାହାରିବା ପାଇଁ ଏକ ଜରୁରୀକାଳୀନ ସୁବିଧା ଅଛି |

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ 20 ବର୍ଷ ପୁରୁଣା ସ୍ବପ୍ନ

2000ରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ବରେ କେନ୍ଦ୍ର ସରକାର ଏହି ଟନେଲ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଗତ ବର୍ଷ ତାଙ୍କ ସ୍ମୃତିରେ ମୋଦି ସରକାର ଏହାର ନାଁ ଅଟଲ ଟନେଲ ରଖିବାକୁ ଘୋଷଣା କରିଥିଲେ।

Last Updated : Oct 2, 2020, 4:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.