ETV Bharat / bharat

ଉତ୍ତର ପ୍ରଦେଶରେ ଧାରା 356 ଲାଗୁ କରିବା ପାଇଁ ସୁପ୍ରିମକୋର୍ଟରେ ଯାଚିକା

author img

By

Published : Oct 5, 2020, 8:20 PM IST

ଉତ୍ତରପ୍ରଦେଶରେ ଧାରା 356 ଲାଗୁ କରିବା ପାଇଁ ସୁପ୍ରିମକୋର୍ଟରେ ଯାଚିକା । ଆବେଦେନକାରୀ କହିଛନ୍ତି ହାଥରସ ଗଣଦୁଷ୍କର୍ମ ଘଟଣା ପରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ଅଧିକ ପଢନ୍ତୁ...

ଉତ୍ତରପ୍ରଦେଶରେ ଧାରା 356 ଲାଗୁ କରିବା ପାଇଁ ସୁପ୍ରିମକୋର୍ଟରେ ଯାଚିକା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ହାଥରସ ଗଣଦୁଷ୍କର୍ମ ଘଟଣା ପରେ ଲାଗି ରହିଥିବା ପରିସ୍ଥିତିକୁ ନେଇ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି । ରାଜ୍ୟରେ ବର୍ତ୍ତମାନ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ରାଜ୍ୟ ଜରୁରୀକାଳୀନ ପରିସ୍ଥିତି ତଥା ଧାରା 356 ଲାଗୁ କରିବା ପାଇଁ ଅପିଲ କରାଯାଇଛି ।

ସୁପ୍ରିମକୋର୍ଟରେ ଆଡଭୋକେଟ ସିଆର ଜୟ ସୁକିନ ଆବେଦନ କରିଥିବା ଜନସ୍ବାର୍ଥ ମାମଲାରେ କହିଛନ୍ତି । ରାଜ୍ୟରେ ବେଆଇନ ତଥା ମନମୁଖୀ ହତ୍ୟା, ପୋଲିସ୍ ଦ୍ବାରା ନିର୍ଯାତିତ ହତ୍ୟା, ଜେଲ ଅଧିକାରୀଙ୍କ ଦ୍ବାରା ନିର୍ଯାତନା, ସରକାରୀ କର୍ତ୍ତୃପକ୍ଷଙ୍କ ଦ୍ବାରା ଗିରଫ ଏବଂ ବନ୍ଦୋବସ୍ତ, ଅଭିବ୍ୟକ୍ତିର ସ୍ବାଧୀନତା ତଥା ସାମ୍ବାଦିକଙ୍କ ଉପରେ ପ୍ରତିବନ୍ଧକ, ସାମ୍ବାଦିକଙ୍କ ବିରୁଦ୍ଧରେ ଅଯଥା ଗିରଫ କିମ୍ବା ଦୋଷୀ ସାବ୍ୟସ୍ତ, ସମସ୍ତ ମହିଳା ଏବଂ ଦଳିତଙ୍କ ବିରୋଧରେ ଅପରାଧ ବୃଦ୍ଧି ପାଇଛି । ଉତ୍ତରପ୍ରଦେଶ ସରକାର ସମ୍ବିଧାନର ନିୟମାବଳୀ ଅନୁଯାୟୀ ଆଇନ ଶୃଙ୍ଖଳା ରକ୍ଷା କରିପାରିବ ନାହିଁ ।ଆବେଦନକାରୀ ଆହୁରି ମଧ୍ୟ କହିଛନ୍ତି ଉତ୍ତରପ୍ରଦେଶ ସବୁଠାରୁ ଅସୁରକ୍ଷିତ ରାଜ୍ୟ ଭାବରେ ସ୍ଥାନ ପାଇଛି । ଯାହା ରାଜ୍ୟରେ ନ୍ୟାୟର ମୌଳିକ ନୀତି ଅନୁସରଣ ନକରି ସମ୍ବିଧାନର ଧାରା 21 କୁ ଉଲ୍ଲଂଘନ କରିଛି ।

ଆବେଦନକାରୀ ଆହୁରୀ ମଧ୍ୟ କହିଛନ୍ତି ରାଜ୍ୟ ଗଣତନ୍ତ୍ର ସୁରକ୍ଷା ପାଇଁ ଧାରା 356 ଲାଗୁ କରିବା ଆବଶ୍ୟକ । ଯାହା 20 କୋଟି ଲୋକଙ୍କ ଜୀବନ ସୁରକ୍ଷିତ ହୋଇପାରିବା ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.