ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର 169 ଜଣ ନବନିଯୁକ୍ତ ଆଇଏଏସ ଅଧିକାରୀଙ୍କୁ ଭେଟିବେ । 169 ଜଣ ନବ ନିଯୁକ୍ତ ଆଇଏଏସ ଅଧିକାରୀ ଜୁଲାଇ 1 ତାରିଖରୁ ତିନି ମାସ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କର ବିଭିନ୍ନ ବିଭାଗରେ ସହାୟକ ସଚିବ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି ।
ପ୍ରଧାନମନ୍ତ୍ରୀ ଭେଟିବାକୁ ଥିବା 2017 ବ୍ୟାଚର ଏହି ଆଇଏଏସ ଅଧିକାରୀଙ୍କୁ ପ୍ରଥମ ଥର ପାଇଁ ଏହି ନିଯୁକ୍ତି ପ୍ରଦାନ କରାଯାଇଛି । ରାଜ୍ୟ କ୍ୟାଡରକୁ ଯିବା ପୂର୍ବରୁ କେନ୍ଦ୍ରରେ ଏହି ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟକୁ ଠିକ ଭାବେ ପରଖିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
13 ସପ୍ତାହ ପରେ ଏହି ଆଇଏଏସ ଅଧିକାରୀ ନିଜ ରାଜ୍ୟ କ୍ୟାଡରରେ ସେବା ପ୍ରଦାନ କରିବେ । ନିୟମାନୁସାରେ ନିଜ ସମ୍ବନ୍ଧିତ ରାଜ୍ୟରେ 9 ବର୍ଷ ସେବା ପରେ ଆଇଏଏସ ଅଧିକାରୀଙ୍କୁ କେନ୍ଦ୍ରରେ ପ୍ରତିନିଯୁକ୍ତି ଉପରେ ନିୟୋଯିତ କରାଯାଇ ପାରିବ ।