ETV Bharat / bharat

ବିରୋଧିଙ୍କୁ ମୋଦିଙ୍କ ଟାର୍ଗେଟ, ଜଙ୍ଗଲରାଜ ଚାହୁଁଥିବା ଲୋକେ ଭାରତ ମାତାର ଜୟ କହିବେନି - ବିହାର ନିର୍ବାଚନ

ମଙ୍ଗଳବାର ବିହାରରେ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ଚାଲିଛି ଏବଂ ତୃତୀୟ ପର୍ଯ୍ୟାୟ ପାଇଁ ଅଭିଯାନ ମଧ୍ୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରରେ ତୃତୀୟ ପର୍ଯ୍ୟାୟ ପାଇଁ ପ୍ରଚାର କରୁଛନ୍ତି। ଅଧିକ ପଢନ୍ତୁ....

ବିରୋଧିଙ୍କୁ ମୋଦିଙ୍କ ଟାର୍ଗେଟ
ବିରୋଧିଙ୍କୁ ମୋଦିଙ୍କ ଟାର୍ଗେଟ
author img

By

Published : Nov 3, 2020, 3:48 PM IST

ପାଟନା: ମଙ୍ଗଳବାର ବିହାରରେ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ଚାଲିଛି ଏବଂ ତୃତୀୟ ପର୍ଯ୍ୟାୟ ପାଇଁ ଅଭିଯାନ ମଧ୍ୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରରେ ତୃତୀୟ ପର୍ଯ୍ୟାୟ ପାଇଁ ପ୍ରଚାର କରୁଛନ୍ତି। ଅରରିଆ ପରେ ପ୍ରଧାନମନ୍ତ୍ରୀ ମୋଦି ବିହାରର ସାହାରାଠାରେ ଏକ ନିର୍ବାଚନ ସଭାକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିହାରବାସୀଙ୍କୁ ଜଙ୍ଗଲରାଜର ଇତିହାସ ଠାରୁ ସତର୍କ ରହିବାର ଅଛି ।

ମୋଦି କହିଛନ୍ତି ଯେ ବିହାରର ଜଙ୍ଗଲରାଜ ଚାହୁଁଥିବା ଲୋକେ ଭାରତ ମାତା କି ଜୟର ନାରା ନଲଗାନ୍ତୁ । ଭାରତ ମାତା କି ଜୟ କହିବା କାରଣରୁ କିଛି ଲୋକ ଜ୍ବରରେ ଆକ୍ରାନ୍ତ ହେଉଛନ୍ତି । ବର୍ତ୍ତମାନ ଭାରତ ମାତାର ବିରୋଧୀମାନେ ଏକତ୍ରିତ ହୋଇ ଭୋଟ୍ ମାଗୁଛନ୍ତି, ଏପରି ଲୋକଙ୍କୁ ଉପଯୁକ୍ତ ଉତ୍ତର ଦିଅନ୍ତୁ ।

ଏଠାରେ ଏକ ରାଲିରେ ସେ କହିଛନ୍ତି, ‘ମୁଁ କିଛି ଦିନ ମଧ୍ୟରେ ପ୍ରତ୍ୟେକ ଅଞ୍ଚଳକୁ ଯାଇଛି, ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ଦେବାର ଧାରା ବର୍ତ୍ତମାନ ସ୍ପଷ୍ଟ ହେବାରେ ଲାଗିଛି। ବିହାରବାସୀ ଆତ୍ମନିର୍ଭରଶୀଳ ବିହାର ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ରାଜ୍ୟରେ ପୁଣିଥରେ ଏନଡିଏ ସରକାର ଗଠନ ହେବାକୁ ଯାଉଛି। ଯେଉଁମାନେ ଗରିବଙ୍କ ବିଷୟରେ କଥା ହୋଇଥିଲେ ସେମାନେ ବିହାରର ଗରିବ ଲୋକଙ୍କୁ ନିର୍ବାଚନରୁ ହଟାଇ ଦେଇଛନ୍ତି ’।

ମୋଦି କହିଛନ୍ତି ଯେ ଆଜି ଗୋପାଳକ-ମତ୍ସ୍ୟଜୀବୀଙ୍କୁ କିସାନ କ୍ରେଡିଟ କାର୍ଡ ସୁବିଧା ସହ ସହଜରେ ଋଣ ଦିଆଯାଉଛି। ଲୋକ ବର୍ତ୍ତମାନ ସପିଂ କରିବା ପୂର୍ବରୁ ଜିନିଷ କେଉଁଠି ତିଆରି ହେଉଛି, ତାହା ଦେଖିପାରୁଛନ୍ତି । ସ୍ଥାନୀୟ ଲୋକଙ୍କୁ ଯେତେବେଳେ ସାମଗ୍ରୀ ବିକ୍ରି କରାଯାଏ, ସେତେବେଳେ ଦେଶକୁ ଲାଭ ହିଏ । ଖଦି ପ୍ରତି ଲୋକଙ୍କ ପସନ୍ଦ ବଢିଛି । ଗତ 5 ବର୍ଷ ମଧ୍ୟରେ ସର୍ବାଧିକ ଖଦି ବିକ୍ରି କରାଯାଇଛି । ମୋଦି ପୁଣି ଭୋକାଲ୍ ଫର୍ ଲୋକାଲର ନାରା ଦେଇଛନ୍ତି ।

ସେ ଏହା ମଧ୍ୟ କହିଥିଲେ ଯେ, ଶ୍ରୀକୃଷ୍ଣ ଗୋଟିଏ ଆଙ୍ଗୁଠିରେ ଗୋବର୍ଦ୍ଧନ ପର୍ବତ ଉଠାଇଥିଲେ ଆଜି ଆପଣଙ୍କ ଗୋଟିଏ ଭୋଟ୍ ବିହାରର ଉନ୍ନତି କରିବ । ନୀତିଶ ସରକାର 15 ବର୍ଷର କୁଶାସନକୁ ସୁଶାସନ କରିଛନ୍ତି ବୋଲି ମୋଦି କହିଛନ୍ତି । ପିଏମ କହିଛନ୍ତି ଯେ ଆତ୍ମନିର୍ଭରଶୀଳ ବିହାର ଯଥା ଖାଦ୍ୟ ପ୍ରକ୍ରିୟାକରଣ, କୃଷକ ଉତ୍ପାଦକ ସଙ୍ଗଠନ ଗଠନ, ସ୍ଥାନୀୟ ବ୍ୟବସାୟୀଙ୍କ ବିକାଶ, ବିହାରର କୁଟୀର ଶିଳ୍ପ ବିକାଶ, ମାତୃଭାଷାରେ ମେଡିକାଲ-ଇଞ୍ଜିନିୟରିଂ ଅଧ୍ୟୟନ, ଆଇଟି-ସଫ୍ଟୱେୟାର-ହାର୍ଡୱେର ପାର୍କ ନିର୍ମାଣ, ପ୍ରତ୍ୟେକ ଗ୍ରାମ-ପଞ୍ଚାୟତ ଇଣ୍ଟରନେଟ, ଷଷ୍ଠ ଶ୍ରେଣୀରୁ ଅଧିକ ସମସ୍ତ ଛାତ୍ରଙ୍କୁ କମ୍ପ୍ୟୁଟର ଶିକ୍ଷା ଆଦି ଲକ୍ଷ୍ୟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.