ଲଦାଖ: ଚୀନକୁ ଚେକ୍ ଦେବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଗୋଟିଏ ପରେ ଗୋଟିଏ ବଡ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ସମୟରେ ଏକ ବଡ ଖବର ସାମ୍ନାକୁ ଆସିଛି ଯେ ଗଲୱାନ ଉପତ୍ୟକାରେ ସଂଘର୍ଷ ସ୍ଥାନ ଠାରୁ ଚୀନ୍ ସେନା ଏକ କିଲୋମିଟର ପଛକୁ ଫେରିଛି । ସେଠାକାର ପରିସ୍ଥିତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ଗତକାଲି ଲେହ ଗସ୍ତ କରିଥିବା ବେଳେ ଆଜି(ମଙ୍ଗଳବାର) ନିମୁରେ ପହଁଞ୍ଚିଛନ୍ତି।
ଏଲଏସି ନିକଟରେ ରଣନୀତିକ ସେତୁ ଏବଂ ରାସ୍ତା ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ସୀମା ସଡକ ସଂଗଠନ ବା BRO ଶୀଘ୍ର ରଣନୀତିକ ରାସ୍ତା ଏବଂ ସେତୁ ନିର୍ମାଣ କରୁଛି । 3 ବର୍ଷ ମଧ୍ୟରେ 40 ଟି ସେତୁ ଉପରେ କାମ ଚାଲିଛି, ସେଥିମଧ୍ୟରୁ 20 ଟି ସେତୁ ପ୍ରସ୍ତୁତ । 2022 ସୁଦ୍ଧା 66 ଟି ରଣନୀତିକ ରାସ୍ତା ନିର୍ମାଣ କରିବାର ଲକ୍ଷ୍ୟ ମଧ୍ୟ ଅଛି ।
ଯେଉଁଠାରେ ପୁରୁଣା ବ୍ରିଜ୍ ରହିଛି ସେଠି ନୂତନ ଶକ୍ତିଶାଳୀ ସେତୁ ନିର୍ମାଣ କରାଯାଉଥିଲା, ଯାହାଫଳରେ ସେନାର ଭାରୀ ଟ୍ରକ୍ ଏବଂ ଟ୍ୟାଙ୍କ ସହଜରେ ଯାଇପାରିବ। ବାସ୍ତବରେ, ଭାରତ ଏବଂ ଚୀନ୍ ମଧ୍ୟରେ ମୁହାଁମୁହିଁ ହେବାର ସବୁଠାରୁ ବଡ କାରଣ ହେଉଛି ଭାରତ ପକ୍ଷରୁ ଏହି ରାସ୍ତା ଏବଂ ସେତୁର ଦ୍ରୁତ ନିର୍ମାଣ କାର୍ଯ୍ୟ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ଭିତରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ଭାବରେ ପରିଗଣିତ ହୋଇଛି।