ETV Bharat / bharat

ରେଳ ମନ୍ତ୍ରାଳୟର ନିଷ୍ପତ୍ତି: ଏଣିକି ଦେଶରେ ଗଡିବ କେବଳ ବିଦ୍ୟୁତ ଚାଳିତ ଟ୍ରେନ - ଡିଜେଲ ଚାଳିତ ଟ୍ରେନ

ରେଳ ମନ୍ତ୍ରାଳୟର ବଡ ନିଷ୍ପତ୍ତି । ଆଗକୁ ଆଉ ଟ୍ରାକରେ ଗଡିବନି ଡିଜେଲ ଚାଳିତ ଟ୍ରେନ । ଏଣିକି ଦେଶର ଶତ ପ୍ରତିଶତ ଟ୍ରେନ ବିଦ୍ୟୁତ୍ ଚାଳିତ କରିବା ପାଇଁ ରେଳ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି । ଏନେଇ ବୁଧବାର ରେଳମନ୍ତ୍ରୀ ପିୟୂଷ ଗୋଏଲ ସୂଚନା ଦେଇଛନ୍ତି ।

ଫାଇଲ ଫଟୋ
author img

By

Published : Aug 29, 2019, 8:40 AM IST

ନୂଆଦିଲ୍ଲୀ: ଏଣିକି ଆଗକୁ ଆଉ ଗଡିବନି ଡିଜେଲ ଚାଳିତ ଟ୍ରେନ । ଦେଶର ସମସ୍ତ ଟ୍ରେନ ହେବ ବିଦ୍ୟୁତ ଚାଳିତ ଟ୍ରେନ । ବଢୁଥିବା ବାୟୁ ପ୍ରଦୂଷଣକୁ ରୋକିବା ଦିଗରେ ରେଳ ମନ୍ତ୍ରାଳୟ ଏଭଳି ବଡ ନିଷ୍ପତ୍ତି ନେଇଛି । ଏନେଇ ବୁଧବାର ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ପିୟୂଷ ଗୋଏଲ ।

ଆଗାମୀ 10 ବର୍ଷ ମଧ୍ୟରେ ଦେଶର ଶତ ପ୍ରତିଶତ ଟ୍ରେନକୁ ବିଦ୍ୟୁତ୍ ଚାଳିତ କରାଯିବା ନେଇ ଲକ୍ଷ୍ୟ ରଖିଛନ୍ତି ସରକାର । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । ସିଆଇଆଇ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ପିୟୂଷ ଗୋଏଲ ଯୋଗ ଦେଇ ଏହି ନିଷ୍ପତ୍ତି ନେଇଛନ୍ତି । ମନ୍ତ୍ରୀ କହିଛନ୍ତି, ରେଳ ମନ୍ତ୍ରାଳୟ ଶତ ପ୍ରତିଶତ ଟ୍ରେନ ବିଦ୍ୟୁତକରଣ ପାଇଁ ନିର୍ଣ୍ଣୟ ନେଇଛନ୍ତି । ପାଖାପାଖି 1ଲକ୍ଷ 20ହଜାର କିଲୋମିଟର ଟ୍ରାକରେ ବିଦ୍ୟୁତ୍ ଚାଳିତ ଟ୍ରେନ ଗଡିବ । ଶତପ୍ରତିଶତ ବିଦ୍ୟୁତ୍ ଚାଳିତ ଟ୍ରେନ ଚଳାଇ ଆମେ ଦୁନିଆର ପ୍ରଥମ ଦେଶ ହେବୁ । ଯାହା ଫଳରେ ବାୟୁ ପ୍ରଦୂଷଣ ମାତ୍ରା କମିବ ।

ଏହାସହ ମନ୍ତ୍ରୀ ଆହୁରି କହିଛନ୍ତି, ଦିଲ୍ଲୀକୁ ଆସୁଥିବା ଅନେକ ଟ୍ରେନ ଡିଜେଲ ଚାଳିତ ଅଟେ । ତେଣୁ ସେହି ଟ୍ରେନ ଗୁଡିକୁ ବିଦ୍ୟୁତ୍ ଚାଳିତ କରିବା ପାଇଁ ସରକାର କାମ ଆରମ୍ଭ କରିଦେଇଛନ୍ତି । ଏହା ଯଦି ସମ୍ଭବ ହୁଏ ତେବେ 2029 ସୁଦ୍ଧା ସାରା ଦେଶରେ ବିଦ୍ୟୁତ୍ ଚାଳିତ ଟ୍ରେନ ଚାଲିବ । ଏଥିସହ ପରିବେଶରୁ ଅନେକ ପରିମାଣରେ କାର୍ବନ ଡାଇଅକ୍ସସାଇଡ୍‌ କମିଯିବ ।

Intro:Body:

hgfh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.