ETV Bharat / bharat

ସିଡିଏସ ବିପିନ ରାୱତଙ୍କୁ ମୋଦିଙ୍କ ଶୁଭେଚ୍ଛା - ସିଡିଏସ ବିପିନ ରାୱତଙ୍କୁ ମୋଦିଙ୍କ ଶୁଭେଚ୍ଛା

ଜେନେରାଲ ବିପିନ ରାୱତ ଆଜି ଅଧିକାରୀକ ରୂପରେ ପ୍ରତିରକ୍ଷା ପ୍ରମୁଖ (ସିଡିଏସ) ଭାବରେ ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଜାଣନ୍ତୁ ସେ କ'ଣ କହିଛନ୍ତି..

modi congratulate cds general bipin rawat
ଫାଇଲ ଫଟୋ
author img

By

Published : Jan 1, 2020, 12:48 PM IST

ନୂଆଦିଲ୍ଲୀ: ପୂର୍ବତନ ସ୍ଥଳ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ ଆଜି ଅଧିକାରୀକ ରୂପରେ ପ୍ରତିରକ୍ଷା ପ୍ରମୁଖ (ସିଡିଏସ) ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି । ଏହି ଉପଲବ୍ଧି ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହିତ ରାୱତଙ୍କୁ ପ୍ରଶଂସାରେ ପୋତିଛନ୍ତି ମୋଦି ।

ମୋଦି ଟ୍ବିଟ କରି କହିଛନ୍ତି, 'ନୂଆବର୍ଷର ପ୍ରାରମ୍ଭରେ ଦେଶକୁ ଜେନେରାଲ ବିପିନ ରାୱତଙ୍କ ରୂପରେ ସିଡିଏସ ମିଳିଗଲା । ତାଙ୍କୁ ମିଳିଥିବା ଦାୟିତ୍ବ ପାଇଁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା । ସେ ଜଣେ ଉତ୍କୃଷ୍ଟ ଅଧିକାରୀ ଅଟନ୍ତି, ଯିଏ ବହୁତ ଉତ୍ସାହର ସହ ଭାରତର ସେବା କରିଛନ୍ତି । '

modi congratulate cds general bipin rawat
ଫଟୋ ସୌଜନ୍ୟ: ଟ୍ବିଟର

ଏହା ସହିତ ଦେଶ ସେବାରେ ଶହୀଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୋଦି । କାରଗିଲ ଯୁଦ୍ଧ ଲଢିଥିବା ବୀର ଯବାନଙ୍କୁ ମନେ ପକାଇ ସେ କହିଛନ୍ତି, କାରଗିଲ ପରେ ଆମ ସେନାର ଗାଥା ପୁରା ବିଶ୍ବରେ ଚର୍ଚ୍ଚିତ ହୋଇଥିଲା । ଯାହା ଦ୍ବାରା ଆଜି ଐତିହାସିକ ବିକାଶ ହୋଇଛି ।

ସେପଟେ ସିଡିଏସ ଦାୟିତ୍ବ ମିଳିବା ପରେ ରାୱତଙ୍କର ରାଜନୈତିକ ସମ୍ପର୍କ ଥିବା ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ । ଯାହାକୁ ଖଣ୍ଡନ କରିଛନ୍ତି ରାୱତ। ସେ କୌଣସି ରାଜନୀତିକ ଦଳ ଦ୍ବାରା ପରିଚାଳିତ ନୁହେଁ। ସରକାରଙ୍କ ନିର୍ଦ୍ଦେଶକ୍ରମେ ସେ ନିଜ କର୍ତ୍ତବ୍ୟ ପାଳନ କରିବେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାୱତ କହିଥିଲେ ।

Intro:Body:

dafg

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.