ନୂଆଦିଲ୍ଲୀ: ଭାରତ ଓ ଚୀନ ସୀମା ବାବଦରେ ମୋଦିଙ୍କ ସହ କଥାବାର୍ତ୍ତା ହୋଇଛନ୍ତି ଟ୍ରମ୍ପ । ସୀମା ବିବାଦରେ ମୋଦିଙ୍କ ମୁଡ ଠିକ ନଥିବା ଗଣମାଧ୍ୟମରେ ଆଗରେ କହିଛନ୍ତି ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପ ଏକ କଥାରେ କୌଣସି ପ୍ରକାରର ସତ୍ୟତା ନାହିଁ । ସେ ମିଛ କହୁଛନ୍ତି ବୋଲି ଏକ ସୂତ୍ରରୁ ଜଣାପଡିଛି ।
ମୋଦି ଓ ଟ୍ରମ୍ପ ଶେଷ ଥର ପାଇଁ 2020 ଏପ୍ରିଲ 4ରେ କଥାବାର୍ତ୍ତା ହୋଇଥିଲେ । ଏହି ସମୟରେ ହାଇଡ୍ରୋକ୍ସି କ୍ଲୋରୋକୁଇନକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । କୋରୋନା ପାଇଁ ଆମେରିକା ହାଇଡ୍ରୋକ୍ସି କ୍ଲୋରକୁଇନ ମାଗିଥିଲେ । ଏହା ପର ଠାରୁ ଏହି ଦୁଇ ନେତାଙ୍କ ମଧ୍ୟରେ କୌଣସି କଥାବର୍ତ୍ତା ହୋଇନାହିଁ ।
ହ୍ବାଇଟ ହାଉସରେ ଗଣମାଧ୍ୟମର କଥାବାର୍ତ୍ତା ବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଭାରତ ଓ ଚୀନ ମଧ୍ୟରେ ବଡ ବିବାଦ ଲାଗି ରହିଛି । ଏନେଇ ସେ ମୋଦି ସହ କଥା ହୋଇଥିଲେ । ତେବେ ଚାଇନା ସହ ସୀମା ବିବାଦକୁ ନେଇ ମୋଦିଙ୍କ ମୁଡ ଭଲ ନାହିଁ ବୋଲି ସେ କହିଥିଲେ ।