ETV Bharat / bharat

ବିଜେପିର ବିଶାଳ ରାଲି, ରାମଲୀଳା ମୈଦାନରେ ‘ଧନ୍ୟବାଦ ମୋଦି’ - ବିଜେପିର ବିଶାଳ ରାଲି

କମ୍ପିବ ଐତିହାସିକ ରାମଲୀଳା ମୈଦାନ । ପ୍ରାୟ ଦୁଇ ଲକ୍ଷ ଲୋକଙ୍କ ସମାଗମରେ ବିଜେପି ଆୟୋଜନ କରୁଛି ବିଶାଳ ଜନସଭା । ଦିଲ୍ଲୀର 40 ଲକ୍ଷ ଅଧିବାସୀଙ୍କ ନିଜସ୍ବ ମାଲିକାନା କେନ୍ଦ୍ର ସରକାର ବଜାୟ ରଖିଥିବାରୁ ମୋଦିଙ୍କୁ ଧନ୍ୟବାଦ ଦେବେ ଦିଲ୍ଲୀବାସୀ । ଏପଟେ 2020ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଜନସଭାରୁ ବିଜେପି ଏଥି ଫୁଙ୍କିବ ନିର୍ବାଚନୀ ବିଗୁଲ ।

PM Modi's
PM Modi's
author img

By

Published : Dec 22, 2019, 10:53 AM IST

Updated : Dec 22, 2019, 12:34 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଧନ୍ୟବାଦ ଦେବେ ଦିଲ୍ଲୀବାସୀ । ରାଜଧାନୀର ରାମଲୀଳା ମୈଦାନରେ ମୋଦିଙ୍କୁ ଏପରି ଭବ୍ୟ ସମ୍ବର୍ଦ୍ଧନା ଦେବାକୁ ବିରାଟ ସଭା ଆୟୋଜନ କରୁଛି ବିଜେପି । ରାଜଧାନୀରେ ଥିବା 1734 ବେଆଇନ କଲୋନୀକୁ ନିୟମିତ କଲୋନୀରେ ପରିଣତ କରିଥିବାରୁ ଆୟୋଜନ ହେଉଛି ଏହି ବିଶାଳ ଜନସଭା । ସେପଟେ ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନା ରହିଥିବାରୁ ଏହା ବିଜେପିର ନିର୍ବାଚନୀ ବିଗୁଲ ଫୁଙ୍କା ବୋଲି କୁହାଯାଉଛି ।

ଦିଲ୍ଲୀରେ ରହିଥିବା ଏହି ବେଆଇନ କଲୋନୀକୁ କେନ୍ଦ୍ର ସରକାର ନିୟମିତ କରିଥିବାରୁ ପାଖାପାଖି 40 ଲକ୍ଷ ଅଧିବାସୀଙ୍କ ମାଲିକାନା ମିଳିବାର ଅଧିକାର ସଫଳ ହୋଇଛି । ଯେଉଥିପାଇଁ ଦିଲ୍ଲୀବାସୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାକୁ ରାମଲୀଳା ମୈଦାନରେ ଏକଜୁଟ ହେଉଛନ୍ତି । ରବିବାର ଆୟୋଜନ ହେବାକୁ ଥିବା ଏହି ଜନସଭାରେ ପ୍ରାୟ 2ଲକ୍ଷ ଲୋକଙ୍କ ସମାଗମ ହେବ ବୋଲି ସୂଚନା ଦେଇଛି ବିଜେପି ।

ଚଳିତ ମାସ 14 ତାରିଖରେ ଏହି ମୈଦାନରେ କଂଗ୍ରେସ ବିଜେପି ବିରୋଧରେ ଭାରତ ବଞ୍ଚାଓ ରାଲି କରିଥିବା ବେଳେ ଆଜି ବିଜେପି ଏହାକୁ କଡ଼ା ଟକ୍କର ଦେବାକୁ ଯାଉଛି । ସୂଚନା ଅନୁଯାୟୀ ଏହି ଜନସଭା ପାଇଁ ରାଜଧାନୀର ସାତ ସାଂସଦ, 281 ମଣ୍ଡଳ ସଭାପତି, ନିଗମ ପରିଷଦ ସଭାପତି ଆଦି ଲୋକଙ୍କ ଏକତ୍ରିତ ପାଇଁ ଦାୟିତ୍ବ ନେଇଛନ୍ତି ।

ଗୋଟେପଟେ ନାଗରିକତା ସଂଶୋଧନ ଆଇକୁ ନେଇ ଦେଶର ଅନେକ ସ୍ଥାନରେ ତୀବ୍ର ପ୍ରତିବାଦ ସହ ହିଂସାକାଣ୍ଡ ଦେଖିବାକୁ ମିଳିଛି । ବିଜେପି, ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ ବିରୋଧରେ ନାରାବାଜି ମଧ୍ୟ ହେଉଛି । କିନ୍ତୁ ଏପଟେ ବିଜେପିର ବିଶାଳ ରାଲି ଆୟୋଜନ । ଏହି ସବୁ ଘଟଣାକୁ ଚପାଇବା ସହ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଦଳର ଏହା ପ୍ରାରମ୍ଭିକ ରଣନୀତି ବୋଲି ଚର୍ଚ୍ଚା ହେଉଛି ।

Intro:Body:

testing

Conclusion:
Last Updated : Dec 22, 2019, 12:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.