ETV Bharat / bharat

୧୦ ଦୁର୍ଗାପୂଜା ପେଣ୍ଡାଲରେ ବଙ୍ଗବାସୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

author img

By

Published : Oct 19, 2020, 4:20 PM IST

ଏଥର ମମତା ବାନାର୍ଜୀଙ୍କୁ ତାଙ୍କ ଗଡ଼ରେ ଟକ୍କର ଦେବେ ମୋଦି । ପଶ୍ଚିମବଙ୍ଗର ୧୦ ଦୁର୍ଗାପୂଜା ପେଣ୍ଡାଲରେ ଜନତାଙ୍କ ସହ ଭର୍ଚୁଆଲ ଆଲୋଚନା କରିବାକୁ ମନସ୍ଥ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ...

PM Modi's address to be streamed live at 10 Durga puja pandals
୧୦ ଦୁର୍ଗାପୂଜା ପେଣ୍ଡାଲରେ ଜନତାଙ୍କ ସହ ସିଧା ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଏଥର ମମତା ବାନାର୍ଜୀଙ୍କୁ ତାଙ୍କ ଗଡ଼ରେ ଟକ୍କର ଦେବେ ମୋଦି । ପଶ୍ଚିମବଙ୍ଗର ୧୦ ଦୁର୍ଗାପୂଜା ପେଣ୍ଡାଲରେ ଜନତାଙ୍କ ସହ ଭର୍ଚୁଆଲରେ ଆଲୋଚନା କରିବାକୁ ମନସ୍ଥ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବା ପୂର୍ବରୁ ରାଜ୍ୟରେ ପ୍ରଭାବ ବିସ୍ତାର ଲାଗି ନିଜେ ରଣନୀତି ପ୍ରସ୍ତୁତ କରୁଛନ୍ତି । ଏପରିକି ତାଙ୍କ ଭାଷଣ ପ୍ରସାରଣ ପାଇଁ ପାର୍ଟି ରାଜ୍ୟର ବିଭିନ୍ନ ସ୍ଥାନରେ ବିଶାଳ ସ୍କ୍ରିନିଂର ଆୟୋଜନ କରିଛନ୍ତି ।

ବିଜେପି ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଅକ୍ଟୋବର ୨୨ ଷଷ୍ଠୀ ଅବସରରେ କୋଲକାତାର ସଲ୍ଟଲେକ୍‌ ଦୁର୍ଗାପୂଜା କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଲୋକଙ୍କ ସହ ଭର୍ଚୁଆଲରେ ଆଲୋଚନା କରିବେ । ଏଥିଲାଗି ପଶ୍ଚିମବଙ୍ଗରେ ଏବେ ପୂଜା ପ୍ରସ୍ତୁତି ଜୋରସୋର ଚାଲିଛି । ଲୋକ କଳାକାରଙ୍କ ଦ୍ବାରା ସଙ୍ଗୀତ ସମାରୋହ ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆସନ୍ତା ସପ୍ତାହରେ EZCC ରେ ସ୍ଥାପିତ କରାଯାଇଛି । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ପତ୍ନୀ ଡୋନା, ଖ୍ୟାତିସମ୍ପନ୍ନ ଓଡ଼ିଶୀ ଡାନ୍ସର, ଏବଂ ତାଙ୍କ ଗ୍ରୁପ ଉଦ୍ଘାଟନୀ ସମାରୋହରେ ପ୍ରଦର୍ଶନ କରିବେ ବୋଲି ବାନାର୍ଜୀ କହିଛନ୍ତି ।

ଗୋଟିଏ ପଟେ ବିହାରରେ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ଏବେ ଜୋର ଧରିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ପଶ୍ଚିମବଙ୍ଗରେ ରହୁଥିବା ବିହାରୀ ମତଦାତାଙ୍କ ଲାଗି ମଧ୍ୟ ଉପଯୋଗୀ ହୋଇପାରିବ ବୋଲି ଏବେ ଦଳ ଆଶା କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.