ETV Bharat / bharat

ଇଷ୍ଟର ଆଟାକ ପରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀଲଙ୍କା ଯିବେ ମୋଦି - ପ୍ରଧାନମନ୍ତ୍ରୀ

ଶ୍ରୀଲଙ୍କା ଆତ୍ମଘାତୀ ବିସ୍ଫୋରଣ ପରେ ଶ୍ରୀଲଙ୍କାଙ୍କୁ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଗସ୍ତ କରିବେ ମୋଦି । ଏହା ମୋଦିଙ୍କର ଦ୍ବିତୀୟ ପାଳି ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ବିଦେଶ ଗସ୍ତ ଅଟେ ।

ଡିଜାଇନ ଫଟୋ
author img

By

Published : Jun 7, 2019, 1:16 AM IST

କଲମ୍ବୋ: ଦ୍ବିତୀୟ ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ମାଳଦ୍ବୀପ ଓ ଶ୍ରୀଲଙ୍କା ଗସ୍ତ କରିବାକୁ ଯାଉଛନ୍ତି । ମୋଦିଙ୍କ ଏହି ଗସ୍ତ ଉଭୟ ଦେଶ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ । କାରଣ ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ଏହା ପ୍ରଥମ ବିଦେଶ ଗସ୍ତ । ସେହିପରି ଶ୍ରୀଲଙ୍କାରେ ଇଷ୍ଟର ଆକ୍ରମଣ ପରେ ଶ୍ରୀଲଙ୍କାକୁ ଗସ୍ତ କରୁଥିବା ପ୍ରଥମ ପ୍ରଧାନମନ୍ତ୍ରୀ ହେଉଛନ୍ତି ମୋଦି ।

ଏନେଇ ସୂଚନା ଦେଇଛନ୍ତି ବୈଦେଶିକ ସଚିବ ବିଜୟ ଗୋଖଲେ । ସେ କହିଛନ୍ତି ଶ୍ରୀଲଙ୍କାରେ ହୋଇଥିବା ସିରିଜ୍ ଆକ୍ରମଣ ପରେ ମୋଦି ହେଉଛନ୍ତି ବିଶ୍ବର ପ୍ରଥମ ନେତା ଯିଏକି ଶ୍ରୀଲଙ୍କା ଗସ୍ତରେ ଯାଉଛନ୍ତି ।

ପ୍ରକାଶ ଯେ, ଗତ ଏପ୍ରିଲ 21 ତାରିଖରେ ଇଷ୍ଟର ଅବସରରେ ସିରିଜ୍ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା । ଏଥିରେ ପ୍ରାୟ 250 ରୁ ଊର୍ଦ୍ଧ୍ବ ଲୋକ ପ୍ରାଣ ହରାଇଥିଲେ ଓ 500 ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିଲେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.