ETV Bharat / bharat

କର୍ଣ୍ଣାଟକ ଗସ୍ତରେ ମୋଦି ଓ ରାହୁଲ, ମୈଦାନରେ ହେବ ମହାଲଢେଇ - campaign

ଆଜି ଗୋଟିଏ ଦିନରେ ପ୍ରଧାନମନ୍ତ୍ରୀ ମୋଦି ଓ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀଙ୍କ କର୍ଣ୍ଣାଟକ ଗସ୍ତର କାର୍ଯ୍ୟକ୍ରମ ରହିଛି । ସାଧାରଣ ନିର୍ବାଚନରେ ନିଜ ନିଜ ଦଳର ପ୍ରାର୍ଥୀମାନଙ୍କୁ ସମର୍ଥନ ଦେବା ପାଇଁ ଉଭୟ କର୍ଣ୍ଣାଟକରେ 5ଟି ରାଲିରେ ଉଦବୋଧନ ଦେବେ ।

ଫାଇଲ ଫଟୋ
author img

By

Published : Apr 13, 2019, 1:33 PM IST

ବେଙ୍ଗାଲୁର: ନିର୍ବାଚନୀ ପ୍ରଚାର ପାଇଁ ମୈଦାନରେ ହେଭିୱେଟ ନେତା । ସେଥିପାଇଁ ସବୁ ଜାତୀୟ ରାଜନୈତିକ ଦଳର ନେତାମାନେ ଘନ ଘନ ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି । ଆଜି ଗୋଟିଏ ଦିନରେ ପ୍ରଧାନମନ୍ତ୍ରୀ ମୋଦି ଓ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀଙ୍କ କର୍ଣ୍ଣାଟକ ଗସ୍ତର କାର୍ଯ୍ୟକ୍ରମ ରହିଛି । ସାଧାରଣ ନିର୍ବାଚନରେ ନିଜ ନିଜ ଦଳର ପ୍ରାର୍ଥୀମାନଙ୍କୁ ସମର୍ଥନ ଦେବା ପାଇଁ ଉଭୟ କର୍ଣ୍ଣାଟକରେ 5 ଟି ରାଲିର ଉଦବୋଧନ ଦେବେ ।

ଅଧିକ ପଢନ୍ତୁ: ‘ଭୋଟ୍‌ ନଦେଲେ ଅଭିଶାପ ଦେବି’

କର୍ଣ୍ଣାଟକରେ ପହଞ୍ଚିବା ପରେ ମୋଦି ମାଙ୍ଗଲୋର ଓ ବେଙ୍ଗାଲୁରରେ ଆୟୋଜିତ ବିଜେପି ରାଲିରେ ସମ୍ବୋଧନ ଦେବେ ବୋଲି ଭାରତୀୟ ଜନତା ପାର୍ଟିର ମୁଖପାତ୍ର ଏସ. ଶାନ୍ତାରାଙ୍କ କହିଛନ୍ତି । ସେହିପରି ରାହୁଲ ଗାନ୍ଧୀ ରାଜ୍ୟର ସଂସଦୀୟ କ୍ଷେତ୍ର କୋଲ୍ଲାର, ଚିତ୍ରାଦୁର୍ଗ ଓ କିଆର ନଗରରେ ନିର୍ବାଚନୀ ପ୍ରଚାର କରିବେ ବୋଲି କଂଗ୍ରେସର ପଦାଧିକାରୀ ପ୍ରକାଶ ରାଠୋର ସୂଚନା ଦେଇଛନ୍ତି ।

ତେବେ କର୍ଣ୍ଣାଟକରେ 28 ଟି ଲୋକସଭା ଆସନ ରହିଛି । ସେଥିମଧ୍ୟରୁ ସେଣ୍ଟ୍ରାଲ କର୍ଣ୍ଣାଟକର 14 ଟି ସିଟରେ ଆସନ୍ତା 18 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ଏହାସହ ବଳକା 14ଟି ସିଟର ନିର୍ବାଚନ ଚଳିତ ମାସ 23 ତାରିଖରେ ହେବ ବୋଲି ନିର୍ବାଚନ ଆୟୋଗ ପ୍ରକାଶ କରିଛନ୍ତି । ପରେ ପରେ ମେ 23 ତାରିଖରେ ଭୋଟ ଗଣତି ଆରମ୍ଭ ହେବ ।

ଅଧିକ ପଢନ୍ତୁ: ଜାଲିଆନାୱାଲା ବାଗ ନରସଂହାରକୁ ପୂରିଲା 100 ବର୍ଷ, ଶ୍ରଦ୍ଧାଞ୍ଜଳି ଦେଲେ ରାହୁଲ ଗାନ୍ଧୀ

ଅନ୍ୟପଟେ ବିଜେପି ରାଜ୍ୟରେ ମୋଦିଙ୍କ ପାଇଁ 7ଟି ରାଲିର କାର୍ଯ୍ୟକ୍ରମ ରଖିଥିବା ବେଳେ ଶେଷ 2ଟି ରାଲି ବେଲଗାମ ଓ ଚିକୋଡିରେ ହେବ । ଏହି ରାଜ୍ୟରେ ବିଜେପି 27ଟି ସିଟରେ ଲଢୁଥିବା ବେଳେ ଦଳ ବହୁଭାଷୀ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସୁମଲାୟା ଆମ୍ବରିସଙ୍କ ସମର୍ଥନ ବଢୁଛି । ସେହିପରି କଂଗ୍ରେସ ଓ ଜେଡିଏସ ସମସ୍ତ 28 ସିଟ ଉପରେ ନିଜ ପ୍ରାର୍ଥୀମାନଙ୍କୁ ଛିଡା କରିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.