ETV Bharat / bharat

'ମନ କୀ ବାତ୍' ରେ ଛାଇଗଲେ ସଲମାନ, ପ୍ରଶଂସାରେ ପୋତିଲେ ମୋଦି

author img

By

Published : Feb 23, 2020, 5:50 PM IST

ମନ କି ବାତ୍ କାର୍ଯ୍ୟକ୍ରମର 62 ତମ ସଂସ୍କରଣରେ ଛାଇଗଲେ ଦିବ୍ୟାଙ୍ଗ ଯୁବକ ସଲମାନ। ମୋରଦାବାଦର ଏହି ଦିବ୍ୟାଙ୍ଗ ଯୁବକ ସଲମାନଙ୍କ ଠାରୁ ଅନ୍ୟମାନେ କିଛି ଶିଖିବା ଜରୁରୀ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଅଧିକ ଖବର ପଢନ୍ତୁ...

Moradabad's Divyang Salman
'ମନ କୀ ବାତ୍' ରେ ଛାଇଗଲେ ଦିବ୍ୟାଙ୍ଗ ସଲମାନ, ପ୍ରଶଂସାରେ ପୋତି ପକାଇଲେ ମୋଦି

ନୂଆଦିଲ୍ଲୀ: ଆଜି ଥିଲା ମନ କି ବାତ୍ କାର୍ଯ୍ୟକ୍ରମର 62 ତମ ସଂସ୍କରଣ। ଏଥିରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କାର୍ଯ୍ୟକ୍ରମରେ ମୋଦି ବିଭିନ୍ନ ବିଷୟ ଉପରେ ଆଲୋଚନା କରିଛନ୍ତି। ସେଥିମଧ୍ୟରେ ଜଣେ ଦିବ୍ୟାଙ୍ଗ ଯୁବକ ସଲମାନର ପ୍ରେରଣାଦାୟୀ କାହାଣୀ ଉପରେ ସାଧାରଣଜନତାଙ୍କୁ ଉଦାହରଣ ଦେଇଛନ୍ତି।

ତେବେ ମୋରଦାବାଦର ଏହି ଦିବ୍ୟାଙ୍ଗ ଯୁବକ ସଲମାନଙ୍କ ଠାରୁ ଅନ୍ୟମାନେ କିଛି ଶିଖିବା ସହ କାର୍ଯ୍ୟରେ ଲଗାଇବା ପାଇଁ ପ୍ରଧାନମନ୍ତ୍ରୀ ଉପଦେଶ ଦେଇଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ନିଜର ଦିବ୍ୟାଙ୍ଗ ବନ୍ଧୁଙ୍କ ସହ ସଲମାନ ଦେଖିବା ସମୟରେ ଭାବବିହ୍ବଳ ହେବା ସହ ତାର କାର୍ଯ୍ୟର ପ୍ରଶଂସା ପ୍ରଧାନମନ୍ତ୍ରୀଙ୍କ ମୁହଁରେ ଶୁଣି ଖୁସରେ ଆତ୍ମହରା ହୋଇପଡିଥିଲେ।

ସଲମାନ ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ଓ ଅନ୍ୟପଟେ ଇଟିଭି ଭାରତକୁ ଧନ୍ୟବାଦ ଦେଇଛନ୍ତି। ଯେତେବେଳେ କେହି ତାର ପରିଶ୍ରମ ବିଷୟରେ ଜାଣିନଥିଲେ ସେ ସମୟରେ ଇଟିଭି ଭାରରେ ତାର କଠିନ ପରିଶ୍ରମର ପ୍ରଥମ ଖବର ପ୍ରସାରଣ କରିଥିଲା। ମନ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦ୍ବାରା ସଲମାନଙ୍କ ଅନ୍ୟ ଦିବ୍ୟାଙ୍କ କର୍ମଚାରୀଙ୍କ ବିଷୟରେ ଆଲୋଚନା କରାଯାଇଥିଲା। ଯାହା ସେମାନଙ୍କୁ ଭବିଷ୍ୟତରେ ବ୍ୟବସାୟ ବୃଦ୍ଧିରେ ସାହାଯ୍ୟ କରିବା ସହ ଆତ୍ମବଳକୁ ଦୃଢ କରିବ ବୋଲି ସଲମାନ କହିଛନ୍ତି।

ଦିବ୍ୟାଙ୍ଗ ଯୁବକ ସଲମାନଙ୍କ କାର୍ଯ୍ୟକୁ ପ୍ରଶଂସା ସହ ମୋଦି ଆଜି ତାଙ୍କୁ ଏକ ମୂଲ୍ୟବାନ ପୁରସ୍କାର ପ୍ରଦାନ କରିବେ। ଆଶା କରାଯାଇଛି ସଲମାନଙ୍କ ପରି ଅନ୍ୟ ଦିବ୍ୟାଙ୍ଗ ମାନେ ଏପରି ଅନୁପ୍ରାଣିତ ହୋଇ ଦିବ୍ୟାଙ୍ଗଙ୍କ ପାଇଁ କାର୍ଯ୍ୟ କରିବାକୁ ଆଗେଇ ଆସିବେ।

ଖବର ଥାଉକି, ସଲମାନ ଜଣେ ଦିବ୍ୟାଙ୍ଗ ଯୁବକ। ହେଲେ ସେ ନିଜର ଅକ୍ଷମତା ପାଇଁ କେବେ ହାରି ମାନିନାହାଁନ୍ତି। ଶାରୀରିକ ସ୍ତରରେ ସୁସ୍ଥ ଥିବା ଲୋକେ ଯାହା ନକରିପାରିବେ ସେ ତାହା କରି ଦେଖାଇଛନ୍ତି। ସେ ଏକ ଚପଲ ଓ ଲଣ୍ଡ୍ରି କମ୍ପାନୀ ଆରମ୍ଭ କରିଛନ୍ତି ଯେଉଁଥିରେ କେବଳ ଦିବ୍ୟାଙ୍ଗ ପିଲାଙ୍କୁ ଚାକିରୀ ଦିଆଯାଇଥାଏ। ତେବେ ସମାଜର ବିଭିନ୍ନ ଅସୁବିଧାକୁ ଲୋକାଲୋଚନକୁ ଆଣି ଇଟିଭି ଭାରତ ପୁଣି ଥରେ କୋଟିଏ ଲୋକଙ୍କ ହୃଦୟରେ ଜାଗା କିଣି ନେଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.