ETV Bharat / bharat

ବିଶ୍ବମଞ୍ଚରେ କେମିତି ରହିବ ମୋଦି-ଇମ୍ରାନଙ୍କ ସାକ୍ଷାତ - kyrgyzstan

କିର୍ଗିଜସ୍ଥାନରେ ହେବାକୁ ଥିବା ଏସସିଓ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପିଏମ ମୋଦି ଜୁନ 13 ତାରିଖ ସକାଳେ ବିଶ୍କେକ ଯାଉଥିବା ବେଳେ ସେଠାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ମୁହାଁମୁହିଁ ହେବେ । ମୋଦି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଆତଙ୍କବାଦ ସମସ୍ୟା ନେଇ ସ୍ବର ଉଠାଇବା ସଙ୍କେତ ସ୍ପଷ୍ଟ ହେଉଛି ।

ଡିଜାଇନ ଫଟୋ
author img

By

Published : Jun 11, 2019, 5:53 PM IST

ନୂଆଦିଲ୍ଲୀ: ମାଳଦୀପ ଓ ଶ୍ରୀଲଙ୍କାରୁ ଦ୍ବିପାକ୍ଷିକ ଗସ୍ତ ସାରି ଫେରିଥିବା ପ୍ରଧାନମନ୍ତ୍ରୀ ମୋଦି ଏବେ ଏସସିଓ ଶିଖର ସମ୍ମିଳନୀରେ ଯୋଗ ଦେବେ । କିର୍ଗିଜସ୍ଥାନରେ ହେବାକୁ ଥିବା ଏସସିଓ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ମୋଦି ଜୁନ 13 ତାରିଖ ସକାଳେ ବିଶ୍କେକ ଯାଉଥିବା ବେଳେ ସେଠାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ମୁହାଁମୁହିଁ ହେବେ ।

ଏସସିଓ ଶିଖର ସମ୍ମିଳନୀରେ ବର୍ତ୍ତମାନ ଯାଏ ପାକିସ୍ତାନ ନେତାଙ୍କ ସହ କୌଣସି ଦ୍ବିପାକ୍ଷିକ କିମ୍ବା ଔପଚାରିକ ସାକ୍ଷାତକାର ହେବ ନାହିଁ ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । କିନ୍ତୁ ବିଶ୍ବ ମଞ୍ଚରେ ଦୁଇ ନେତା ଆମନା ସାମନା ହେବା ସମୟରେ ଅନୌପଚାରିକ ସମ୍ବାଦକୁ ଏଡାଇ ଦିଆଯାଇ ନପାରେ ।

ଆତଙ୍କବାଦ, ଚରମପନ୍ଥି ଓ ଅପରାଧ ବିରୋଧରେ ସହଯୋଗ ଏସିସିଓ ସମ୍ମିଳନୀର ମହତ୍ତ୍ବପୂର୍ଣ୍ଣ ବିଷୟ ବୋଲି ବିବେଶ ମନ୍ତ୍ରାଳୟର ସଚିବ ଗିରିଶ ଶର୍ମା କହିଛନ୍ତି । ଏପରି ସ୍ଥିତିରେ ମୋଦି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଆତଙ୍କବାଦର ସମସ୍ୟା ନେଇ ସ୍ବର ଉଠଇବା ସଙ୍କେତ ସ୍ପଷ୍ଟ ହେଉଛି ।

ମୋଦି ଜୁନ 14 ତାରିଖରେ ଏସସିଓ ଶିଖର ସମ୍ମିଳନୀକୁ ସମ୍ବୋଧିତ କରି ସନ୍ଧ୍ୟାରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ । ଫେରିବା ପୂର୍ବରୁ ମୋଦି ତିନିଜଣ ନେତାଙ୍କୁ ନିଶ୍ଚିତ ସାକ୍ଷାତ କରିବା ନେଇ ସ୍ପଷ୍ଟ ହୋଇଛି । ଏମାନଙ୍କ ମଧ୍ୟରେ ଚୀନ ଓ ରୁଷ ରାଷ୍ଟ୍ରପତିଙ୍କ ସମେତ କିର୍ଗିଜସ୍ତାନର ରାଷ୍ଟ୍ରପତି ସାମିଲ ଅଛନ୍ତି ।

Intro:Body:

htrj

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.