ETV Bharat / bharat

ପ୍ରଚାରରେ ଆସି ସିନ୍ଧିଆଙ୍କୁ ଭେଟିଲେ ସଚିନ, ସରଗରମ ରାଜନୀତି - ମଧ୍ୟପ୍ରଦେଶ ନିର୍ବାଚନ

ମଧ୍ୟପ୍ରଦେଶର ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ସଚିନ ପାଇଲଟ । ପ୍ରଚାରରେ ଆସି କଂଗ୍ରେସର ପୂର୍ବତନ ସହଯୋଗୀ ତଥା ବିଜେପି ସାଂସଦ ସିନ୍ଧିଆଙ୍କୁ ଭେଟି ଆଲୋଚନା କରିଛନ୍ତି ପାଇଲଟ । ଅଧିକ ପଢନ୍ତୁ...

ପ୍ରଚାରରେ ଆସି ସିନ୍ଧିଆଙ୍କୁ ଭେଟିଲେ ପାଇଲଟ
ପ୍ରଚାରରେ ଆସି ସିନ୍ଧିଆଙ୍କୁ ଭେଟିଲେ ପାଇଲଟ
author img

By

Published : Oct 28, 2020, 11:59 AM IST

ଭୋପାଳ: ମଧ୍ୟପ୍ରଦେଶ ଉପନିର୍ବାଚନ ଲାଗି ପ୍ରଚାର ଜାରି ରହିଛି । କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଚିନ ପାଇଲଟ ମଧ୍ୟପ୍ରଦେଶରେ ପ୍ରଚାର ପାଇଁ ପହଞ୍ଚିଛନ୍ତି । ଏହି ସମୟରେ ପାଇଲଟ କଂଗ୍ରେସର ପୂର୍ବତନ ସହଯୋଗୀ ତଥା ବିଜେପି ସାଂସଦ ଜୋତିରାଦିତ୍ୟ ସିଦ୍ଧିଆଙ୍କୁ ଭେଟିଛନ୍ତି । ବର୍ତ୍ତମାନ ଏହି ଦୁଇ ହେଭିୱେଟ ଯୁବନେତାଙ୍କ ଭେଟକୁ ନେଇ ରାଜନୀତି ସରଗରମ ହୋଇପଡିଛି ।

ସୂତ୍ର ଅନୁସାରେ ମଧ୍ୟପ୍ରଦେଶର ଗ୍ବାଲିୟରରେ ସିନ୍ଧିଆଙ୍କୁ ପାଇଲଟ ଭେଟିଥିଲେ । ସେମାନଙ୍କ ମଧ୍ୟରେ କଣ ଆଲୋଚନା ହୋଇଛି ସେନେଇ କୌଣସି ସୂଚନା ମିଳିପାରି ନାହିଁ ।

ସିନ୍ଧିଆ ମାର୍ଚ୍ଚ ମାସରେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ସିନ୍ଧିଆଙ୍କ ସମେତ 22 କଂଗ୍ରେସ ବିଧାୟକ ମଧ୍ୟ କଂଗ୍ରେସରୁ ବାହାରିଥିଲେ । ଏହା ପରେ କଂଗ୍ରେସର କମଲନାଥ ସରକାରଙ୍କୁ କ୍ଷମତାରୁ ଓହରିବାକୁ ପଡିଥିଲା । ବର୍ତ୍ତମାନ ମଧ୍ୟପ୍ରଦେଶରେ 28 ବିଧାନସଭା ଲାଗି ଉପ-ନିର୍ବାଚନ ଅନୁଷ୍ଠିତ ହେବ ।

ସେହିପରି ରାଜସ୍ଥାନର କଂଗ୍ରେସ ନେତା ସଚିନ ପାଇଲଟଙ୍କର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ବିବାଦ ଦେଖାଦେଇଥିଲା । ଏହି ସମୟରେ ପାଇଲଟ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ପରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କ ଗାନ୍ଧୀ ଘଟଣାରେ ହସ୍ତକ୍ଷେପ କରିବା ପରେ ମାମଲା ଶାନ୍ତ ପଡିଥିଲା । ପାଇଲଟ ପୁଣି ଥରେ କଂଗ୍ରେସରେ ସକ୍ରିୟ ରହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.