ETV Bharat / bharat

‘ଜାତିର୍‌ ପିତା’ ବଙ୍ଗବନ୍ଧୁରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଯୋଗଦାନ

author img

By

Published : Mar 17, 2020, 11:06 PM IST

ମଙ୍ଗଳବାର ଆୟୋଜିତ ‘ଜାତିର୍‌ ପିତା’ ବଙ୍ଗବନ୍ଧୁ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ନିମନ୍ତ୍ରଣ ରକ୍ଷା କରି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ।

‘ଜାତିର୍‌ ପିତା’ ବଙ୍ଗବନ୍ଧୁ, ବାଂଲାଦେଶରେ ‘ଜାତିର୍‌ ପିତା’ ବଙ୍ଗବନ୍ଧୁ କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ ମୋଦି, pm modi, 'jatir pita' bangabandhu, 'jatir pita' bangabandhu in bangladesh
‘ଜାତିର୍‌ ପିତା’ ବଙ୍ଗବନ୍ଧୁରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଯୋଗଦାନ

ନୂଆଦିଲ୍ଲୀ: ବିଶ୍ବରେ କୋରୋନା ନିଜ କାୟା ବିସ୍ତାର କରିଚାଲିଥିବା ବେଳେ ବେଶ ଉତ୍ସାହର ସହ ପାଳନ ହୋଇଛି ବାଂଲାଦେଶରେ ଜାତିର ପିତା ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କ 100ତମ ଜନ୍ମ ଜୟନ୍ତୀ । ମଙ୍ଗଳବାର ଆୟୋଜିତ ‘ଜାତିର୍‌ ପିତା’ ବଙ୍ଗବନ୍ଧୁ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ନିମନ୍ତ୍ରଣ ରକ୍ଷା କରି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ।

କୋରୋନା ସଂକ୍ରମଣ ଯୋଗୁଁ ବାଂଲାଦେଶ ଯାଇନପାରି ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇଥିଲେ ମୋଦି । ସେପଟେ କାର୍ଯ୍ୟକ୍ରମରେ ଯୋଗ ଦେଇ ବଙ୍ଗବନ୍ଧୁଙ୍କ ଦେଶ ଗଠନ ପ୍ରତି ରହିଥିବା ତ୍ୟାଗ ଓ ବଳିଦାନକୁ ମନେ ପକାଇଥିଲେ । ଦେଶରେ ଏକ ସକାରାତ୍ମକ ପରିବେଶ ଗଠନ ସହ ପ୍ରଗତିଶୀଳ ରାଷ୍ଟ୍ର ଗଠନରେ ତାଙ୍କ ଅବଦାନ ଅତୁଳନୀୟ । ତେବେ ବାଂଲାଦେଶବାସୀଙ୍କ ଦେଶ ପ୍ରତି କର୍ତ୍ତବ୍ୟ ପାଳନକୁ ମୋଦି ସଲାମ କରିଥିଲେ ।

ମୋଦି ଏହା ମଧ୍ୟ କହିଥିଲେ ଯେ ଅଳ୍ପ ଶବ୍ଦରେ କହିବାକୁ ଗଲେ ବଙ୍ଗବନ୍ଧୁ ଜଣେ ଶାନ୍ତି ପ୍ରିୟ, ସାହସୀ ନେତା, ନ୍ୟାୟବାଦୀ, ସମାନତା ଓ ଗୌରବର ଅଧିକାରୀ । ତାଙ୍କର ଏହି ସ୍ବଭାବ ଆଜିର ପୀଢିକୁ ପ୍ରେରଣା ଯୋଗାଏ । ଏହା ବ୍ୟତୀତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଭୟ ଦେଶର ସମ୍ପର୍କ ସୁଦୃଢୀକରଣ ନେଇ ‘ଫ୍ରେଣ୍ଡସିପ୍‌ ପାଇପଲାଇନ’ ସମ୍ପର୍କରେ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ।

https://www.india.com/news/india/bangabandhu-dedicated-his-time-to-bring-bangladesh-out-of-destruction-pm-modi-3973204/

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.