ନୂଆଦିଲ୍ଲୀ: ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫେଡରିକ୍ସନଙ୍କ ସହ ଭର୍ଚୁଆଲ ଆଲୋଚନା କରିଛନ୍ତି ପିଏମ ମୋଦି । ସୋମବାର ଭାରତ-ଡେନମାର୍କ ଡିଜିଟାଲ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବିଶ୍ବ ଆବଶ୍ୟକତା ନେଇ ଗୋଟିଏ ସ୍ରୋତ ଉପରେ ନିର୍ଭର ବିପଦ ଜନକ ବୋଲି ମହାମାରୀ କୋରୋନା ଆମକୁ ଶିକ୍ଷା ଦେଇଛି ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆମେ ଜାପାନ ଓ ଅଷ୍ଟ୍ରେଲିଆ ସହ ଆବଶ୍ୟକତା ଶୃଙ୍ଖଳାର ବିବିଧିକରଣ ନେଇ କାର୍ଯ୍ୟ କରୁଛୁ । ଏହିପରି ସମାନ ଧାରଣ ରଖୁଥିବା ଅନ୍ୟ ଦେଶ ମଧ୍ୟ ଏହି ପ୍ରୟାସରେ ଯୋଗ ଦେଇପାରନ୍ତି । ଗତ କିଛି ବର୍ଷ ମଧ୍ୟରେ ଡେନମାର୍କ ସହିତ ବାରତର ଦ୍ବିପାକ୍ଷିକ ସମ୍ପର୍କ ସୁଦୃଢ ହୋଇଛି ।
ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ପିଏମ ମୋଦି ତାଙ୍କୁ ବିବାହ ଶୁଭେଚ୍ଛା ଜଣାଇଛନ୍ତି । ମୋଦି କହିଛନ୍ତି, ମୁଁ ଆପଣଙ୍କ ବିବାହ ପାଇଁ ଶୁଭେଚ୍ଛା ଜଣାଉଛି। ଆଶା କରୁଛି ଯେ କୋରୋନା ସ୍ଥିତି ସ୍ବଭାବିକ ହେବା ପରେ ଆମେ ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ଭାରତକୁ ସ୍ବାଗତ କରିବାର ସୁଯୋଗ ପାଇବୁ।