ETV Bharat / bharat

ହାତରୁ ଅଲଗା ହୋଇଥିବା ପାପୁଲି ଖଞ୍ଜି ଇତିହାସ ରଚିଲେ ଡାକ୍ତର - Physicians of SMS hospital created history

ମେସିନରେ ହାତରୁ ଅଲଗା ହୋଇଥିବା ପାପୁଲିକୁ ପୁଣି ଥରେ ଖଞ୍ଜି ଇତିହାସ ରଚିଛନ୍ତି ସବାଇ ମାନସିଂହ ମେଡିକାଲର ଡାକ୍ତରମାନେ । ଅଧିକ ପଢନ୍ତୁ...

ହାତରୁ ଅଲଗା ହୋଇଥିବା ପାପୁଲି ଖଞ୍ଜି ଇତିହାସ ରଚିଲେ ଡାକ୍ତର

author img

By

Published : Jun 27, 2020, 10:12 PM IST

ଜୟପୁର: ରାଜସ୍ଥାନ ଜୟପୁରର ସବାଇ ମାନସିଂହ ମେଡିକାଲର ଡାକ୍ତରମାନେ ହାତରୁ ଅଲଗା ହୋଇଥିବା ପଞ୍ଝା ବା ପାପୁଲିକୁ ସଂଯୋଗ କରି ଇତିହାସ ରଚିଛନ୍ତି । ଯାହା ପ୍ରାୟ 4 ଘଣ୍ଟା ଧରି ଚାଲିଥିଲା ଏହି ଅପରେସନ।

ସବାଇ ମାନସିଂହ ହସ୍ପିଟାଲ ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ଜଣେ 7 ବର୍ଷର ବାଳିକାକର ହାତ ଏକ କୁଟ୍ଟି ମେସିନରେ ଆସିବା କାରଣରୁ ତାହା କଟି ଯାଇଥିଲା। ଏଭଳି ପରିସ୍ଥିତିରେ ଝିଅର ଅବସ୍ଥା ଗୁରୁତର ହେବାରୁ ଉତ୍ତରପ୍ରଦେଶର ସରକାରୀ ହସ୍ପିଟାଲ ଜୟପୁରର ସବାଇ ମାନସିଂହ ଡାକ୍ତରଖାନାକୁ ପଠାଇଦେଇଥିଲା ।

ହାତରୁ ଅଲଗା ହୋଇଥିବା ପାପୁଲି ଖଞ୍ଜି ଇତିହାସ ରଚିଲେ ଡାକ୍ତର
ହାତରୁ ଅଲଗା ହୋଇଥିବା ପାପୁଲି ଖଞ୍ଜି ଇତିହାସ ରଚିଲେ ଡାକ୍ତର

ଯେତେବେଳେ ନାବାଳିକାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଡାକ୍ତରମାନେ ତୁରନ୍ତ ଏହାକୁ ଅପରେସନ କରିବାକୁ ନିଷ୍ପତ୍ତି ନେଇଥିଲେ। ହସ୍ପିଟାଲର ଅଧୀକ୍ଷକ ଡାକ୍ତର ରାଜେଶ ଶର୍ମାଙ୍କ ନିର୍ଦ୍ଦେଶରେ ଏହି ଅପରେସନ କରାଯାଇଥିଲା। ଏହି ଅପରେସନ ହସ୍ପିଟାଲରେ ରାତି 12ଟାରେ ଆରମ୍ଭ ହୋଇଥିବାବେଳେ, ଏହା ସକାଳ 4ଟା ସମୟରେ ଶେଷ ହୋଇଥିଲା ।

ଏହି ଅପରେସନ ପରେ ଝିଅଟିର ପାପୁଲି ତାର ହାତରେ ଲାଗିଥିଲା, ସବାଇ ମାନସିଂହ ହସ୍ପିଟାଲର ଅଧୀକ୍ଷକ ପ୍ରଦିପ ଗୋୟଲ, ପ୍ଲାଷ୍ଟିକ ସର୍ଜରୀ ବିଭାଗର ଡାକ୍ତର ପ୍ରଦୀପ ଗୁପ୍ତା, ଡାକ୍ତର ଅଭିଷେକ ଶର୍ମା, ଡାକ୍ତର ବିବେକ, ଡାକ୍ତର ପ୍ରଭାସ ଏବଂ ଆନାସ୍ଥେସିଆ ବିଭାଗର ଅନ୍ୟ ଡାକ୍ତର ପ୍ରମୁଖ ଏହି ଅସ୍ତ୍ରୋପଚାରରେ ସାମିଲ ଥିଲେ । ବର୍ତ୍ତମାନ ଝିଅଟିକୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.