ETV Bharat / bharat

କୋରୋନା ରୋଗୀଙ୍କ ଉପରେ ଆଣ୍ଟି-କୁଷ୍ଠ ଟୀକାର ସଫଳ ପରୀକ୍ଷଣ - PGIMER

କୋଭିଡ-19 ରୋଗୀଙ୍କ ଶରୀରରେ ଆଣ୍ଟି କୁଷ୍ଠ ଟୀକା ପ୍ରଭାବଶାଳୀ ହୋଇଛି । ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (PGIMER) ରେ କରାଯାଇଥିବା ପରୀକ୍ଷଣ ସମୟରେ କୋଭିଡ -19 ରୋଗୀଙ୍କ ଉପରେ ମାଇକୋବ୍ୟାକ୍ଟେରିୟମ୍ w (Mw) ପ୍ରଭାବଶାଳୀ ଫଳାଫଳ ଦେଖାଇଛି ।

PGI tests leprosy vaccine
ଆଣ୍ଟି-କୁଷ୍ଠ ଟିକାର ସଫଳ ପରୀକ୍ଷଣ
author img

By

Published : Apr 26, 2020, 1:39 PM IST

ଚଣ୍ଡୀଗଡ: କୋଭିଡ-19 ରୋଗୀଙ୍କ ଶରୀରରେ ଆଣ୍ଟି କୁଷ୍ଠ ଟିକା ପ୍ରଭାବଶାଳୀ ହୋଇଛି । ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (PGIMER) ରେ କରାଯାଇଥିବା ପରୀକ୍ଷଣ ସମୟରେ କୋଭିଡ -19 ରୋଗୀଙ୍କ ଉପରେ ମାଇକୋବ୍ୟାକ୍ଟେରିୟମ୍ w (Mw) ପ୍ରଭାବଶାଳୀ ଫଳାଫଳ ଦେଖାଇଛି ।

4 ଜଣ ରୋଗୀ ତିନି ଦିନ ଯାଏଁ 0.3ମିଲିର w (Mw) ଗ୍ରହଣ କରୁଥିଲେ । କୁଷ୍ଠ, ଯକ୍ଷ୍ମା ଏବଂ ନିମୋନିଆ ରୋଗୀଙ୍କ ଉପରେ ଔଷଧ ପରୀକ୍ଷା କରାଯିବା ବେଳେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ପରିଲକ୍ଷିତ ହୋଇନଥିଲା। ଏମ୍ସ ଦିଲ୍ଲୀ ଏବଂ ଏମ୍ସ ଭୋପାଳ ମଧ୍ୟ ଏକ ମଲ୍ଟି ସେଣ୍ଟର୍ କ୍ଲିନିକାଲ୍ ପରୀକ୍ଷା କରିବେ ବୋଲି ନିର୍ଦ୍ଦେଶକ ପ୍ରଫେସର ଜଗତ୍ରାମ୍ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, 4ଜଣ କରୋନା ରୋଗୀଙ୍କ ଉପରେ ଏହି ଟିକା ପରୀକ୍ଷା କରାଯାଉଛି ଏବଂ ଏହା ଶୀଘ୍ର ଅନ୍ୟ ରୋଗୀଙ୍କ ଉପରେ ମଧ୍ୟ ପରୀକ୍ଷା କରାଯିବ।ପ୍ରଫେସର ପି ଜି ରିତେଶ ଅଗ୍ରୱାଲ କହିଛନ୍ତି,‘ପରୀକ୍ଷା ପାଇଁ ମନୋନୀତ ହୋଇଥିବା ରୋଗୀଙ୍କୁ ଅମ୍ଳଜାନ ସପୋର୍ଟ ଦିଆଯାଇଥିଲା । ଯେତେବେଳେ ଭୁତାଣୁ ମାନବ ଶରୀରରେ ପ୍ରବେଶ କରନ୍ତି, ପ୍ରତିରକ୍ଷା କୋଷଗୁଡ଼ିକ ସକ୍ରିୟ ହୋଇ ଭୁତାଣୁ ବିରୁଦ୍ଧରେ ଲଢନ୍ତି। ଯଦି ରୋଗୀର ସ୍ବାସ୍ଥ୍ୟ ଖରାପ ହୁଏ, ତେବେ ସେମାନଙ୍କୁ ପ୍ରତିରୋପଣକାରୀ ଔଷଧ ଦିଆଯାଏ ଯାହା ପ୍ରତିରୋଧ ଶକ୍ତି ବଢାଇଥାଏ । ବର୍ତ୍ତମାନ ପରବର୍ତ୍ତୀ ପରୀକ୍ଷଣରେ ଆମକୁ ଚିକିତ୍ସା ସମୟରେ କେତେ ଅମ୍ଳଜାନ ଆବଶ୍ୟକ ହେବ ତାହା ଦେଖିବାକୁ ପଡିବ ’।

ବର୍ତ୍ତମାନ ମୃତ୍ୟୁ ହାର ହ୍ରାସ କରିବାରେ ଏହି ଔଷଧ କେତେ ପ୍ରଭାବଶାଳୀ ତାହା ଆମକୁ ଦେଖିବାକୁ ପଡିବ। ଜଣେ ରୋଗୀ ସୁସ୍ଥ ହେବା ପାଇଁ କେତେ ଦିନ ଲାଗେ, କେତେ ଔଷଧ ଦିଆଯିବ ତାହା ମଧ୍ୟ ଆମକୁ ଦେଖିବାକୁ ପଡିବ ବୋଲି ପଲମୋନାରୀ ବିଭାଗର ପ୍ରୋଫେସର ଦିବମ୍ବର ବେହେରା କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.