ETV Bharat / bharat

ଆର୍ଥିକ ପ୍ୟାକେଜ ଘୋଷଣାକୁ ସଚିନ୍ ପାଇଲଟଙ୍କ ପ୍ରଶଂସା - ଆର୍ଥିକ ପ୍ୟାକେଜ ଘୋଷଣା

କୋରୋନା ଭାଇରସ ସମୟରେ ଦେଶର ପଞ୍ଚମ ଥର ପାଇଁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 20 ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି ।ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ ମୋଦିଙ୍କ ଏହି ଘୋଷଣାକୁ ପ୍ରଶଂସା କରୁଛନ୍ତି ।

PM Modi
ଆର୍ଥିକ ପ୍ୟାକେଜ ଘୋଷଣା
author img

By

Published : May 13, 2020, 1:02 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ସମୟରେ ଦେଶର ପଞ୍ଚମ ଥର ପାଇଁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 20 ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି । ଏହାକୁ ମୋଦି ଆତ୍ମନିର୍ଭରଶୀଳ ଭାରତ ପ୍ୟାକେଜ ନାଁ ଦେଇଛନ୍ତି । ଅର୍ଥବ୍ୟବସ୍ଥାକୁ ସଠିକ୍ ରାସ୍ତାକୁ ଆଣିବା ପାଇଁ ଏହି ପ୍ୟାକେଜ୍ ଅନେକାଂଶରେ ସହାୟକ ହେବ । ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ ମୋଦିଙ୍କ ଏହି ଘୋଷଣାକୁ ପ୍ରଶଂସା କରୁଛନ୍ତି ।

ସଚିନ୍ ପାଇଲଟ୍ କହିଛନ୍ତି ମୋଦି ଯେବେ ବି ଲକଡାଉନର ଘୋଷଣା କରିଛନ୍ତି ସବୁବେଳେ ସମୟସୀମା ବଢେଇଛନ୍ତି । ଏହା ସ୍ପଷ୍ଟ ଯେ ଲକଡାଉନ୍ 4.0 ଆସିବ । କେତେ ଦିନ ପାଇଁ ଚାଲିବ ଓ ଏହାର ନୂଆ ନିୟମ ବିଷୟରେ ପ୍ରଧାନମନ୍ତ୍ରୀ ଏଯାଏଁ କହିନାହାଁନ୍ତି । ରାଜ୍ୟକୁ ଲକଡାଉନ୍ ଗତିବିଧି ନେଇ ସ୍ବତନ୍ତ୍ରତା ଦିଆଯିବା ଉଚିତ୍ ବୋଲି ସେ କହିଛନ୍ତି । ପୁରା ଦେଶରେ ଏକ ପ୍ରକାର ଲକଡାଉନ୍ ନିୟମ ରହିବା ସମ୍ଭବ ନୁହେଁ ।

ସେ କହିଛନ୍ତି ଯେ ରେଡ୍ ଜୋନରେ କୌଣସି ଚଳପ୍ରଚଳକୁ ଅନୁମତି ଦିଆଯିବା ଉଚିତ୍ ନୁହେଁ । ଦେଶରେ 500 ସଂକ୍ରମଣ ଥିବାବେଳେ ଏହି ଲକଡାଉନ୍ ଲାଗୁ ହୋଇଥିଲା। ବର୍ତ୍ତମାନ 70 ହଜାର ସଂକ୍ରମଣ ଓ ଯଦି ଏବେ ଲକଡାଉନ୍ ଖୋଲିବାକୁ ଚିନ୍ତା କରୁଛନ୍ତି, ତେବେ ସଂକ୍ରମଣର ଆଶଙ୍କା ଦୂର ହୋଇନାହିଁ କିନ୍ତୁ ଆମକୁ ସତର୍କତାର ସହିତ ଆଗକୁ ବଢିବାକୁ ପଡିବ ।

ପ୍ରଧାନମନ୍ତ୍ରୀଙ୍କ 20 ଲକ୍ଷ କୋଟି ପ୍ୟାକେଜ୍ ଘୋଷଣାକୁ ନେଇ ସେ କହିଛନ୍ତି ଯେ, କୌଣସି ଆର୍ଥିକ ସହାୟତା ଭଲ ମାତ୍ର ଏହାକୁ କେଉଁଠି ବିନିଯୋଗ କରାଯାଉଛି ତାହା ଦେଖିବା ବାକି ରହିଲା । ସେ କହିଛନ୍ତି ଯେ ଏହି ସମୟରେ ସରକାରଙ୍କର ଗୁରୁତ୍ବପୂର୍ଣ୍ଣ ସଂସ୍କାର ଆଣିବା ପାଇଁ ଇଚ୍ଛା ଶକ୍ତି ରହିବା ଉଚିତ୍। ବଡ ପଦକ୍ଷେପ ନେବା ଜରୁରୀ, ଯେଉଁ ପଦକ୍ଷେପ 1991ରେ ମନମୋହନ ସିଂହ ଓ ନରସିଂହ ରାଓ ନେଇଥିଲେ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.