ETV Bharat / bharat

ହେମନ୍ତ ସୋରେନଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଭୋଟ ଗଣତି ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବିଜେପି ନେତାମାନେ ମଧ୍ୟ ନିଜ ପରାଜୟ ସ୍ବୀକାର କରିଛନ୍ତି । ବିଜୟ ପାଇଁ ମେଣ୍ଟ ଏବଂ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେମନ୍ତ ସୋରେନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Jharkhand polls
ଫାଇଲ ଫଟୋ
author img

By

Published : Dec 23, 2019, 7:45 PM IST

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଭୋଟ ଗଣତି ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଇତି ମଧ୍ୟରେ ଫଳାଫଳ ମଧ୍ୟ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, କଂଗ୍ରେସ ଓ ଆରଜେଡି ମେଣ୍ଟକୁ ବହୁମତ ମିଳିଥିବା ବେଳେ ବିଜେପିକୁ ପରାଜୟର ସାମ୍ନା କରିବାରୁ ପଡିଛି । ତେବେ ବିଜେପି ନେତାମାନେ ମଧ୍ୟ ନିଜ ପରାଜୟ ସ୍ବୀକାର କରିଛନ୍ତି । ବିଜୟ ପାଇଁ ମେଣ୍ଟ ଏବଂ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେମନ୍ତ ସୋରେନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହା ସହିତ ରାଜ୍ୟରେ ବିଜେପିକୁ 5 ବର୍ଷ ପର୍ଯ୍ୟନ୍ତ କାମ କରିବାର ସୁଯୋଗ ଦେଇଥିବାକୁ ଜନତାଙ୍କୁ ଧନ୍ୟବାଦ ଦେଇଛନ୍ତି ମୋଦି । ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ଟ୍ବିଟ କରି ଧନ୍ୟବାଦ ଦେଇଛନ୍ତି ମୋଦି ।

ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ପରାଜୟ ସ୍ବୀକାର କରି କହିଛନ୍ତି, ଝାଡଖଣ୍ଡରେ ଜନତାଙ୍କ ଦ୍ବାରା ଦିଆଯାଇଥିବା ଜନାଦେଶର ସମ୍ମାନ କରୁଛୁ । ରାଜ୍ୟରେ ବିଜେପିକୁ 5 ବର୍ଷ ପର୍ଯ୍ୟନ୍ତ କାମ କରିବାର ସୁଯୋଗ ଦେଇଥିବାକୁ ରାଜ୍ୟବାସୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ପ୍ରଦେଶର ବିକାଶ ପାଇଁ ବିଜେପି ପ୍ରତିବଦ୍ଧ ବୋଲି ଶାହା କହିଛନ୍ତି । ଏହା ସହିତ କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶାହା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.