ETV Bharat / bharat

ନୋଏଡାରେ ଉଦ୍‌ଘାଟିତ ହେଲା ପିଙ୍କ୍ ଶୌଚାଳୟ

ନୋଏଡାରେ ଉଦଘାଟିତ ହୋଇଛି ପିଙ୍କ ଶୌଚାଳୟ । ସମ୍ପୂର୍ଣ୍ଣ ଦେୟମୁକ୍ତ ସହ ସକାଳ ୮ରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲାରହିବ ଏହି ଶୌଚାଳୟ ।

ଫଟୋ ସୌଜନ୍ଯ: ସୋସିଆଲ ମିଡିଆ
author img

By

Published : Aug 2, 2019, 7:11 PM IST

ନୋଏଡା: ମହିଳାଙ୍କ ସ୍ବଚ୍ଛତାକୁ ଧ୍ୟାନରେ ରଖି ନୋଏଡାରେ ପିଙ୍କ ଶୌଚାଳୟର ଉଦ୍‌ଘାଟିତ ହୋଇଛି । ନୋଏଡାର ସେକ୍ଟର-୫୦ ସ୍ଥିତ ଏକ ମାର୍କେଟରେ ଏହି ପିଙ୍କ ଶୌଚାଳୟ ଆରମ୍ଭ କରାଯାଇଛି । ଗୁରୁବାର ନୋଏଡା ପ୍ରଶାସନର ଅଧ୍ୟକ୍ଷ ଆଲୋକ ଟଣ୍ଡନ ଓ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରିତୁ ମହେଶ୍ବରୀ ନୋଏଡାର ପ୍ରଥମ ପିଙ୍କ୍‌ ଶୌଚାଳୟକୁ ଉଦ୍‌ଘାଟନ କରିଛନ୍ତି । ଆଗାମୀ ଦୁଇ ମାସ ଭିତରେ ନୋଏଡାର ଭିନ୍ନ ଭିନ୍ନ ଅଞ୍ଚଳରେ 9ଗୋଟି ପିଙ୍କ୍‌ ଶୌଚାଳୟ କାର୍ଯ୍ୟକ୍ଷମ କରାଯିବା ଲକ୍ଷ୍ୟ ରଖାଯାଇଛି ।

ସୂଚନା ଅନୁସାରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଏହି ପିଙ୍କ୍‌ ଶୌଚାଳୟ ସକାଳ ୮ରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲାରହିବ । ଏଥିସହ ଏହା ସମ୍ପୁର୍ଣ୍ଣ ଦେୟ ମୁକ୍ତ ରହିବ। ବ୍ୟବହୃତ ନାପକିନ୍‌କୁ ଏଣେତେଣେ ନ ପକାଇ ସେଠାରେ ଥିବା ଏକ ଭେଣ୍ଡିଙ୍ଗ ମେସିନ୍‌ରେ ପକାଇବାର ସୁବିଧା କରାଯାଇଛି।

ନୋଏଡାର ୮୪ଟି ସ୍ଥାନରେ ଆଧୁନିକ ସାର୍ବଜନୀନ ଶୌଚାଳୟ ତିଆରି କରାଯିବା ଲକ୍ଷ୍ୟ ରଖାଯାଇଛି । ମାତ୍ର ବର୍ତ୍ତମାନ ସୁଦ୍ଧା ୭୪ଟିର ନିର୍ମାଣ କାମ ସରିଥିଲା ବେଳେ 10ଟିର କାମ ବାକି ରହିଛି । ଆଉ ଏହି 10ଟି ଶୌଚାଳୟକୁ ପିଙ୍କ୍‌ ଶୌଚାଳୟରେ ପରିବର୍ତ୍ତନ କରାଯାଉଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.