ETV Bharat / bharat

ଚାଚା ନେହେରୁଙ୍କ 131 ତମ ଜନ୍ମବାର୍ଷିକୀ, ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

author img

By

Published : Nov 14, 2020, 10:25 AM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ 131 ତମ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମୋଦି ଟ୍ବିଟ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଅଧିକ ଖବର ପଢନ୍ତୁ...

ଚାଚା ନେହେରୁଙ୍କ 131 ତମ ଜନ୍ମବାର୍ଷିକୀ, ଶ୍ରଦ୍ଧାଞ୍ଜଳୀ ଦେଲେ ମୋଦି

ନୂଆଦିଲ୍ଲୀ: ଆଜି ହେଉଛି ଶିଶୁ ଦିବସ । କୋରୋନା କଟକଣାରେ ସ୍କୁଲ ଓ କଲେଜ ବନ୍ଦ ରହିଥିବା ବେଳେ ନିରାଡମ୍ବରରେ ପାଳିତ ହେଉଛି ଏହି ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ତାଙ୍କର 131 ତମ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜନ୍ମ ବାର୍ଷିକୀରେ ମୋଦି ଟ୍ବିଟ କରି କହିଛନ୍ତି ।

  • Prime Minister Narendra Modi tweets, "My humble tribute to the first Prime Minister of the country, Pandit Jawaharlal Nehru on his birth anniversary". pic.twitter.com/TM8VnlU5cs

    — ANI (@ANI) November 14, 2020 " class="align-text-top noRightClick twitterSection" data=" ">

ନେହେରୁ 14 ନଭେମ୍ବର 1889 ରେ ଉତ୍ତରପ୍ରଦେଶର ପ୍ରୟାଗରେ ଜନ୍ମଗ୍ରହଣ କରିଥିଲେ। ସେ 27 ମଇ 1964 ରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଦେଶର ସ୍ବାଧୀନତା ସଂଗ୍ରାମରେ ସକ୍ରିୟ ଭୂମିକା ଗ୍ରହଣ କରି ସେ ଅଗଷ୍ଟ 15, 1947 ରେ ପ୍ରଧାନମନ୍ତ୍ରୀ ହୋଇଥିଲେ । ଭାରତରେ ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ସମ୍ମାନର ଚିହ୍ନ ଭାବରେ ପ୍ରତିବର୍ଷ ନଭେମ୍ବର 14 ରେ ଶିଶୁ ଦିବସ ପାଳନ କରାଯାଏ । ନେହେରୁଙ୍କୁ ସ୍ନେହପୂର୍ଣ୍ଣ ଭାବରେ ‘ଚାଚା ନେହେରୁ’ କୁହାଯାଉଥିଲା ଏବଂ ପିଲାମାନଙ୍କୁ ପ୍ରେମ ଏବଂ ସ୍ନେହ ପ୍ରଦାନ କରିବାର ସେ ଜଣାଶୁଣା ଥିଲେ ।

ନେହେରୁଙ୍କ ମୃତ୍ୟୁ ପରେ ତାଙ୍କ ଜନ୍ମଦିନକୁ ଭାରତରେ ଶିଶୁ ଦିବସ ଭାବେ ପାଳନ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା । ଏହି ଦିନ ଦେଶବ୍ୟାପୀ ବିଦ୍ୟାଳୟର ଛାତ୍ରମାନଙ୍କ ପାଇଁ ଖେଳ, ପ୍ରତିଯୋଗିତା ଆଦି ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ସରକାରୀ ସଂସ୍ଥା ସ୍ବର୍ଗତ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରନ୍ତି ଏବଂ ଏହି ଦିନ ସ୍ମରଣୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.