ETV Bharat / bharat

'ବିଶ୍ବ ମଞ୍ଚରେ ଭାରତ ପାଇଁ ସ୍ପଷ୍ଟ ସ୍ବର ଥିଲେ ସୁଷମା' - Sushma Swaraj death anniversary

ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ବରାଜଙ୍କ ପ୍ରଥମ ପୂଣ୍ଣତିଥିରେ ତାଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶ୍ବ ମଞ୍ଚରେ ଭାରତ ପାଇଁ ସ୍ପଷ୍ଟ ସ୍ବର ରହିଥିଲେ ବୋଲି ଟ୍ବିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

'ବିଶ୍ବ ମଞ୍ଚରେ ବାରତ ପାଇଁ ସ୍ମଷ୍ଟ ସ୍ବର ଥିଲେ ସୁଷମା'

author img

By

Published : Aug 6, 2020, 3:32 PM IST

ନୂଆଦିଲ୍ଲୀ: ଦିବଙ୍ଗତ ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ବରାଜଙ୍କ ପ୍ରଥମ ପୂଣ୍ୟତିଥିରେ ତାଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁଷମା ନିଃସ୍ବାର୍ଥପର ଭାବରେ ଦେଶ ସେବା କରିଥିବା ବେଳେ ସେ ବିଶ୍ବ ମଞ୍ଚରେ ଭାରତ ପାଇଁ ସ୍ପଷ୍ଟ ସ୍ବର ରହିଥିଲେ ବୋଲି ଟ୍ବିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଗତ ବର୍ଷ ଆଜିର ଦିନରେ ଆରପାରିକୁ ଚାଲିଯାଇଥିଲେ ସଭିଙ୍କ ପ୍ରିୟ ନେତ୍ରୀ ସୁଷମା ସ୍ବରାଜ । ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଜମ୍ମୁ ଓ କାଶ୍ମୀରରୁ ଧାରା 370 ହଟାଇବା ନେଇ ମୋଦି ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ ସୁଷମା ।

ମୋଦି ଟ୍ବିଟ କରି ଲେଖିଛନ୍ତି ଯେ ଅସମୟରେ ସୁଷମାଙ୍କ ଦେହାନ୍ତ ଅନେକ ଦୁଃଖ ଛାଡି ଦେଇଯାଇଛି । ଏହାସହ ପ୍ରଧାନମନ୍ତ୍ରୀ ଗତ ବର୍ଷ ସ୍ବରାଜଙ୍କ ସ୍ମୃତିରେ ଆୟୋଜିତ ପ୍ରାର୍ଥନା ସଭାରେ ଏକ ଭିଡିଓ ସେୟାର କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.