ETV Bharat / bharat

83 ଦିନ ପରେ ଦିଲ୍ଲୀ ବାହାରେ ପାଦ ରଖିବେ ପ୍ରଧାନମନ୍ତ୍ରୀ - PM Modi on a tour

ଓଡିଶା ଓ ପଶ୍ଚିମବଙ୍ଗର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦୀର୍ଘ 83 ଦିନ ପରେ ଦିଲ୍ଲୀ ବାହାରେ ପାଦ ରଖିବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

83 ଦିନ ପରେ ଦିଲ୍ଲୀ ବାହାରେ ପାଦ ରଖିବେ ପ୍ରଧାନମନ୍ତ୍ରୀ

author img

By

Published : May 22, 2020, 9:48 AM IST

ନୂଆଦିଲ୍ଲୀ: ଦୀର୍ଘ 83 ଦିନ ପରେ ଦିଲ୍ଲୀରୁ ବାହାରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋରୋନା ସଙ୍କଟ ମଧ୍ୟରେ ମୋଦି ଶୁକ୍ରବାର ଅମ୍ଫାନ ପ୍ରଭାବିତ ପଶ୍ଚିମବଙ୍ଗ ଓ ଓଡିଶା ଗସ୍ତ କରିବେ । ଏଥିପାଇଁ 83 ଦିନ ପରେ ଦିଲ୍ଲୀ ବାହାରେ ପ୍ରଥମଥର ପାଦ ରଖିବେ ପ୍ରଧାନମନ୍ତ୍ରୀ ।

ଦେଶରେ କୋରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ 25 ମାର୍ଚ୍ଚରେ ଲକଡାଉନ ଘୋଷଣା କରାଯାଇଥିଲା । ଏହାପରେ ପ୍ରଧାନମନ୍ତ୍ରୀ କୌଣସି କାର୍ଯ୍ୟକ୍ରମରେ ଯୋଗଦେବାକୁ ଦିଲ୍ଲୀରୁ ବାହାରକୁ ଯାଇନାହାନ୍ତି । ଶେଷ ଥର ପାଇଁ ମୋଦି ଫେବୃଆରୀ 29ରେ ଉତ୍ତରପ୍ରଦେଶର ପ୍ରୟାଗରାଜ ଓ ଚିତ୍ରକୂଟ ଗସ୍ତ କରିଥିଲେ ।

ବୁଧବାର ମହାବାତ୍ୟା ଅମ୍ଫାନର ତାଣ୍ଡବରେ ଛାରଖାର ହୋଇଯାଇଛି ପଶ୍ଚିମବଙ୍ଗ । ଓଡିଶା ମଧ୍ୟ ଏହି ବାତ୍ୟା ଯୋଗୁଁ ପ୍ରଭାବିତ ହୋଇଛି । ଘଣ୍ଟାପ୍ରତି 160ରୁ 180 କିଲୋମିର ବେଗର ପବନ ଉଭୟ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ତେବେ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପାଇଁ ମୋଦି ଓଡିଶା ଓ ପଶ୍ଚିମବଙ୍ଗ ଆସିବା ନେଇ କାର୍ଯ୍ୟକ୍ରମ ରହିଛି ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ପିଏମ ମୋଦିଙ୍କୁ ଆସିବାକୁ ଅପିଲ କରିଥିଲେ । ଏହାର କିଛି ଘଣ୍ଟା ପରେ ମମତାଙ୍କ ଅନୁରୋଧ ସ୍ବୀକାର କରି ମୋଦିଙ୍କ ପଶ୍ଚିମବଙ୍ଗ ଓ ଓଡିଶା ଗସ୍ତ ନେଇ ନିର୍ଣ୍ଣୟ ନିଆଯାଇଥିଲା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.