ନୂଆଦିଲ୍ଲୀ: ୟୁଏଇ ପରେ ଏବେ ରୁଷ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହାଇଏଷ୍ଟ ସିଭିଲିଆନ ସମ୍ମାନରେ ସମ୍ମାନିତ କରିଛି । ମୋଦିଙ୍କୁ ଅର୍ଡର ଅଫ ସେଣ୍ଟ ଆଣ୍ଡ୍ରି୍ୟୁ ଆପୋଷ୍ଟଲ ପାଇଁ ଚୟନ କରାଯାଇଛି । ଆଜି ରୁଷ ଦୂତାବାସ ଏକ ବିଜ୍ଞପ୍ତି ଜାରି କରି ଏନେଇ ସୂଚନା ଦେଇଛି ।
ରୁଷ ଏବଂ ଭାରତ ମଧ୍ୟରେ ଥିବା ଦୃଢ ସଂପର୍କ ପାଇଁ ମୋଦିଙ୍କ ଅନେକ ପଦକ୍ଷେପକୁ ପ୍ରଶଂସା କରିଛି ଋଷ । ତେଣୁ ମୋଦିଙ୍କୁ ରୁଷର ସର୍ବୋଚ୍ଚ ସମ୍ମାନ ପାଇଁ ଚୟନ କରାଯାଇଛି। କିଛିଦିନ ପୂର୍ବରୁ ୟୁଏଇ ମଧ୍ୟ ମୋଦିଙ୍କୁ ‘ଦ ଅର୍ଡର ଅଫ ଜାୟେଦ’ ସମ୍ମାନରେ ସମ୍ମାନିତ କରିଥିଲା । ଗତ 2017ରେ ଚୀନ ରାଷ୍ଟ୍ରପତି ଜିନ ପିଙ୍ଗଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା ।