ETV Bharat / bharat

ଆଜି ସାର୍କ ରାଷ୍ଟ୍ର ସମୂହଙ୍କ ଭିଡିଓ କନଫରେନ୍ସ: ଭାରତର ନେତୃତ୍ବ ନେବେ ପିଏମ ମୋଦି - ସାର୍କ ରାଷ୍ଟ୍ରସମୂହଙ୍କ ଭିଡିଓ କନ୍‌ଫରେନ୍ସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସମସ୍ତ 'ସାଉଥ୍‌ ଏସିଆନ୍‌ ଆସୋସିଏସନ୍‌ ଫର୍‌ ରିଜିଓନାଲ୍‌ କୋପରେସନ୍‌ (ସାର୍କ) ରାଷ୍ଟ୍ରସମୂହଙ୍କ ସହ ଭିଡିଓ-ସମ୍ମିଳନୀରେ ଅଂଶଗ୍ରହଣ କରିବେ । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Mar 15, 2020, 10:01 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସମସ୍ତ 'ସାଉଥ୍‌ ଏସିଆନ୍‌ ଆସୋସିଏସନ୍‌ ଫର୍‌ ରିଜିଓନାଲ୍‌ କୋପରେସନ୍‌ (ସାର୍କ) ରାଷ୍ଟ୍ରସମୂହଙ୍କ ସହ ଭିଡିଓ-ସମ୍ମିଳନୀରେ ଅଂଶଗ୍ରହଣ କରିବେ । ଏହି ସମ୍ମିଳନୀରେ ସାରା ବିଶ୍ବରେ ଜୀବନନାଶକ କୋରୋନା ଭାଇରସ ମୁକାବିଲା ପାଇଁ ମିଳିତ ରଣନୀତି ପ୍ରସ୍ତୁତ ସମ୍ବନ୍ଧରେ ଆଲୋଚନା କରାଯିବ ।

ଆଜି ସାର୍କ ରାଷ୍ଟ୍ରସମୂହଙ୍କ ଭିଡିଓ କନ୍‌ଫରେନ୍ସ

ଆଜି ପୂର୍ବାହ୍ନ 5 ଟାରେ, SAARC ରାଷ୍ଟ୍ରର ନେତାମାନେ COVID-19 ନୋଭେଲ କୋରୋନା ଭାଇରସ୍ ଚ୍ୟାଲେଞ୍ଜର ମୁକାବିଲା ପାଇଁ ଏକ ରୋଡ୍ ମ୍ୟାପ୍ ଆଲୋଚନା କରିବେ । ଭିଡିଓ-ସମ୍ମିଳନୀରେ ପିଏମ ମୋଦି ଭାରତର ନେତୃତ୍ବ ନେବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର ଟ୍ବିଟରେ ଅବଗତ କରାଇଛନ୍ତି ।

ପିଏମଙ୍କ ଏହି ଆବେଦନକୁ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତାବାୟା ରାଜପାକ୍ଷେ, ମାଲଦ୍ବୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ, ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଅଲି, ଭୁଟାନର ପ୍ରଧାନମନ୍ତ୍ରୀ ଲୋଟେ ଶେରିଙ୍ଗ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ଆଫଗାନିସ୍ତାନ ସରକାରଙ୍କ ତରଫରୁ ତୁରନ୍ତ ପ୍ରତିକ୍ରିୟା ମିଳିଛି ।

ଏଠାରେ ସୂଚନା ଯୋଗ୍ୟ ଯେ ସାରା ବିଶ୍ବରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 1 ଲକ୍ଷ 54 ହଜାର 760ରେ ପହଞ୍ଚିଛି । ଏଥିସହ କୋରୋନାରେ 5764ଜଣଙ୍କ ପ୍ରାଣହାନୀ ହୋଇଥିବା ସୂଚନା ରହିଥିବା ବେଳେ 72 ହଜାରରୁ ଉର୍ଦ୍ଧ୍ବ ଲୋକ ଏଥିରୁ ଚିକିତ୍ସା ହୋଇ ବର୍ତ୍ତିଛନ୍ତି । ଅନ୍ୟପଟେ କୋରୋନା ଦେଶରେ 2ଜଣଙ୍କ ପ୍ରାଣ ନେଇଥିବା ବେଳେ 101ରୁ ଉର୍ଦ୍ଧ୍ବ ସଂକ୍ରମଣ ରିପୋର୍ଟ ସାମ୍ନାକୁ ଆସିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.