ETV Bharat / bharat

ଜମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ଆଶ୍ବାସନା ଦେଲେ ମୋଦି: ଅଲତାଫ ବୁଖାରୀ - PM Modi assures statehood

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଅପନୀ ପାର୍ଟି’ ପ୍ରତିନିଧୀଙ୍କୁ ଆଶ୍ବସନା ଦେଇଛନ୍ତି ଯେ ଜମ୍ମୁ କାଶ୍ମୀରକୁ ଖୁବ ଶୀଘ୍ର ରାଜ୍ୟ ଗଠନ ଘୋଷଣା ଦିଗରେ କାର୍ଯ୍ୟ କରାଯିବ। ଅଲତାଫ ବୁଖାରୀଙ୍କ ନେତୃତ୍ବରେ 24 ଜଣିଆ ପ୍ରତିନିଧିଙ୍କ ସହ ପିଏମ ମୋଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Mar 15, 2020, 1:36 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଅପନୀ ପାର୍ଟି’ ପ୍ରତିନିଧୀଙ୍କୁ ଆଶ୍ବାସନା ଦେଇଛନ୍ତି ଯେ ଜମ୍ମୁ କାଶ୍ମୀରକୁ ଖୁବ ଶୀଘ୍ର ରାଜ୍ୟ ଗଠନ ଘୋଷଣା ଦିଗରେ କାର୍ଯ୍ୟ କରାଯିବ।

ପ୍ରଧାନମନ୍ତ୍ରୀ ପ୍ରତିନିଧି ଦଳ ସହିତ ବିଭିନ୍ନ ପ୍ରସଙ୍ଗରେ ଜନସଂଖ୍ୟା ପରିବର୍ତ୍ତନ, ସୀମା ଧାର୍ଯ୍ୟ ଏବଂ ରାଜ୍ୟ ବାସଗୃହର ଅନୁଦାନ ଭଳି ବ୍ୟବସ୍ଥା ଖୁବଶୀଘ୍ର କରାଯିବା ନେଇ କହିଛନ୍ତି । ଅଲତାଫ ବୁଖାରୀଙ୍କ ନେତୃତ୍ବରେ 24 ଜଣିଆ ପ୍ରତିନିଧିଙ୍କ ସହ ପିଏମ ମୋଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

ଜାମ୍ମୁ କାଶ୍ମୀରର ବିକାଶ ଦିଗରେ ତାଙ୍କର 'ଅନପେକ୍ଷିତ' ସମର୍ଥନ ଏବଂ 'ନିରନ୍ତର' ଉଦ୍ୟମ ପାଇଁ ଏହି ପ୍ରତିନିଧୀ ଦଳ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଅଞ୍ଚଳରେ ଶାନ୍ତି ଏବଂ ନିରାପତ୍ତା ବଜାୟ ରଖିବା ଦିଗରେ ସରକାର, ସୁରକ୍ଷା ଏଜେନ୍ସି ଏବଂ ଜାମ୍ମୁ କାଶ୍ମୀରବାସୀଙ୍କ ଉଦ୍ୟମକୁ ସେମାନେ ପ୍ରଶଂସା କରିଛନ୍ତି। ଦକ୍ଷତା ବିକାଶ ଏବଂ ଜମ୍ମୁ କାଶ୍ମୀରର ସାମଗ୍ରିକ ରୂପାନ୍ତର ଆଣିବା ପାଇଁ ଯୁବକମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ।

ଅପନୀ ପାର୍ଟି ସଭାପତି ଅଲତାଫ ବୁଖାରୀ ଉଲ୍ଲେଖ କରିଛନ୍ତି ଯେ ଅଗଷ୍ଟ 5 ତାରିଖ 2019 ଧାରା 370 ଏବଂ ଧାରା 35-ଏକୁ ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା, ତାହା ଜାମ୍ମୁ କାଶ୍ମୀର ଇତିହାସରେ ସୃଷ୍ଟି କରିଥିଲା । ଲୋକ କଲ୍ୟାଣ ମାର୍ଗରେ ହୋଇଥିବା ବୈଠକ ପରେ ଅଲତାଫ କହିଛନ୍ତି ଯେ ଜମ୍ମୁ-କାଶ୍ମୀର ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହୃଦୟ ଖୋଲା ରହିଛି । ଏଠାରେ ସୂଚନା ଯୋଗ୍ୟ ଯେ, ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି)ର ପୂର୍ବ ନେତା ମାର୍ଚ୍ଚ 8 ରେ ନିଜର ପାର୍ଟି ଆରମ୍ଭ କରିଥିଲେ । ଆନ୍ତର୍ଜାତୀୟ ମହିଳା ଦିବସରେ ସେ ଅପନୀ ପାର୍ଟି ଗଠନ କରିଥିଲେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.