ETV Bharat / bharat

'ଭାଇ ଦୁଜ୍' ଶୁଭେଚ୍ଛା ଭେଟିଦେଲେ ପ୍ରଧାନମନ୍ତ୍ରୀ ମୋଦି

author img

By

Published : Nov 16, 2020, 10:03 AM IST

ଆଜି 'ଭାଇ ଦୁଜ୍' । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଶୁଭେଚ୍ଛା ଜଣାଇଛନ୍ତି । ''ସମସ୍ତଙ୍କୁ ପବିତ୍ର ଭାଇ ଦୁଜର ଶୁଭେଚ୍ଛା ଓ ଅଭିନନ୍ଦନ'' ବୋଲି ଟ୍ବିଟ କରି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ।ଅଧିକ ପଢନ୍ତୁ... ଅଧିକ ଖବର ପଢନ୍ତୁ...

'ଭାଇ ଦୁଜ୍' ଶୁଭେଚ୍ଛା ଭେଟି ଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆଜି 'ଭାଇ ଦୁଜ୍' ଯାହାକୁ ଭାଇ ଦ୍ବିତୀୟା ମଧ୍ୟ କୁହାଯାଏ । ଏହି ଦିନରେ ଭଉଣୀମାନେ ନିଜ ଭାଇମାନଙ୍କର ଶୁଭଫଳ ମନାସି ପୂଜା କରିଥାନ୍ତି । ଏହି ପର୍ବ ଦୀପାବଳିର ଦୁଇ ଦିନ ପରେ କାର୍ତ୍ତିକ ଶୁକ୍ଳ ପକ୍ଷର ଦ୍ୱିତୀୟ ତିଥିରେ ପାଳନ କରାଯାଇଥାଏ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଶୁଭେଚ୍ଛା ଜଣାଇଛନ୍ତି । ''ସମସ୍ତଙ୍କୁ ପବିତ୍ର ଭାଇ ଦୁଜର ଶୁଭେଚ୍ଛା ଓ ଅଭିନନ୍ଦନ'' ବୋଲି ଟ୍ବିଟ କରି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ।

  • भाई दूज के पावन अवसर पर आप सभी को बहुत-बहुत शुभकामनाएं।

    — Narendra Modi (@narendramodi) November 16, 2020 " class="align-text-top noRightClick twitterSection" data=" ">

ଏହି ଦିନ ଭଉଣୀ ନିଜ ଭାଇ ପାଇଁ ପୂଜା କରିବା ଦ୍ବାରା ଭାଇକୁ ଯମଦୋଷରୁ ମୁକ୍ତି ମିଳିଯାଇଥାଏ । ଏହିଦିନ ଭାଇ ଭଉଣୀ ଘରକୁ ଯାଇ ଭୋଜନ କରିବା ଦ୍ବାରା ଅତ୍ୟନ୍ତ ଶୁଭପ୍ରଦ ହୋଇଥାଏ । ଏହି ଦିନ ଭଉଣୀ ମାନେ ନିଜ ଭାଇର ଦୀର୍ଘ ଜୀବନ କାମନା କରିଥାନ୍ତି । ଏହାସହ ସାରା ଜୀବନ ଖୁସିରେ ରଖିବା ପାଇଁ ପ୍ରାର୍ଥନା କରନ୍ତି । ତେବେ ଭଉଣୀର ନିଷ୍ଠାପର ପୂଜା ପରେ ଭାଇ ତାର ଗେହ୍ଲୀ ଭଉଣୀକୁ ସୁନ୍ଦର ଉପହାର ଦେଇଥାନ୍ତି ।

ଭୈୟାଦୁଜ୍‌ କୁ ଭାଓ ଦୁଜ୍‌, ଭାଇ ଦ୍ୱିତୀୟା ଏବଂ ଭାତୃ ଦ୍ବିତୀୟା ନାମରେ ପ୍ରସିଦ୍ଧ । ପୁରାଣରେ ଉଲ୍ଲେଖ ଅଛି, ମୃତ୍ୟୁ ଦେବତା ଯମରାଜ ନିଜ ଭଉଣୀ ଯମୁନାଙ୍କ ଘରକୁ ଯାଇ ଭୋଜନ କରିଥିଲେ ଏବଂ ତାଙ୍କୁ ବରଦାନ ସ୍ୱରୂପ ଏହି ଦିନ ସର୍ବଦା ଆସିବ ବୋଲି ଶପଥ କରିଥିଲେ । ଯାହାଫଳରେ ଏହାକୁ ଯମ ଦ୍ବିତୀୟା କୁହାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.