ଅମରାବତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ରେଡ୍ଡୀଙ୍କ ସହ ତିରୁପତିରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବରୁ ଅନେକ ଥର ମୁଁ ତିରୁପତି ଆସିଛି । କିନ୍ତୁ ଆଉ ଥରେ ଶାସନ ଭାର ଗ୍ରହଣ କରିବା ପରେ ପ୍ରଭୁ ଭେଙ୍କଟେଶ୍ବରଙ୍କ ଆର୍ଶୀବାଦ ନେବା ପାଇଁ ମୁଁ ତିରୁପତି ଆସିଛି । 130 କୋଟି ଭାରତୀୟଙ୍କ ସ୍ବପ୍ନ ପୂରଣ କରିବା ପାଇଁ ଭଗବାନ ଆମକୁ ଆର୍ଶୀବାଦ କରନ୍ତୁ ବୋଲି କହିଛନ୍ତି ମୋଦି ।
ପ୍ରଥମେ ତିରୁପତି ବିମାନ ବନ୍ଦରରୁ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ । ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଇଏସଏଲ ନରସିଂହ ଏବଂ ପାଞ୍ଚ ଡେପୁଟି ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ ।