ETV Bharat / bharat

ଗୌହାଟୀ IIT ର ଦୀକ୍ଷାନ୍ତ ସମାରୋହରେ ମୋଦି, ସ୍ଥାନୀୟ ସମସ୍ୟାକୁ ନେଇ ରିସର୍ଚ୍ଚ ପାଇଁ ଆହ୍ବାନ - convocation of iit guwahati

ମଙ୍ଗଳବାର ଆଇଆଇଟି ଗୌହାଟୀର ଦୀକ୍ଷାନ୍ତ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି, ‘ଏହି କାର୍ଯ୍ୟକ୍ରମ ଛାତ୍ରଙ୍କ ପାଇଁ ଏକ ନୂତନ ଅଭିଜ୍ଞତା କାରଣ କୋରୋନା କାରଣରୁ ଅନେକ ପରିବର୍ତ୍ତନ କରାଯାଇଛି।

IIT ଗୌହାଟୀରେ ଦୀକ୍ଷାନ୍ତ ସମାରୋହରେ ମୋଦି
IIT ଗୌହାଟୀରେ ଦୀକ୍ଷାନ୍ତ ସମାରୋହରେ ମୋଦି
author img

By

Published : Sep 22, 2020, 1:48 PM IST

ନୂଆଦିଲ୍ଲୀ: ମଙ୍ଗଳବାର ଆଇଆଇଟି ଗୌହାଟୀର ଦୀକ୍ଷାନ୍ତ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି, ‘ଏହି କାର୍ଯ୍ୟକ୍ରମ ଛାତ୍ରଙ୍କ ପାଇଁ ଏକ ନୂତନ ଅଭିଜ୍ଞତା କାରଣ କୋରୋନା କାରଣରୁ ଅନେକ ପରିବର୍ତ୍ତନ କରାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ପାଇଁ ଉତ୍ତର-ପୂର୍ବ ଭାଗ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ, ଏଭଳି ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ଅନୁସନ୍ଧାନ ପାଇଁ ନୂତନ ରାସ୍ତା ଖୋଲିପାରେ।

ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଜ୍ଞାନ ଗ୍ରହଣ କରିବାର କୌଣସି ସୀମା ନଥାଏ । ବର୍ତ୍ତମାନ ଦେଶରେ ବିଦେଶୀ ବିଶ୍ବବିଦ୍ୟାଳୟ ମଧ୍ୟ ଖୋଲିବ। ଏହାଦ୍ବାରା ଭାରତର ଛାତ୍ରମାନଙ୍କୁ ବାହାରକୁ ଯିବାକୁ ପଡିବ ନାହିଁ । ମୋଦି ଛାତ୍ରମାନଙ୍କୁ ନିବେଦନ କରି କହିଥିଲେ ଯେ ଆପଣ ଏହି କ୍ଷେତ୍ରରେ ସମୟ ବିତାଇଛନ୍ତି ତେଣୁ ଆପଣଙ୍କର ଅନୁସନ୍ଧାନ ମାଧ୍ୟମରେ ଦେଶରେ ଥିବା ସମସ୍ୟାଗୁଡିକୁ ହଟାନ୍ତୁ। ଆପଣମାନେ ସୌର ଶକ୍ତିରୁ ପର୍ଯ୍ୟଟନ ଶିଳ୍ପ ସମେତ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟ କରିବା ଉଚିତ୍ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ଭବିଷ୍ୟତ ଯୁବକମାନଙ୍କ ଉପରେ ନିର୍ଭର କରେ ତେଣୁ ଭବିଷ୍ୟତ ପାଇଁ ପ୍ରସ୍ତୁତି କରିବାର ସମୟ ଆସିଛି । ସେ ଏହା ମଧ୍ୟ କହିଛନ୍ତି ଯେ ଆଇଆଇଟି ଗୌହାଟୀ କୋରୋନା ସହ ଜଡିତ କିଟ୍ ବିକାଶ ପାଇଁ କାର୍ଯ୍ୟ କରିଛି। ସେ କହିଛନ୍ତି, ‘ଆତ୍ମନିର୍ଭରଶୀଳ ଭାରତ ପାଇଁ ଶିକ୍ଷା ଗୁରୁତ୍ବପୂର୍ଣ୍ଣ ତେଣୁ ସରକାର ଏକ ନୂତନ ଶିକ୍ଷା ନୀତି ଆଣିଛନ୍ତି। ଏହି ନୀତି ଯୁବକମାନଙ୍କ ପାଇଁ ଅଟେ ଯାହା ଦ୍ବାରା ଦେଶ ବିଶ୍ବସ୍ତରରେ ଅଗ୍ରଣୀ ହୋଇପାରିବ। ଡିଜିଟାଲ ଶିକ୍ଷା ଉପରେ ଗୁରୁତ୍ବ ଦିଆଯିବା ସହିତ ପିଲାମାନଙ୍କ ଉପରେ କମ୍ ଚାପ ସୃଷ୍ଟି କରିବା ପାଇଁ ଏହା ସରକାରଙ୍କ ଉଦ୍ୟମ ’।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.