ETV Bharat / bharat

ଯବାନଙ୍କୁ ନିଜ ହାତରେ ମିଠା ଖୁଆଇ ଦୀପାବଳୀ ପାଳିଲେ ପିଏମ ମୋଦି

ପ୍ରତିବର୍ଷ ଭଳି ଏଥର ମଧ୍ୟ ଦେଶର ସୁରକ୍ଷାରେ ନିୟୋଜିତ ସୈନିକଙ୍କ ସହ ଦୀପାବଳୀ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ ଯବାନଙ୍କୁ ମିଠା ବାଣ୍ଟିବା ସହ ସେମାନଙ୍କ ଭଲ ମନ୍ଦ ବାବଦରେ ପଚାରି ବୁଝିଛନ୍ତି|

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Oct 27, 2019, 7:25 PM IST

ଶ୍ରୀନଗର: ପ୍ରତିବର୍ଷ ଭଳି ଏଥର ମଧ୍ୟ ଦେଶର ସୁରକ୍ଷାରେ ନିୟୋଜିତ ସୈନିକଙ୍କ ସହ ଦୀପାବଳୀ ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜମ୍ମୁକାଶ୍ମୀରର ରାଜୌରି ସେକ୍ଟରରେ ନିୟୋଜିତ ଯବାନଙ୍କ ସହିତ ସେ ଖୁସୀ ଏବଂ ଉଲ୍ଲାସର ସହ ଦୀପାବଳି ପାଳନ କରିଛନ୍ତି। ଏହି ଅବସରରେ ସେ ଯବାନଙ୍କୁ ମିଠା ବାଣ୍ଟିବା ସହ ସେମାନଙ୍କ ଭଲ ମନ୍ଦ ବାବଦରେ ପଚାରି ବୁଝିଛନ୍ତି।

ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବା ପରେ ଏହା ପିଏମ ମୋଦିଙ୍କ ପ୍ରଥମ କାଶ୍ମୀର ଗସ୍ତ। ପରିବାରରୁ ଅନେକ ଦୂରରେ ରହି ଶତ୍ରୁଙ୍କ କବଳରୁ ଦେଶକୁ ସୁରକ୍ଷା ପ୍ରଦାନ କରୁଥିବା ଯବାନଙ୍କୁ ପରିବାରର ଜଣେ ସଦସ୍ୟ ଭଳି ଖୁସି ପ୍ରଦାନ କରିଛନ୍ତି ମୋଦି । ଏହା ସହିତ ସେ ଯବାନଙ୍କ ସାହାସିକତାକୁ ସଲାମ କରିଛନ୍ତି ।

ଭିଡିଓ ସୌଜନ୍ୟ: ଏଏନଆଇ

ପ୍ରଧାନମନ୍ତ୍ରୀ ମୋଦି ଏବଂ ଯବାନଙ୍କ ଦୀପାବଳୀ ଉତ୍ସୋବ ପାଳନର ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ମୋଦି ଯବାନଙ୍କୁ ନିଜ ହାତରେ ମିଠା ଖୁଆଉଥିବା ଦେଖିବାକୁ ମିଳିଛି । ତେବେ ମୋଦିଙ୍କ ସହ ଯବାନଙ୍କ ମଧ୍ୟରେ ବି ଉତ୍ସାହ ଦେଖିବାକୁ ମିଳିଛି। ଏନେଇ ପିଏମ ମୋଦି ଟ୍ବିଟ କରି କହିଛନ୍ତି, ‘ଜାମ୍ମୁ-କାଶ୍ମୀରର ରାଜୋରୀରେ ଆଜି ବୀର ଯବାନଙ୍କ ସହ ଦୀପାବଳି ପାଳନ କଲି । ଏହି ବୀର ଯବାନଙ୍କ ସହ କଥାବାର୍ତ୍ତା ହେବା ମୋ ପାଇଁ ଗର୍ବର କଥା। ’

Intro:Body:

BLANK FOR  LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.