ନୂଆଦିଲ୍ଲୀ: ଭବ୍ୟ ସମାରୋହରେ ଆମେରିକାର 46 ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଜୋ ବାଇଡେନ । ସେହି କମଲା ହାରିସ ମଧ୍ୟ ଉପରାଷ୍ଟ୍ରପତି ପଦରେ ଶପଥ ନେଇଛନ୍ତି । ତେବେ ବାଇଡେନଙ୍କ ଶପଥ ଗ୍ରହଣ ପରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଜୋଙ୍କୁ ଜଣାଇଛନ୍ତି ଶୁଭେଚ୍ଛା ।
ପିଏମ ମୋଦି କହିଛନ୍ତି, ଆମେରିକାର ରାଷ୍ଟ୍ରପତି ଭାବରେ କାର୍ଯ୍ୟଭାର ଗ୍ରହଣ କରିଥିବାରୁ ଜୋ ବାଇଡେନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ଇଣ୍ଡୋ-ଆମେରିକା ରଣନୀତିକ ଭାଗିଦାରୀକୁ ମଜବୁତ କରିବା ପାଇଁ ମୁଁ ତାଙ୍କ ସହିତ କାମ କରିବାକୁ ଆଗ୍ରହୀ |
କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଡେନ ଏବଂ କମଲା ହାରିସଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ଗଣତନ୍ତ୍ରରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଥିବାରୁ ଅଭିନନ୍ଦନ ବୋଲି ସେ ଟ୍ବିଟ କରି କହିଛନ୍ତି।