ETV Bharat / bharat

ମୋଦି-ଜିନପିଙ୍ଗ ସାକ୍ଷାତକାର: ପାକିସ୍ତାନ-ଆତଙ୍କବାଦ ପ୍ରସଙ୍ଗରେ ବାର୍ତ୍ତାଳାପ

ବିସକେକ୍ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ସହ ପ୍ରତିନିଧିମଣ୍ଡଳସ୍ତରୀୟ ଆଲୋଚନା ସଫଳ ହୋଇଛି । ଏହାସହ ଦ୍ବିପାକ୍ଷିକ ସଂପର୍କକୁ ସୁଦୃଢ଼ କରିବାକୁ ଭାରତ ଆସିବେ ଚୀନ୍‌ ରାଷ୍ଟ୍ରପତି ବୋଲି ସୂଚନା ମିଳିଛି । ଚୀନ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ପରେ ପ୍ରଧାନମନ୍ତ୍ରୀ ମୋଦି  ଋଷର ରାଷ୍ଟ୍ରପତି ଭ୍ଲାଦମୀର ପୁଟିନ୍‌ଙ୍କ ସହ ବୈଠକ କରିଛନ୍ତି ।

author img

By

Published : Jun 13, 2019, 9:53 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ସାଙ୍ଘାଇ ସହଯୋଗ ସଂଗଠନ(ଏସସିଓ)ର ବିସକେକ୍ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ସହ ପ୍ରତିନିଧିମଣ୍ଡଳସ୍ତରୀୟ ଆଲୋଚନା ସଫଳ ହୋଇଛି । ଏହାସହ ଦ୍ବିପାକ୍ଷିକ ସଂପର୍କକୁ ସୁଦୃଢ଼ କରିବାକୁ ଭାରତ ଆସିବେ ଚୀନ୍‌ ରାଷ୍ଟ୍ରପତି ବୋଲି ସୂଚନା ମିଳିଛି । ଚୀନ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ପରେ ପ୍ରଧାନମନ୍ତ୍ରୀ ମୋଦି ଋଷର ରାଷ୍ଟ୍ରପତି ଭ୍ଲାଦମୀର ପୁଟିନ୍‌ଙ୍କ ସହ ବୈଠକ କରିଛନ୍ତି ।

pm-narendra-
ଫଟୋ ସୌଜନ୍ୟ: ଏନଆଇ

ବୈଦେଶିକ ସଚିବ ବିଜୟ ଗୋଖଲେଙ୍କ ସୂଚନା ଅନୁଯାୟୀ, ଭାରତ-ଚୀନ ଆଲୋଚନାରେ ଦୁଇ ଦେଶର ବିଭିନ୍ନ ରଣନୀତି ସମ୍ବନ୍ଧକୁ ଆଗକୁ ବଢାଇବା ପାଇଁ ମୋଦି ଜୋର ଦେଇଛନ୍ତି । ଭାରତ ଓ ଚୀନ ମଧ୍ୟରେ ଦୀର୍ଘ ଦିନ ଧରି ପଡି ରହିଥିବା ମାମଲାର ସମାଧାନ କରିବା ପ୍ରସଙ୍ଗ ଆଲୋଚନା କରାଯାଇଛି । ଭାରତରେ ବ୍ୟାଙ୍କ୍ ଅଫ୍ ଚାଇନାର ଶାଖା ଖୋଲିବା ଓ ମସୁଦ ଅଜହର ଭଳି ସମସ୍ୟାର ସମାଧାନ ଏଥିରେ ସାମିଲ ରହିଛି ।

pm-narendra-
ଫଟୋ ସୌଜନ୍ୟ: ଏନଆଇ

ଏହାସହ ଭାରତ ଓ ଚୀନ ମଧ୍ୟରେ ପାକିସ୍ତାନକୁ ନେଇ ଆଲୋଚନା ମଧ୍ୟ ହୋଇଛି ବୋଲି ବୈଦେଶିକ ସଚିବ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ ସେ ପର୍ଯ୍ୟନ୍ତ ପାକିସ୍ତାନ ସହ କୌଣସି ପ୍ରକାର ଆଲୋଚନ ସମ୍ଭବପର ନୁହେଁ । ଭାରତ ବାରମ୍ବାର ପାକିସ୍ତାନ ସହ ଆଲୋଚନା କରି ଆଗକୁ ବଢିବା ପାଇଁ ପ୍ରୟାସ କରିଆସୁଅଛି ମାତ୍ର ପାକିସ୍ତାନ ସମସ୍ତ ପ୍ରଚେଷ୍ଟାକୁ ବରବାଦ କରିଦେଉଛି । ପାକିସ୍ତାନ ନିଜ ଦେଶରେ ଆତଙ୍କରହିତ ବାତାବରଣ ନିର୍ମାଣ କରିବା ଆବଶ୍ୟକ ଥିବା ବେଳେ ପାକିସ୍ତାନ ଏଥି ପ୍ରତି ତିଳେ ମାତ୍ର ଠୋସ୍‌ ପଦକ୍ଷେପ ନେଉନାହିଁ ।

ଭିଡିଓ ସୌଜନ୍ୟ: ଏନଆଇ

ମୋଦି-ସି ଜିନପିଙ୍ଗଙ୍କ ସହ ଆଲୋଚନା ପରେ ଋଷ ସହିତ ଦ୍ବିପାକ୍ଷିକ ବୈଠକ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦି ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କୁ ସାକ୍ଷାତ କରିଥିଲେ । ଏହି ସମୟରେ ମୋଦି ଆମେଥିରେ ଭାରତ ଏବଂ ରୁଷ୍‌ର ମିଳିତ ପ୍ରକଳ୍ପ ଏକେ ୨୦୩ ଆସଲ୍ଟ ରାଇଫଲ୍ ନିର୍ମାଣ ୟୁନିଟ୍‌ ଲଗାଇଥିବାରୁ ଧନ୍ୟବାଦ ଦେଇଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ଚଳିତ ନିର୍ବାଚନରେ ସଫଳତା ପାଇଁ ମୋଦିଙ୍କୁ ଚୀନ୍‌ ରାଷ୍ଟ୍ରପତି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଏହାସହ ମୋଦି ଚୀନ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ସମ୍ପର୍କକୁ ଆହୁରି ସୁଦୃଢ କରିବା ପାଇଁ ଭାରତ ଗସ୍ତରେ ଆସିବାକୁ ସି ଜିନପିଙ୍ଗ୍‌ଙ୍କୁ ମୋଦି ଅନୁରୋଧ କରିଥିଲେ । ମୋଦିଙ୍କ ଅନୁରୋଧକୁ ରକ୍ଷା କରି ଚୀନ୍‌ ରାଷ୍ଟ୍ରପତି ଜି ଜିଙ୍ଗପିଙ୍ଗ୍‌ ଚଳିତ ବର୍ଷ ଶେଷ ଆଡକୁ ଭାରତ ଗସ୍ତରେ ଆସିବା ସୂଚନା ବୈଦେଶିକ ସଚିବ ଦେଇଛନ୍ତି ।

Intro:Body:

zn

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.