ଜୟପୁର: କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ ପରେ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଆଗାମୀ ରଣନୀତି ଉପରେ ରହିଛି ସମସ୍ତଙ୍କ ନଜର । ତେବେ ପାଇଲଟ ବୁଧବାର ଟୋଙ୍କ୍ ଗସ୍ତ କରିଛନ୍ତି । ଏହି ଗସ୍ତ ସମୟରେ ରାସ୍ତାରେ ଯେଭଳି ଭାବରେ ସଚିନଙ୍କ ସ୍ବାଗତ ହୋଇଛି ଏହାକୁ ଦେଖିଲେ କେହି କଳ୍ପନା ମଧ୍ୟ କରିପାରିବ ନାହିଁ ଯେ ତାଙ୍କର ଲୋକ ପ୍ରିୟତା ଏତେ ଅଧିକ ବୋଲି ।
ସୂଚନା ଅନୁଯାୟୀ ସଚିନ ନିଜ ସହଯୋଗୀ ବିଧାୟକ ଓ ନେତାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ସୁନିଶ୍ଚିତ କରାଇ ରାଜସ୍ଥାନର ଅନ୍ୟ ଜିଲ୍ଲା ମଧ୍ୟ ଗସ୍ତ କରିବେ । ତେବେ ଦୀର୍ଘ 20 ବର୍ଷ ରାଜନୀତିରେ ରହିଥିବା ବେଳେ ଜନସାଧାରଣଙ୍କ ମଧ୍ୟରେ ରହି ସନ୍ତୋଷ ମିଳୁଥିବା ସଚିନ ନିଜ ପ୍ରତିକ୍ରିୟାରେ କହିଛନ୍ତି ।
ସଚିନ କହିଛନ୍ତି ଜନସାଧାରଣ ପ୍ରତ୍ୟେକ ପରିସ୍ଥିତିରେ ତାଙ୍କୁ ସମର୍ଥନ କରିଛନ୍ତି ଏବଂ ବର୍ତ୍ତମାନ ରାଜ୍ୟରେ କଂଗ୍ରେସ ସରକାର ଅଛି, ତେଣୁ ଆମେ ସର୍ବଦା ଲୋକଙ୍କ ସହ ରହି ସେମାନଙ୍କ ସୁଖ ଏବଂ ଦୁଃଖ ବାଣ୍ଟି ଭାଗିଦାରୀ ହୋଇ କାମ କରିବୁ।