ETV Bharat / bharat

ଶପଥ ଗ୍ରହଣ ଉତ୍ସବରେ ପରିବାରକୁ ମିଳିଲାନି ନିମନ୍ତ୍ରଣ

ନିଜର ଶପଥ ଗ୍ରହଣ ଉତ୍ସବରେ ନିଜ ପରିବାର ଲୋକଙ୍କୁ ଆମନ୍ତ୍ରଣ କରିନାହାଁନ୍ତି ନରେନ୍ଦ୍ର ମୋଦି । ଏହାର ସୂଚନା ଦେଇଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଉଣୀ ବସନ୍ତୀବେନ୍ ।

author img

By

Published : May 30, 2019, 4:40 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଆଜି(ଗୁରୁବାର) ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦି । ଏହି ସମାରୋହରେ ଦେଶ ଦୁନିଆର 6000 ଦିଗଜ୍‌ଙ୍କୁ ଆମନ୍ତ୍ରିତ କରାଯାଇଛି । ମାତ୍ର ନିଜର ଶପଥ ଗ୍ରହଣ ଉତ୍ସବରେ ନିଜ ପରିବାର ଲୋକଙ୍କୁ ଆମନ୍ତ୍ରଣ କରିନାହାଁନ୍ତି ମୋଦି । ସେ ନିଜ ଶପଥ ଗ୍ରହଣ ଉତ୍ସବରେ ପରିବାରର କାହାକୁ ମଧ୍ୟ ନିମନ୍ତ୍ରଣ ଦେଇନଥିବା ସୂଚନାମିଳିଛି ।

ତେବେ ଏହାର ସୂଚନା ଦେଇଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଉଣୀ ବସନ୍ତୀବେନ୍ । ସେ ନିକଟରେ ଏକ ଇଣ୍ଟରଭ୍ୟୁ ଦେଇ କହିଛନ୍ତି ଭାଉ-ଭଉଣୀ ସମ୍ପର୍କ ଏକ ଭାବନାରେ ସମ୍ପର୍କ ହୋଇଥାଏ । ମୁଁ ସର୍ବଦା ଏହା ଚିନ୍ତା କରିଥାଏ ଯେ, ମୋର ଭାଇ ଆଗକୁ ବଢନ୍ତୁ । ଜଣେ ଗରିବର ପୁଅ ଆଗକୁ ବଢୁଛି । ଆଉ ପୁରା ଦେଶ ତାଙ୍କ ସାଙ୍ଗରେ ରହିଛନ୍ତି । ସେଥିପାଇଁ ମୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି ।

ସେ ଆହୁରି ମଧ୍ୟ କହିଥିଲେ, ଯେତେବେଳେ ନରେନ୍ଦ୍ର ମୋଦି ଭଦନଗର ଆସିଥିଲେ ମୋର ତାଙ୍କ ସହ ସାକ୍ଷାତ ହୋଇଥିଲା । ମାତ୍ର ସେ ନିଜର ଶପଥ ଗ୍ରହଣ ପାଇଁ କୌଣସି ନିମନ୍ତ୍ରଣ ଦେଇନଥିଲେ । ପରିବାରର କୌଣସି ସଦସ୍ୟଙ୍କୁ ମଧ୍ୟ ସେ ନିମନ୍ତ୍ରଣ ଦେଇନାହାଁନ୍ତି । ତାଙ୍କ ଜୀବନ ଦେଶ ପାଇଁ ଉତ୍ସଗୀକୃତ।

ଏଠାରେ ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ଗୁରୁବାର) ସନ୍ଧ୍ୟା 7.30ରେ ରାଷ୍ଟ୍ରପତି ଭବନରେ ଶପଥଗ୍ରହଣ କରିବେ । ଏହି ସମାରୋହ ପ୍ରାୟ 90 ମିନିଟ୍‌ ଧରି ଚାଲିବ । ଏହି ସମାରୋହରେ ବିମଷ୍ଟେକ ସଦସ୍ୟ ଦେଶର ନେତାଙ୍କୁ ବିଶେଷ ଭାବରେ ନିମନ୍ତ୍ରଣ ଦିଆଯାଇଛି । ଏତଦ୍ ବ୍ୟତୀତ୍ ସିନେମା, ଖେଳ ଏବଂ ବ୍ୟବସାୟ ଜଗତର ନାମୀଦାମୀ ହସ୍ତିଙ୍କୁ ମଧ୍ୟ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ମିଳିଛି ।

ଭୁବନେଶ୍ୱର:ଲଗାତାର ପଞ୍ଚମ ଥର ପାଇଁ ବିଧାନସଭା କୁ ନିର୍ବାଚିତ ହୋଇଛନ୍ତି ବିଜେଡିର ପାର୍ଥି ପ୍ରତାପ ଜେନା।ନବୀନ ପଟ୍ଟନାୟକଙ୍କ ସରକାରରେ ବହୁ ଗୁରୁତ୍ୱପୂର୍ଣ୍ଣ ଦାଇତ୍ୱ ସମ୍ଭାଳିଥିବା ଶ୍ରୀ ଜେନା ଚଳିତ ବିଧାନସଭା ନିର୍ବାଚନରେ ନିଜର ପ୍ରତିଦ୍ବନ୍ଦି ବିଜେପି ର ସାରଦା ପ୍ରସାଦ ପ୍ରଧାଙ୍କଠାରୁ ପାଖାପାଖି 30 ହଜାର ଭୋଟ ବ୍ୟବଧାନ ରେ ବିଜୟ ଲାଭ କରିଛନ୍ତି।
      ବହୁ ସଂଘର୍ଷ ପୂର୍ଣ ଏହି ବିଜୟର ଶ୍ରେୟ ଶ୍ରୀ ଜେନା ମାହାଙ୍ଗା ନିର୍ବାଚନମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ଦେଇଛନ୍ତି।ଏହା ସହିତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ଲୋକପ୍ରିୟତା ଓ କଲ୍ୟାଣମୂଳକ ଯୋଜନା ପାଇଁ ରାଜ୍ୟରେ ଦଳର ଏହିଭଳି ଅଦ୍ଭୂତପୂର୍ବ ବିଜୟ ହୋଇଥିବା ସେ କହିଛନ୍ତି। ଲୋକମାନଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି।ତେବେ ଆଗାମୀ ଦିନରେ ବାକିଥିବା ଅନେକ କାର୍ଯ୍ୟକରିବାର ଅଛି ବୋଲି ଶ୍ରୀ ଜେନା କହିଛନ୍ତି।
Laxmikanta Das
Bhubaneswar
Visual already sent by WhatsApp

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.