ETV Bharat / bharat

ମୁଖ୍ୟମନ୍ତ୍ରୀଙ୍କୁ ମୋଦିଙ୍କ ନିର୍ଦ୍ଦେଶ; ‘5% ରହୁ ପିଜିଟିଭ ହାର, ବୃଦ୍ଧି କର RT-PCR ଟେଷ୍ଟ’

author img

By

Published : Nov 24, 2020, 3:47 PM IST

ମହାମାରୀ କୋରୋନାର ପୁନଃ ସଂକ୍ରମଣ ସ୍ଥତି ସମୀକ୍ଷା ନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯଦି ମୁଖ୍ୟମନ୍ତ୍ରୀମାନଙ୍କ ପାଖରେ କୌଣସି ପରାମର୍ଶ ରହିଛି, ତାହେଲେ ଲିଖିତ ଭାବରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୋଦି ।

ମୁଖ୍ୟମନ୍ତ୍ରୀଙ୍କୁ ମୋଦିଙ୍କ ନିର୍ଦେଶ; ନଲିଖିତରେ ଦିଅ ପରାମର୍ଶ, ଲଦାଯିବନି ନିଷ୍ପତ୍ତି

ନୂଆଦିଲ୍ଲୀ: ମହାମାରୀ କୋରୋନାର ପୁନଃ ସଂକ୍ରମଣ ସ୍ଥତି ସମୀକ୍ଷା ନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଠକରେ ମୋଦି କହିଛନ୍ତି, କୋରୋନା ବିପକ୍ଷରେ ଜାରି ଯୁଦ୍ଧରେ ସମସ୍ତ ପ୍ରୟାସ କରାଯାଉଛି । ଯଦି ମୁଖ୍ୟମନ୍ତ୍ରୀମାନଙ୍କ ପାଖରେ କୌଣସି ପରାମର୍ଶ ରହିଛି, ତାହେଲେ ଲିଖିତ ଭାବରେ ଦେବାକୁ ନିର୍ଦେଶ ଦେଇଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶରେ ଟେଷ୍ଟିଂର ନେଟୱାର୍କ ସଠିକ ଭାବରେ କାର୍ଯ୍ୟ କରୁଛି । ଦେଶର ମେଡିକାଲ କଲେଜ ଓ ଜିଲ୍ଲା ହସ୍ପିଟାଲରେ ଅକ୍ସିଜେନ ଯୋଗାଣ କାର୍ଯ୍ୟ ଜାରି ରହିଛି । ମୋଦି ନିଜ ସମ୍ବୋଧନରେ କହିଛନ୍ତି, ଆମ ପାଖରେ ପର୍ଯ୍ୟାପ୍ତ ମାମଲା ରହିଛି । ଏପରିସ୍ଥିତିରେ ପ୍ରସ୍ତୁତି ପୁରା କରିବା ଦରକାର ।

ମୋଦି ଆହୁରି ମଧ୍ୟ କହିଛନ୍ତି, ପ୍ରାଥମିକ ପର୍ଯ୍ୟାୟରେ କୋରୋନା ପ୍ରତି ଲୋକଙ୍କର ଭୟ ରହିଥିଲା । ଏଥିପାଇଁ ଲୋକେ ଆତ୍ମହତ୍ୟା ମଧ୍ୟ କରୁଥିଲେ । କୋରୋନାକୁ ନେଇ ଲୋକେ ଗମ୍ଭୀର ହେବାକୁ ଲାଗିଲେଣି । ହେଲେ କିଛି ପରିମାଣରେ ଲୋକଙ୍କୁ ଏହା ମଧ୍ୟ ଲାଗୁଛି ଯେ ଭାଇରସ ଦୁର୍ବଳ ହୋଇଯାଉଛି ।

ଏହି ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଯୋଗ ଦେଇଥିଲେ । ସେ ରାଜଧାନୀରେ 1000 ଅତିରିକ୍ତ ଆଇସିୟୁ ଶଯ୍ୟା ଦାବି କରିଛନ୍ତି। ଏଥିସହ ପ୍ରଦୂଷଣ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଦିଲ୍ଲୀ ସିଏମ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିବେଦନ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହୋଇଥିବା ବୈଠକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସୂଚନା ଦେଇଛନ୍ତି ଯେ ସେ ରାଜ୍ୟରେ କୋଭିଡ ଟୀକା ବିତରଣ ଉପରେ କାର୍ଯ୍ୟ କରୁଥିବା ଏକ ଟାସ୍କଫୋର୍ସ ଗଠନ କରିଛନ୍ତି। ଏହା ବ୍ୟତୀତ ସେ ସେରମ୍ ପ୍ରତିଷ୍ଠାନର ଅଦର ପୁନାୱାଲାଙ୍କ ସହ ମଧ୍ୟ ଯୋଗାଯୋଗରେ ଅଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.