ETV Bharat / bharat

ଅଡିଟ୍ ହେବ ପିଏମ କେୟାର୍ସ ଫଣ୍ଡ, ନିଯୁକ୍ତ ହେଲେ ଅଡିଟର - pm cares fund

ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ନେଇ ବିରୋଧୀଙ୍କ ଦ୍ବାରା ଲଗାତାର ଆପତ୍ତି ମଧ୍ୟରେ ଏହି ପାଣ୍ଠିକୁ ଅଡିଟ୍ କରିବାକୁ ନିଷ୍ପତ୍ତି ନିଆଯାଇଛି । ପାଣ୍ଠିର ଅଡିଟ୍ କରିବା ପାଇଁ ଜଣେ ଅଡିଟର ମଧ୍ୟ ନିଯୁକ୍ତ କରାଯାଇଛି ।

ପିଏମ କେୟାର୍ସ ଫଣ୍ଡ
ପିଏମ କେୟାର୍ସ ଫଣ୍ଡ
author img

By

Published : Jun 14, 2020, 5:19 PM IST

ନୂଆଦିଲ୍ଲୀ: କଂଗ୍ରେସ ତଥା ଅନ୍ୟ ବିରୋଧି ଦଳ ଲଗାତାର ପିଏମ କେୟର୍ସ ଫଣ୍ଡକୁ ନେଇ ପ୍ରଶ୍ନ କରୁଛନ୍ତି । ଏହି ଦଳ ମାନଙ୍କର ସବୁଠାରୁ ବଡ ଆପତ୍ତି ହେଉଛି ଫଣ୍ଡକୁ ଅଡିଟ୍ ନ କରାଯିବା । କୋରୋନା ସଙ୍କଟ ସମୟରେ ଲୋକେ ବହୁ ମାତ୍ରାରେ ଦାନ କରିଥିଲେ । ଏହାକୁ ନେଇ ବିରୋଧି ସର୍ବଦା ପ୍ରଶ୍ନ କରିଆସୁଥିଲେ ।

ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ନେଇ ବିରୋଧୀଙ୍କ ଦ୍ବାରା ଲଗାତାର ଆପତ୍ତି ମଧ୍ୟରେ ଏହି ପାଣ୍ଠିକୁ ଅଡିଟ୍ କରିବାକୁ ନିଷ୍ପତ୍ତି ନିଆଯାଇଛି । ପାଣ୍ଠିର ଅଡିଟ୍ କରିବା ପାଇଁ ଜଣେ ଅଡିଟର ମଧ୍ୟ ନିଯୁକ୍ତ କରାଯାଇଛି । ପିଏମ କେୟାର୍ସ ଫଣ୍ଡର ୱେବସାଇଟରେ ଏହି ସୂଚନା ଦିଆଯାଇଛି। ସେହି ଅନୁଯାୟୀ, ଦିଲ୍ଲୀର ଚାଟାର୍ଡ ​​ଆକାଉଣ୍ଟିଂ ଫାର୍ମ ମେସର୍ସ ସାର୍କ ଆଣ୍ଡ ଆସୋସିଏଟ୍ସ (M / s SARC & Associates) ଏହି ପାଣ୍ଠିର ଅଡିଟ୍ ପାଇଁ ଅଡିଟର ଭାବରେ ନିଯୁକ୍ତ କରାଯାଇଛି। ଏହି ଫାର୍ମକୁ 3 ବର୍ଷ ପାଇଁ ଅଡିଟର ଭାବରେ ନିଯୁକ୍ତ କରାଯାଇଛି।

23 ଏପ୍ରିଲରେ କେୟାର୍ସ ପାଣ୍ଠିର ଟ୍ରଷ୍ଟିମାନଙ୍କ ଏକ ବୈଠକରେ ଅଡିଟର ନିଯୁକ୍ତ କରିବାର ନିଷ୍ପତ୍ତି ନିଆଯାଇଥିଲା। ପ୍ରତ୍ୟେକ ଆର୍ଥିକ ବର୍ଷ ଶେଷରେ PM କେୟାର୍ସ ଫଣ୍ଡ ଅଡିଟ୍ କରାଯିବ ।

ୱେବସାଇଟ୍ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଅଫିସିଆଲ୍ ପିଏମ୍ କେୟାର୍ସ ପାଣ୍ଠିର ଟ୍ରଷ୍ଟି ବୋର୍ଡର ଚେୟାରମ୍ୟାନ୍ ହେବେ। ପ୍ରତିରକ୍ଷା ମନ୍ତ୍ରୀ, ଗୃହମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ମଧ୍ୟ ଟ୍ରଷ୍ଟର ଅଫିସିଆଲ୍ ସଦସ୍ୟ କରାଯାଇଛି। ଏହା ବ୍ୟତୀତ ଟ୍ରଷ୍ଟି ବୋର୍ଡର ଚେୟାରମ୍ୟାନ୍ ହୋଇ ପ୍ରଧାନମନ୍ତ୍ରୀ ଏଥିରେ ଅନ୍ୟ 3 ଜଣଙ୍କୁ ମନୋନୀତ କରିବେ। ଏହି 3 ସଦସ୍ୟ ସ୍ବାସ୍ଥ୍ୟ, ଅନୁସନ୍ଧାନ, ସାମାଜିକ କାର୍ଯ୍ୟ ଓ ଲୋକ ପରୋପକାର, ଆଇନ, ବିଜ୍ଞାନ ଓ ସାଧାରଣ ପ୍ରଶାସନ କ୍ଷେତ୍ରର ବ୍ୟକ୍ତିବିଶେଷ ହୋଇପାରନ୍ତି । ଯଦିଓ ଏହି ଲୋକଙ୍କ ନାମ ୱେବସାଇଟରେ ଦିଆଯାଇ ନାହିଁ ତେବେ ସାଉଥ୍ ବ୍ଲକରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏହି ପାଣ୍ଠିର ସରକାରୀ କାର୍ଯ୍ୟାଳୟ କରାଯାଇଛି ଓ କାର୍ଯ୍ୟାଳୟ ସହିତ ସଂଯୁକ୍ତ ଯୁଗ୍ମ ସଚିବ ସ୍ତରର ଅଧିକାରୀଙ୍କୁ ଏହାର ପ୍ରଶାସନିକ ତଦାରଖ ଦାୟିତ୍ବ ଦିଆଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.