ETV Bharat / bharat

ଲଦାଖର ଡେମଚୌକରୁ ଚୀନ ଯବାନ ଗିରଫ

author img

By

Published : Oct 19, 2020, 4:04 PM IST

ଲଦାଖର ଡେମଚୌକରୁ ଗିରଫ ହୋଇଛି ଜଣେ ଚୀନ ସୈନିକ । ଗିରଫ ଚୀନ ସୈନିକ ପାଖରୁ ସିଭିଲ ଓ ମିଲିଟାରୀ ଦସ୍ତାବିଜ ମିଳିଛି । ଅଧିକ ପଢନ୍ତୁ...

ଲଦାଖର ଡେମଚୌକରୁ ଚୀନ ସୈନିକ ଗିରଫ
ଲଦାଖର ଡେମଚୌକରୁ ଚୀନ ସୈନିକ ଗିରଫ

ଲଦାଖ: ଏଲଏସିରେ ଉତ୍ତେଜନା ମଧ୍ୟରେ ଲଦାଖର ଡେମଚୌକରୁ ଗିରଫ ହୋଇଛି ଜଣେ ଚୀନ ସୈନିକ । ଗିରଫ ହୋଇଥିବା ଚୀନ ସୈନିକ କରପୋରଲ ରାଙ୍କ୍‌ର ହୋଇଥିବାବେଳେ ସେ ଶାଙ୍ଗଜୀ ଅଞ୍ଚଳର ବୋଲି କୁହାଯାଉଛି ।

ସୋମବାର ସକାଳେ ଚୀନ ସୈନିକକୁ ଗିରଫ କରିଥିଲେ ଭାରତୀୟ ସେନା । ଗିରଫ ଚୀନ ସୈନିକ ପାଖରୁ ସିଭିଲ ଓ ମିଲିଟାରୀ ଦସ୍ତାବିଜ ମିଳିଛି ।

ଗିରଫ ଚୀନ ସୈନିକକୁ କିଛି ସମୟ ପଚରାଉଚୁରା କରାଯାଇଥିଲା । ଭାରତୀୟ ସୀମାରେ ପ୍ରବେଶର କାରଣ ମଧ୍ୟ ପଚରା ଯାଇଛି । ଗୁଇନ୍ଦା ମିଶନର ଦିଗକୁ ନେଇ ମଧ୍ୟ ଖୋଲତାଡ କରାଯାଇଥିଲା । ଏହା ପରେ ଔପଚାରିକ କାଗଜପତ୍ର କାର୍ଯ୍ୟ ସମ୍ପୂର୍ଣ୍ଣ ପରେ ଚୀନ ସୈନିକକୁ ସ୍ବଦେଶ ପଠାଇଦିଆଯାଇଥିବା ଜଣାପଡିଛି । ଅଜାଣତରେ ଏହି ସୈନିକ ଜଣକ ଭାରତୀୟ ସୀମାକୁ ପ୍ରବେଶ କରିଥିବା ଅନୁମାନ କରାଯାଉଛି ।

ଗତ 6 ମାସରୁ ଲଦାଖ ସୀମାରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଲାଗିରହିଛି । ଏହି ଉତ୍ତେଜନାକୁ କମ କରିବା ପାଇଁ ଅନେକ ପର୍ଯ୍ୟାୟ ସେନା ସ୍ତରୀୟ ବୈଠକ ବସିସାରିଛି । ହେଲେ ଏଯାଏଁ ଏହାର କୌଣସି ଠୋସ ପରିଣାମ ମିଳିପାରିନାହିଁ ।

ବର୍ତ୍ତମାନସୁଦ୍ଧା ଉଭୟ ଦେଶ ମଧ୍ୟରେ ସପ୍ତମ ପର୍ଯ୍ୟାୟ ସୈନ୍ୟ ଆଲୋଚନା ସରିଲାଣି । ଦୁଇ ପକ୍ଷ ଆଗକୁ ମଧ୍ୟ ଆଲୋଚନା ଜାରି ରଖିବା ନେଇ ସହମତି ପ୍ରକଟ କରିଛନ୍ତି ।

ଏହା ପୂର୍ବରୁ ଅରୁଣାଚଳପ୍ରଦେଶର 5 ଯୁବକ ଚୀନ ସୀମାରେ ନିଖୋଜ ହୋଇଯାଇଥିଲେ । ପରେ ଏହି ଯୁବକମାନେ ଚୀନ କବଜାରେ ଥିବା ଜଣିବାକୁ ମିଳିଥିଲା । ଚୀନର ପିପୁଲ୍ସ ଲିବରେସନ୍ ଆର୍ମି 5 ଜଣ ଯୁବକଙ୍କୁ ଅପହରଣ କରିନେଇଥିବା ଭାରତ ଅଭିଯୋଗ ଆଣିଥିବା ବେଳେ ଚୀନ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିଲା । ପରେ ନିଖୋଜ ଅରୁଣାଚଳପ୍ରଦେଶର ଯୁବକମାନଙ୍କୁ ଭାରତକୁ ହସ୍ତାନ୍ତର କରିଦେଇଥିଲା ଚୀନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.