ETV Bharat / bharat

ଗୁଜୁରାଟବାସୀଙ୍କୁ ମୋଦିଙ୍କ ଉପହାର, ଚାଷୀ ଓ ରୋଗୀଙ୍କ ପାଇଁ ନୂଆ ପ୍ରକଳ୍ପର ଉଦଘାଟନ - 3 projects gujarat

ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଗୁଜୁରାଟରେ 3 ଟି ପ୍ରମୁଖ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏଥିରେ ଗିରନାରରେ ରୋପ୍-ୱେ ପ୍ରୋଜେକ୍ଟ ମଧ୍ୟ ଅନ୍ତର୍ଭୁକ୍ତ । ଅଧିକ ପଢନ୍ତୁ...

ମୋଦିଙ୍କ ଉପହାର,
ମୋଦିଙ୍କ ଉପହାର,
author img

By

Published : Oct 24, 2020, 12:13 PM IST

Updated : Oct 24, 2020, 12:20 PM IST

ନୂଆଦିଲ୍ଲୀ: ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଗୁଜୁରାଟରେ 3 ଟି ପ୍ରମୁଖ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏଥିରେ ଗିରନାରରେ ରୋପ୍-ୱେ ପ୍ରୋଜେକ୍ଟ ମଧ୍ୟ ଅନ୍ତର୍ଭୁକ୍ତ । ଏହି ରୋପୱେ ଆରମ୍ଭ ହେବା ପରେ ଭକ୍ତମାନେ ଗିରନାର ପର୍ବତ ଉପରେ ନିର୍ମିତ ମନ୍ଦିର ଦେଖିବା ପାଇଁ 10 ହଜାର ପାହାଚ ଚଢିବାକୁ ପଡିବନାହିଁ ।

ଏହି ରୋପୱେ ଆରମ୍ଭ ହେବା ପରେ ଏହି ରାସ୍ତାକୁ ମାତ୍ର 7 ମିନିଟରେ ପାରି କରି ହେବ । ଏହି ରୋପୱେରେ 24 ଟି ଟ୍ରଲି ମଧ୍ୟ ସ୍ଥାପନ କରାଯିବ । 8 ଜଣ ଲୋକ ଗୋଟିଏ ଟ୍ରଲିରେ ବସି ପାରିବେ । ଏହା ଗୋଟିଏ ରାଉଣ୍ଡରେ 192 ଯାତ୍ରୀଙ୍କୁ ନେଇ ପାରିବ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ଗୁଜୁରାଟର ଚାଷୀଙ୍କ ପାଇଁ ‘କିଷାନ ସୂର୍ଯ୍ୟୋଦୟ ଯୋଜନା’ ଏବଂ ଅହମ୍ମଦାବାଦର ସିଭିଲ ହସ୍ପିଟାଲର ୟୁଏନ୍ ମେହେତା ଇନଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଓଲୋଜି, ରିସର୍ଚ୍ଚ ସେଣ୍ଟର ସହିତ ପେଡିଆଟ୍ରିକ୍ ହାର୍ଟ ହସ୍ପିଟାଲ୍ ଆଣ୍ଡ ଟେଲି କାର୍ଡିଓଲୋଜି ପାଇଁ ମୋବାଇଲ୍ ଆପ୍ଲିକେସନ୍ ମଧ୍ୟ ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯଦି ଗିରନାର ରୋପୱେକୁ ନେଇ କୌଣସି ଆଇନଗତ ସମସ୍ୟା ନଥାନ୍ତା ତେବେ ଲୋକେ ଏହାର ଲାଭ କେବେଠୁ ପାଇସାରନ୍ତେଣି ।

