ଅମରାବତୀ: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲା ଡଙ୍ଗାବୁଡି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୋକ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଆନ୍ଧ୍ରପ୍ରଦେଶ ଡଙ୍ଗାବୁଡି ଘଟଣାରେ ମୁଁ ଦୁଃଖ ପ୍ରକାଶ କରୁଛି । ଏହା ସହ ମୃତକଙ୍କ ପରିବାରକୁ ସମବେଦନା ଜ୍ଞାପନ କରୁଛି’ ।
ସେହିପରି ରାଜନାଥ ସିଂ କହିଛନ୍ତି, ‘ପୂର୍ବ ଗୋଦାବରୀ ଜିଲ୍ଲାରେ ହୋଇଥିବା ଡଙ୍ଗାବୁଡି ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ସମବେଦନା ଜଣାଉଛି’ ।