ETV Bharat / bharat

'କେନ୍ଦ୍ରୀୟ ରାଜନୈତିକ ନାମପନ୍ଥୀ, ବାମପନ୍ଥୀ ଏବଂ ଦମନପନ୍ଥୀ ସଂସ୍କୃତି ଥିଲା, ଆମେ ଆଣିଛୁ ବିକାଶ ପନ୍ଥୀ' - modi

ସ୍ବାଧୀନତା ପରଠାରୁ ଆମ ଦେଶରେ 3 ପ୍ରକାରର ରାଜନୈତିକ ସଂସ୍କୃତି ଚାଲି ଆସୁଥିଲା । ପ୍ରଥମ ନାମପନ୍ଥୀ, ଦ୍ବିତୀୟଟି ବାମପନ୍ଥୀ ଏବଂ ତୃତୀୟରେ ଦମନପନ୍ଥୀ । କିନ୍ତୁ ବିଜେପି ଦେଶରେ ବିକାଶ ପନ୍ଥୀ ରାଜନୈତିକ ସଂସ୍କୃତି ଆଣିଥିବା କହିଛନ୍ତି ମୋଦି ।

ଫାଇଲ ଫଟୋ
author img

By

Published : May 6, 2019, 5:15 AM IST

ଲକ୍ଷ୍ନୌ: ସ୍ବାଧୀନତା ପରଠାରୁ ଆମ ଦେଶରେ 3 ପ୍ରକାରର ରାଜନୈତିକ ସଂସ୍କୃତି ଚାଲି ଆସୁଥିଲା । ପ୍ରଥମ ନାମପନ୍ଥୀ, ଦ୍ବିତୀୟଟି ବାମପନ୍ଥୀ ଏବଂ ତୃତୀୟରେ ଦମନପନ୍ଥୀ । ଏହି 3ଟି ଦଳ ଆମ ଦେଶକୁ ଶାସନ କରିଆସୁଥିଲେ । କିନ୍ତୁ ବିଜେପି କ୍ଷମତାକୁ ଆସିଲା ପରେ ଦେଶରେ ଆଉ ଏକ ରାଜନୈତିକ ସଂସ୍କୃତି ଆସିଛି । ତାହା ହେଉଛି ବିକାଶ ପନ୍ଥୀ ଶାସନ ।

ଯାହାର ମୂଳ ଲକ୍ଷ୍ୟ କେବଳ ଦେଶର ବିକାଶ । ଦେଶର ଜନତାଙ୍କ ବିକାଶ ହିଁ ଆମର ପ୍ରାଥମିକତା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍ତର ପ୍ରଦେଶର ଭଦୋହୀରେ ଏକ ଜନସଭାରେ କଂଗ୍ରେସ ଏବଂ ସପା-ବସପାର ମହାମେଣ୍ଟକୁ କଟାକ୍ଷ କରି ସେ ଏଭଳି କହିଛନ୍ତି ।

ସେ ଆହୁରି କହିଛନ୍ତି, ଦେଶରେ ଆତଙ୍କବାଦୀ ଆକ୍ରମଣ ହେଲେ ସମସ୍ତଙ୍କୁ ପୀଡ଼ା ହୋଇଥାଏ । ସହିଦ ଯବାନଙ୍କ ପାର୍ଥିବ ଶରୀର ଉପରେ ତ୍ରିରଙ୍ଗା ଘୋଡାଇବାର ଦୃଶ୍ୟ ସମସ୍ତଙ୍କ ପାଇଁ କଷ୍ଟଦାୟକ ଥାଏ । ଜବାବରେ ଯେତେବେଳେ ସର୍ଜିକାଲ ଷ୍ଟ୍ରାଇକ ହୁଏ ତ ଆପଣଙ୍କୁ ଗର୍ବ ଅନୁଭବ ହୋଇଥାଏ କି ନାହିଁ ବୋଲି ଲୋକଙ୍କୁ ପ୍ରଶ୍ନ କରିଛନ୍ତି ମୋଦୀ । ମୁଁ ଆପଣାଇଥିବା ରାସ୍ତା ଠିକ୍‌ କି ନାହିଁ ବୋଲି ସେ କହିଛନ୍ତି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.