ରାଜ୍ୟରେ ଜଳସେଚନ ପାଇଁ ବିଦ୍ୟୁତ୍ ଯୋଗାଣ କରିବାକୁ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ନେତୃତ୍ବରେ ଗୁଜରାଟ ସରକାର କିଷାନ ସୂର୍ଯ୍ୟୋଦୟ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନା ମାଧ୍ୟମରେ କୃଷକମାନେ ସକାଳ 5 ଟାରୁ ରାତି 9 ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ପାଇପାରିବେ। 2023 ସୁଦ୍ଧା ‘କିଷାନ ସୂର୍ଯ୍ୟୋଦୟ ଯୋଜନା’ ମାଧ୍ୟମରେ ଟ୍ରାନ୍ସମିସନ ଭିତ୍ତିଭୂମି ସ୍ଥାପନ ପାଇଁ ରାଜ୍ୟ ସରକାର 3500 କୋଟି ଟଙ୍କା ବଜେଟ୍ ଆବଣ୍ଟନ କରିଛନ୍ତି। 2020-21 ପାଇଁ ଯୋଜନା ଅନ୍ତର୍ଗତ ଦାହୋଦ, ପାଟନ, ମହିସାଗର, ପଞ୍ଚମହଲ, ଖେଡା, ତାପି, ବଲସାଢ, ଛୋଟା ଉଦୟପୁର, ଆନନ୍ଦ ଏବଂ ଗିର-ସୋମନାଥ ସାମିଲ ଅଛି । ଅବଶିଷ୍ଟ ଜିଲ୍ଲାଗୁଡିକ 2023 ସୁଦ୍ଧା ପର୍ଯ୍ୟାୟକ୍ରମେ ଅନ୍ତର୍ଭୂକ୍ତ କରାଯିବା । ଏନେଇ ମୋଦି କହିଛନ୍ତି ଯେ ଏହା କୃଷକଙ୍କ ପାଇଁ ଏହା ଏକ ନୂତନ ପ୍ରଭାତ ହେବ, ବର୍ତ୍ତମାନ ସେମାନଙ୍କୁ ରାତି ବଦଳରେ ସକାଳ 5 ଟାରୁ 9 ଟା ମଧ୍ୟରେ ତିନୋଟି ପର୍ଯ୍ୟାୟରେ ବିଦ୍ୟୁତ୍ ପାଇବେ।

ଏହି ଯୋଜନା ଅଧୀନରେ ଆସନ୍ତା 2-3 ବର୍ଷ ମଧ୍ୟରେ ପ୍ରାୟ 3.5 ହଜାର ସର୍କିଟ କିଲୋମିଟର ନୂତନ ଟ୍ରାନ୍ସମିସନ ଲାଇନ ସ୍ଥାପନ କରାଯିବ। ନରେନ୍ଦ୍ର ମୋଦି କହିଛନ୍ତି ଯେ ଆଗାମୀ ଦିନରେ ଏକ ହଜାରରୁ ଅଧିକ ଗାଁରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ନୂତନ କୃଷି ନିୟମର ଉପଯୋଗିତା ଉପରେ ଗୁରୁତ୍ବାରୋପ କରିଛନ୍ତି । ସେ କହିଛନ୍ତି, କୃଷକଙ୍କ ଆୟ ବୃଦ୍ଧି ତଥା ଆୟ ଦୃଢ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। କୃଷକମାନଙ୍କୁ ସେମାନଙ୍କର ଉତ୍ପାଦକୁ ଲାଭରେ ବିକ୍ରୟ କରିବାର ବିକଳ୍ପ ଦେଇ ସରକାର ସେମାନଙ୍କୁ ମଜବୁତ କରିଛନ୍ତି ।

ଏହାସହ ପ୍ରଧାନମନ୍ତ୍ରୀ ୟୁଏନ୍ ମେହେତା ଇନଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଓଲୋଜି, ରିସର୍ଚ୍ଚ ସେଣ୍ଟର ସହିତ ଜଡିତ ଶିଶୁ ହାର୍ଟ ହସ୍ପିଟାଲର ଉଦଘାଟନ କରିଛନ୍ତି। ଅହମ୍ମଦାବାଦର ସିଭିଲ୍ ହସ୍ପିଟାଲରେ ଟେଲି କାର୍ଡିଓଲୋଜି ପାଇଁ ଏକ ମୋବାଇଲ୍ ଆପ୍ଲିକେସନ୍ ମଧ୍ୟ ଲଞ୍ଚ କରିଛନ୍ତି । ଏହା ସହିତ ଶଯ୍ୟା ସଂଖ୍ୟାକୁ 450 ରୁ 1251 କୁ ବୃଦ୍ଧି କରାଯାଇଛି ।

Last Updated : Oct 24, 2020, 12:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.